ଗୁଡ୍ ନ୍ୟୁଜ୍! ଆକାଉଣ୍ଟରେ ଆସିଲା PF ସୁଧ ଟଙ୍କା, ଏହିପରି ଚେକ୍ କରନ୍ତୁ ବାଲାନ୍ସ
Advertisement

ଗୁଡ୍ ନ୍ୟୁଜ୍! ଆକାଉଣ୍ଟରେ ଆସିଲା PF ସୁଧ ଟଙ୍କା, ଏହିପରି ଚେକ୍ କରନ୍ତୁ ବାଲାନ୍ସ

ଏଠାରେ କହିରଖୁଛୁ ଯେ ଗତ ଆର୍ଥିକ ବର୍ଷରେ ୨୦୧୯-୨୦ KYC ରେ ବ୍ୟାଘାତ ଯୋଗୁଁ ଅନେକ ଲୋକଙ୍କୁ ସୁଧ ପାଇବା ପାଇଁ ୮-୧୦ ମାସ ପର୍ଯ୍ୟନ୍ତ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥିଲା ।

ଗୁଡ୍ ନ୍ୟୁଜ୍! ଆକାଉଣ୍ଟରେ ଆସିଲା PF ସୁଧ ଟଙ୍କା, ଏହିପରି ଚେକ୍ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ: EPFO Interest: କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ର ୨୨.୫୫ କୋଟିରୁ ଅଧିକ ଖାତାଧାରୀଙ୍କ ପାଇଁ ଏକ ଖୁସି ଖବର ଅଛି । PF ଖାତାଧାରୀଙ୍କ ଆକାଉଣ୍ଟରେ ସୁଧ ଟଙ୍କା ଟ୍ରାନ୍ସଫର ହୋଇଯାଇଛି । EPFO ଟ୍ୱିଟ୍ କରି ଏହି ସୂଚନା ଦେଇଛି । ୨୨.୫୫ କୋଟି ଗ୍ରାହକଙ୍କ ଆକାଉଣ୍ଟରେ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୮.୫ ପ୍ରତିଶତ ସୁଧ ରାଶି ଜମା ହୋଇସାରିଛି ।

EPFO ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୮.୫ ପ୍ରତିଶତ ସୁଧ ହାର ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି । ଏହି ସୁଧ ହାର ଗତ ୭ ବର୍ଷ ମଧ୍ୟରେ ସର୍ବନିମ୍ନ ଅଟେ । ଗତ ଆର୍ଥିକ ବର୍ଷରେ ମଧ୍ୟ ସୁଧ ସମାନ ଥିଲା । ୨୦୧୯ ମସିହାରେ EPF ରେ ୮.୬୫ ପ୍ରତିଶତ ସୁଧ ଉପଲବ୍ଧ ଥିଲା  ଓ ଏହା ପୂର୍ବରୁ ୨୦୧୮ରେ ୮.୫୫ ପ୍ରତିଶତ ସୁଧ ଦିଆଯାଇଥିଲା ।

ଏଠାରେ କହିରଖୁଛୁ ଯେ ଗତ ଆର୍ଥିକ ବର୍ଷରେ ୨୦୧୯-୨୦ KYC ରେ ବ୍ୟାଘାତ ଯୋଗୁଁ ଅନେକ ଲୋକଙ୍କୁ ସୁଧ ପାଇବା ପାଇଁ ୮-୧୦ ମାସ ପର୍ଯ୍ୟନ୍ତ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥିଲା ।

୧. ମିସ୍ କଲ କରି ବାଲାନ୍ସ ଜାଣନ୍ତୁ

PF ଟଙ୍କା ଯାଞ୍ଚ କରିବାକୁ, ଆପଣ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ୦୧୧-୨୨୯୦୧୪୦୬ ରେ ଏକ ମିସ୍ କଲ ଦେବାକୁ ପଡିବ । ଏହା ପରେ, ଆପଣ EPFO ​​ର SMS ମାଧ୍ୟମରେ PF ର ବିବରଣୀ ପାଇବେ । ଏଠାରେ ମଧ୍ୟ ଆପଣଙ୍କର UAN, PAN ଓ ଆଧାର ସହ ଲିଙ୍କ୍ ହେବା ଆବଶ୍ୟକ । 

