୬ କୋଟିରୁ ଉର୍ଦ୍ଧ୍ୱ PF ଖାତାଧାରୀଙ୍କୁ ମିଳିବ ଦୀପାବଳୀର ବଡ଼ ଉପହାର, ଖୁବ୍ ଶୀଘ୍ର ଖାତାରେ ଆସିବ ସୁଧ ଟଙ୍କା!
X

୬ କୋଟିରୁ ଉର୍ଦ୍ଧ୍ୱ PF ଖାତାଧାରୀଙ୍କୁ ମିଳିବ ଦୀପାବଳୀର ବଡ଼ ଉପହାର, ଖୁବ୍ ଶୀଘ୍ର ଖାତାରେ ଆସିବ ସୁଧ ଟଙ୍କା!

ଏଠାରେ କହିରଖୁଛୁ ଯେ ଗତ ଆର୍ଥିକ ବର୍ଷରେ ୨୦୧୯-୨୦ KYC ରେ ବ୍ୟାଘାତ ଯୋଗୁଁ ଅନେକ ଲୋକଙ୍କୁ ସୁଧ ପାଇବା ପାଇଁ ୮-୧୦ ମାସ ପର୍ଯ୍ୟନ୍ତ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥିଲା ।

୬ କୋଟିରୁ ଉର୍ଦ୍ଧ୍ୱ PF ଖାତାଧାରୀଙ୍କୁ ମିଳିବ ଦୀପାବଳୀର ବଡ଼ ଉପହାର, ଖୁବ୍ ଶୀଘ୍ର ଖାତାରେ ଆସିବ ସୁଧ ଟଙ୍କା!

ନୂଆଦିଲ୍ଲୀ: EPFO Interest: କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ର ୬ କୋଟିରୁ ଅଧିକ ଖାତାଧାରୀଙ୍କ ପାଇଁ ଏକ ଖୁସି ଖବର ଅଛି । ଏଥର ସେମାନେ ନିଜର ଦୀପାବଳୀ ଅତି ଧୁମଧାମ ସହିତ ପାଳନ କରିପାରିବେ । ଖୁବ୍ ଶୀଘ୍ର PF ଖାତାଧାରୀଙ୍କ ଆକାଉଣ୍ଟରେ ସୁଧ ଟଙ୍କା ଟ୍ରାନ୍ସଫର ହେବାକୁ ଯାଉଛି । ସୂତ୍ରରୁ ଏହା ଜାଣିବାକୁ ମିଳିଛି ଯେ, EPFO ​​ଖୁବ୍ ଶୀଘ୍ର ୬ କୋଟିରୁ ଅଧିକ ଗ୍ରାହକଙ୍କ ଆକାଉଣ୍ଟରେ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ସୁଧ ଟ୍ରାନ୍ସଫର କରିବାକୁ ଘୋଷଣା କରିପାରେ ।

ସୂଚନାଯୋଗ୍ୟ ଯେ ପୂର୍ବରୁ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ PF ଉପରେ ୮.୫ ପ୍ରତିଶତ ସୁଧ ଗ୍ରାହକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ସରକାର ସବୁଜ ସଙ୍କେତ ଦେଇସାରିଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ନିଷ୍ପତ୍ତି ଉପରେ ଶ୍ରମ ମନ୍ତ୍ରଣାଳୟ ମଧ୍ୟ ନିଜର ମୋହର ଲଗାଇଛି । ବର୍ତ୍ତମାନ ଇପିଏଫ୍ (EPFO) ଖୁବ୍ ଶୀଘ୍ର ଗ୍ରାହକଙ୍କ ଆକାଉଣ୍ଟରେ ୮.୫ ପ୍ରତିଶତ ସୁଧ ରାଶି ଜମା କରିବ ।

EPFO ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୮.୫ ପ୍ରତିଶତ ସୁଧ ହାର ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି । ଏହି ସୁଧ ହାର ଗତ ୭ ବର୍ଷ ମଧ୍ୟରେ ସର୍ବନିମ୍ନ ଅଟେ । ଗତ ଆର୍ଥିକ ବର୍ଷରେ ମଧ୍ୟ ସୁଧ ସମାନ ଥିଲା । ୨୦୧୯ ମସିହାରେ EPF ରେ ୮.୬୫ ପ୍ରତିଶତ ସୁଧ ଉପଲବ୍ଧ ଥିଲା  ଓ ଏହା ପୂର୍ବରୁ ୨୦୧୮ରେ ୮.୫୫ ପ୍ରତିଶତ ସୁଧ ଦିଆଯାଇଥିଲା ।

ଏଠାରେ କହିରଖୁଛୁ ଯେ ଗତ ଆର୍ଥିକ ବର୍ଷରେ ୨୦୧୯-୨୦ KYC ରେ ବ୍ୟାଘାତ ଯୋଗୁଁ ଅନେକ ଲୋକଙ୍କୁ ସୁଧ ପାଇବା ପାଇଁ ୮-୧୦ ମାସ ପର୍ଯ୍ୟନ୍ତ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥିଲା ।

ଫର୍ଜି ବା ଫେକ୍ କଲରୁ ରୁହନ୍ତୁ ସାବଧାନ

EPFO ନିଜର ଖାତାଧାରୀମାନଙ୍କୁ କୌଣସି ଫେକ୍ କଲକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି । EPFO ଏହାର ୬ କୋଟି PF ଆକାଉଣ୍ଟଧାରୀଙ୍କୁ ବ୍ୟକ୍ତିଗତ ସୂଚନା ଓ ଯେକୌଣସି ପ୍ରକାରର ଆପ୍ ଡାଉନଲୋଡ୍ କୁ ନେଇ ଆଲର୍ଟ କରିଛି । ଟ୍ୱିଟରରେ ଏକ ଆଲର୍ଟ ଜାରି କରିବାବେଳେ ଇପିଏଫ୍ଓ କହିଛି, "ଇପିଏଫ୍ କେବେ ମଧ୍ୟ ଫୋନ୍ କଲରେ ନିଜ ଆକାଉଣ୍ଟଧାରୀଙ୍କ ଠାରୁ ୟୁଏନ୍ ନମ୍ବର, ଆଧାର ନମ୍ବର, ପାନ୍ ନମ୍ବର କିମ୍ବା ବ୍ୟାଙ୍କ ବିବରଣୀ ମାଗେ ନାହିଁ କିମ୍ବା EPFO ​​ଏହାର ଆକାଉଣ୍ଟଧାରୀଙ୍କୁ କୌଣସି ଫୋନ୍ କଲ୍ କରେ ନାହିଁ ।"

ଅଧିକ ପଢ଼ନ୍ତୁ:-ରାଜ୍ୟଗୁଡ଼ିକରୁ ପେଟ୍ରୋଲକୁ ନେଇ ଆସିଲା ଏକ ଭଲ ଖବର

ଅଧିକ ପଢ଼ନ୍ତୁ:-ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର ଏବଂ ଆତଙ୍କ: କିମ ଜୋଙ୍ଗଙ୍କୁ ନେଇ ବଡ଼ ଖୁଲାସା କଲେ ଉତ୍ତର କୋରିଆର କର୍ଣ୍ଣେଲ

ଅଧିକ ପଢ଼ନ୍ତୁ:-ହିନ୍ଦୁମାନେ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଭୁଲ: ମୋହନ ଭାଗବତ

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖବର, ପୁଣି ୩ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ କେବେ ମିଳିବ ଖୁସି ଖବର

Trending news