ଦେଶର ଧର୍ମଭିତ୍ତିକ ଜନସଂଖ୍ୟାକୁ ନେଇ ଆସିଲା ଏପରି ତଥ୍ୟ
Advertisement

ଦେଶର ଧର୍ମଭିତ୍ତିକ ଜନସଂଖ୍ୟାକୁ ନେଇ ଆସିଲା ଏପରି ତଥ୍ୟ

ସ୍ୱାଧିନ ଭାରତରେ ବିଭିନ୍ନ ଧର୍ମର ଲୋକସଂଖ୍ୟାରେ ଆସିଥିବା ପରିବର୍ତ୍ତନ ପାଇଁ ଜନ୍ମହାର ମୁଖ୍ୟ କାରଣ ବୋଲି କୁହାଯାଇଛି।

ଦେଶର ଧର୍ମଭିତ୍ତିକ ଜନସଂଖ୍ୟାକୁ ନେଇ ଆସିଲା ଏପରି ତଥ୍ୟ

ନୂଆଦିଲ୍ଲୀ: ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ନେଇ କରାଯାଉଥିବା ପ୍ରୟାସ ଉପରେ ଆମେରିକୀୟ ଥିଙ୍କ ଟ୍ୟାଙ୍କ ପକ୍ଷରୁ ଭାରତର ଧାର୍ମିକ ଲୋକସଂଖ୍ୟାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଦେଶରେ କେଉଁ ଧର୍ମର ଲୋକେ କେତେ ପିଲା ଜନ୍ମ କରୁଛନ୍ତି ସେ ନେଇ ସେ ସମ୍ପର୍କିତ ତଥ୍ୟ ଏହି ରିପୋର୍ଟରେ ପ୍ରକାଶିତ ହୋଇଛି। 

ଗତ ମଙ୍ଗଳବାର ଆମେରିକୀୟ ଥିଙ୍କ ଟ୍ୟାଙ୍କ (American Think Tank) ପିଉ ରିସର୍ଚ୍ଚ ସେଣ୍ଟର (Pew Research Center) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ପିଲା ଜନ୍ମ କରିବାରେ ଅନ୍ୟ ଧର୍ମର ଲୋକଙ୍କ ଅପେକ୍ଷା ମୁସଲିମ (Muslim) ସର୍ବାଗ୍ରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ହିନ୍ଦୁ (Hindu)। ସେହିପରି ଜୈନ (Jain) ଧର୍ମକୁ ମାନୁଥିବା ଲୋକେ ସବୁଠୁ କମ ସଂଖ୍ୟାରେ ପିଲା ଜନ୍ମ କରୁଛନ୍ତି। ସାମଗ୍ରିକ ଭାବେ ସବୁ ଧର୍ମରେ ଜନ୍ମହାର ହ୍ରାସ ପାଇଥିବା ଏହି ରିପୋର୍ଟ ଜରିଆରେ କୁହାଯାଇଛି।

ଏହି ଆମେରିକୀୟ ଥିଙ୍କ ଟ୍ୟାଙ୍କ ଅନୁସାରେ ଭାରତୀୟ ମୁସଲମାନଙ୍କ ମଧ୍ୟରେ ମୋଟ ଶିଶୁ ଜନ୍ମ କରିବା ହାରରେ ହ୍ରାସ ଘଟିଛି। ୧୯୯୨ ମସିହାରେ ଏହି ହାର ପ୍ରତି ମହିଳାଙ୍କ ପିଛା ୪.୪ ରହିଥିବା ବେଳେ ୨୦୨୫ ବର୍ଷରେ ଏହି ସଂଖ୍ୟା ୨.୬ ରହିଛି। ହେଲେ ଯେତିକି ପିଲା ଜନ୍ମ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲିମ ପରିବାରର ବୋଲି ଜଣାପଡି଼ଛି। ଦେଶର ପ୍ରତ୍ୟେକ ଧାର୍ମିକ ଗୋଷ୍ଠୀରେ ପିଲାଙ୍କ ଜନ୍ମ ହାର ହ୍ରାସ ଘଟିଛି। ସଂଖ୍ୟା ବହୁଳ ହିନ୍ଦୁଙ୍କ ଠାରୁ ସଂଖ୍ୟାଲଘୁ ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ବୈଦ୍ଧ, ଜୈନ ଧର୍ମରେ ଜନ୍ମହାର ହ୍ରାସ ପାଇଛି। 