୨. SMS ମାଧ୍ୟମରେ ଜାଣନ୍ତୁ ବାଲାନ୍ସ 

ଯଦି ଆପଣଙ୍କର UAN ନମ୍ବର EPFO ​​ସହିତ ପଞ୍ଜିକୃତ ହୋଇଛି, ତେବେ ଆପଣଙ୍କର PF ବାଲାନ୍ସ ବିଷୟରେ ସୂଚନା ମେସେଜ ମାଧ୍ୟମରେ ମିଳିଯିବ । ଏଥିପାଇଁ ଆପଣଙ୍କୁ ୭୭୩୮୨୯୯୮୯୯ ନମ୍ୱରରେ EPFOHO ଲେଖି ପଠାଇବାକୁ ପଡିବ । ଆପଣଙ୍କର PF ସୂଚନା ମେସେଜ ମାଧ୍ୟମରେ ମିଳିଯିବ ।

ଯଦି ଆପଣ ହିନ୍ଦୀ ଭାଷାରେ ସୂଚନା ଚାହୁଁଛନ୍ତି, ତେବେ ଆପଣଙ୍କୁ EPFOHO UAN ଲେଖି ଏହାକୁ ପଠାଇବାକୁ ପଡିବ । PF ବାଲାନ୍ସ ଜାଣିବା ପାଇଁ ଏହି ସେବା ଇଂରାଜୀ, ପଞ୍ଜାବୀ, ମରାଠୀ, ହିନ୍ଦୀ, କନ୍ନଡ, ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ ବଙ୍ଗାଳୀରେ ଉପଲବ୍ଧ ରହିଛି । PF ବାଲାନ୍ସ ପାଇଁ ଏହା ଆବଶ୍ୟକ ଯେ ଆପଣଙ୍କର UAN, ବ୍ୟାଙ୍କ ଆକାଉଣ୍ଟ୍, ପାନ୍ (PAN) ଏବଂ ଆଧାର (AADHAR) ସହିତ ଲିଙ୍କ୍ ହେବା ଜରୁରୀ ।

ଫର୍ଜି ବା ଫେକ୍ କଲରୁ ରୁହନ୍ତୁ ସାବଧାନ

EPFO ନିଜର ଖାତାଧାରୀମାନଙ୍କୁ କୌଣସି ଫେକ୍ କଲକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି । EPFO ନିଜର କୋଟି କୋଟି PF ଆକାଉଣ୍ଟଧାରୀଙ୍କୁ ବ୍ୟକ୍ତିଗତ ସୂଚନା ଓ ଯେକୌଣସି ପ୍ରକାରର ଆପ୍ ଡାଉନଲୋଡ୍ କୁ ନେଇ ଆଲର୍ଟ କରିଛି । ଟ୍ୱିଟରରେ ଏକ ଆଲର୍ଟ ଜାରି କରିବାବେଳେ ଇପିଏଫ୍ଓ କହିଛି, "ଇପିଏଫ୍ କେବେ ମଧ୍ୟ ଫୋନ୍ କଲରେ ନିଜ ଆକାଉଣ୍ଟଧାରୀଙ୍କ ଠାରୁ ୟୁଏନ୍ ନମ୍ବର, ଆଧାର ନମ୍ବର, ପାନ୍ ନମ୍ବର କିମ୍ବା ବ୍ୟାଙ୍କ ବିବରଣୀ ମାଗେ ନାହିଁ କିମ୍ବା EPFO ​​ଏହାର ଆକାଉଣ୍ଟଧାରୀଙ୍କୁ କୌଣସି ଫୋନ୍ କଲ୍ କରେ ନାହିଁ ।"

ଏହା ବି ପଢ଼ନ୍ତୁ:-କେବଳ ୨ ଚାମଚ ମେଥିର ସେବନ ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ, ଜାଣନ୍ତୁ କିପରି...

ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍

ଏହା ବି ପଢ଼ନ୍ତୁ:-ୟୁପି ନିର୍ବାଚନକୁ ନେଇ ଲକ୍ଷ୍ନୌରେ ପ୍ରିୟଙ୍କାଙ୍କ ବଡ଼ ବୈଠକ, କଂଗ୍ରେସ ଶିବିରରୁ ଆସିଲା ଏହି ଖବର

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ମିଳିବ ୩୦୦ ଦିନର Earned Leave! ଜାଣନ୍ତୁ କେବେଠୁ ହେବ ଲାଗୁ