ପ୍ରକାଶିତ ରିପୋର୍ଟ ଅନୁସାରେ ପିଲା ଜନ୍ମ କରିବାରେ ଅନ୍ୟ ଧର୍ମର ଲୋକଙ୍କ ଅପେକ୍ଷା ସର୍ବାଗ୍ରେ ରହିଛନ୍ତି ମୁସଲମାନ। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ହିନ୍ଦୁ। ସେହିପରି ଶେଷରେ ରହିଛନ୍ତି ଜୈନ ଧର୍ମାବଲମ୍ବୀ। ଉଭୟ ହିନ୍ଦୁ ଏବଂ ଜୈନ ଧର୍ମରେ ପିଲା ଜନ୍ମହାର ଯଥାକ୍ରମେ ୨.୧, ୧.୨ ରହିଛି। ୧୯୯୧ ଜନଗଣନା ରିପୋର୍ଟ ଅନୁସାରେ ସେ ସମୟରେ ଜଣେ ମୁସଲିମ ୪.୪ ପିଲା ଜନ୍ମ କରୁଥିବା ବେଳେ ହିନ୍ଦୁଙ୍କ ସଂଖ୍ୟା ରହିଥିଲା ୩.୩।  ଉଭୟ ହିନ୍ଦୁ-ମୁସଲମାନ ଧର୍ମରେ ଜନ୍ମହାରକୁ ନେଇ ରହିଥିବା ଅନ୍ତର ହ୍ରାସ ପାଇଥିବା ପିଉ ରିପୋର୍ଟରେ ଦର୍ଶାଯାଇଛି।  

Also Read: Census 2021: ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ପକ୍ଷ ରଖିଲେ କେନ୍ଦ୍ର ସରକାର

ଦେଶରେ ଅନ୍ୟ ଧର୍ମର ଲୋକଙ୍କ ଅପେକ୍ଷା ମୁସଲମାନଙ୍କ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧିପାଉଛି। ଦେଶ ସ୍ୱାଧିନ ହେବା ପରେ ୧୯୫୧ ମସିହାରେ ହୋଇଥିବା ଜନଗଣନା ଅନୁସାରେ ଜନ୍ମହାର ହ୍ରାସ ପାଇବା କାରଣରୁ ସର୍ବଧର୍ମର ଜନସଂଖ୍ୟା ମଧ୍ୟରେ ଉଣାଅଧିକେ ପରିବର୍ତ୍ତନ ଆସିଛି। ଦେଶର ମୋଟ ଜନସଂଖ୍ୟାର ୭୯.୮ ପ୍ରତିଶତ ହିନ୍ଦୁ ଧର୍ମାବଲମ୍ବୀ ହୋଇଥିବା ବେଳେ ଏହି ସଂଖ୍ୟା ୨୦୦୧ ଜଣଗଣନା ଅନୁସାରେ ୦.୭ ପ୍ରତିଶତ ହ୍ରାସ ପାଇଥିବା ଜଣାପଡି଼ଛି।  
  
ଅନ୍ୟପଟେ ୨୦୦୧-୨୦୧୧ ବର୍ଷରେ ହୋଇଥିବା ଜନଗଣନା ଅନୁସାରେ ଦେଶର ମୋଟ ଲୋକସଂଖ୍ୟାର ୧୩.୪ ପ୍ରତିଶତ ହେଉଛନ୍ତି ମୁସଲମାନ। ୨୦୦୧ ତୁଳନାରେ ୨୦୧୧ ବର୍ଷରେ ଏହି ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡି଼ଛି। ସେହିପରି ବୌଦ୍ଧ (Boudh), ଖ୍ରୀଷ୍ଟିଆନ (Christian), ଶିଖ (Sikh), ଜୈନ ଧର୍ମର ଲୋକ ସଂଖ୍ୟା ହେଉଛି ୬-୮ ପ୍ରତିଶତ। ଏହି ସଂଖ୍ୟା ପ୍ରାୟତଃ ସ୍ଥିର ରହିଥିବା ପିଉ ରିପୋର୍ଟରେ କୁହାଯାଇଛି। ସ୍ୱାଧିନ ଭାରତରେ ବିଭିନ୍ନ ଧର୍ମର ଲୋକସଂଖ୍ୟାରେ ଆସିଥିବା ପରିବର୍ତ୍ତନ ପାଇଁ ଜନ୍ମହାର ମୁଖ୍ୟ କାରଣ ବୋଲି କୁହାଯାଇଛି।