ଫାଇଜର ଚଳିତ ବର୍ଷ ଭାରତକୁ ୫ କୋଟି ଭ୍ୟାକ୍ସିନ ଦେବାକୁ ପ୍ରସ୍ତୁତ, କିନ୍ତୁ ରଖିଲା ଏହି ସର୍ତ୍ତ
Advertisement

ଫାଇଜର ଚଳିତ ବର୍ଷ ଭାରତକୁ ୫ କୋଟି ଭ୍ୟାକ୍ସିନ ଦେବାକୁ ପ୍ରସ୍ତୁତ, କିନ୍ତୁ ରଖିଲା ଏହି ସର୍ତ୍ତ

କମ୍ପାନୀ କହିଛି ଯେ, ସେ କେବଳ ଭାରତ ସରକାର (Indian Govt) ଙ୍କ ସହ କଥାବାର୍ତ୍ତା ହେବ ଓ ଭାରତ ସରକାରଙ୍କ ତରଫରୁ ଫାଇଜର ଇଣ୍ଡିଆ (Pfizer India) କୁ ଏହି ଟିକାର ମୂଲ୍ୟ ଦେବାକୁ ପଡିବ ।

ଫାଇଜର ଚଳିତ ବର୍ଷ ଭାରତକୁ ୫ କୋଟି ଭ୍ୟାକ୍ସିନ ଦେବାକୁ ପ୍ରସ୍ତୁତ, କିନ୍ତୁ ରଖିଲା ଏହି ସର୍ତ୍ତ

ନୂଆଦିଲ୍ଲୀ: Corona Vaccine: ମାରାତ୍ମକ କୋରୋନା ଭୂତାଣୁର ଦ୍ୱିତୀୟ ଲହର (Second Wave Of Coronavirus) ଦେଶରେ ଜାରି ରହିଛି । ଏହା ମଧ୍ୟରେ ଅନେକ ରାଜ୍ୟ କୋରୋନା ଟିକା (Corona Vaccine) ର ଅଭାବର ସାମ୍ନା କରୁଛନ୍ତି । ଏହି ସମୟରେ ଆମେରିକାର ଫାଇଜର (Pfizer) କମ୍ପାନୀ ଚଳିତ ବର୍ଷ ଭାରତକୁ ୫ କୋଟି ଟିକା (COVID-19 Vaccine) ଯୋଗାଇବାକୁ ପ୍ରସ୍ତୁତ କିନ୍ତୁ କ୍ଷତିପୂରଣ ସମେତ କିଛି ନିୟାମକ ସର୍ତ୍ତରେ ରିହାତି ଚାହୁଁଛି ।

ଅଧିକ ପଢ଼ନ୍ତୁ:-ପୁରୁଷଙ୍କୁ କୋରୋନା ହେବାର ଆଶଙ୍କା ଅଧିକ! ଏହା ହେଉଛି କାରଣ...

କେବେ କେବେ ମିଳିବ ଟିକା?

ଫାଇଜର (Pfizer) କହିଛି ଯେ, ଜୁଲାଇରେ ଭାରତକୁ ୧ କୋଟି, ଅଗଷ୍ଟରେ ୧ କୋଟି, ସେପ୍ଟେମ୍ବରରେ ୨ କୋଟି ଏବଂ ଅକ୍ଟୋବରରେ ୧ କୋଟି ଟିକା ଉପଲବ୍ଧ କରାଇବ । କମ୍ପାନୀ କହିଛି ଯେ, ସେ କେବଳ ଭାରତ ସରକାର (Indian Govt) ଙ୍କ ସହ କଥାବାର୍ତ୍ତା ହେବ ଓ ଭାରତ ସରକାରଙ୍କ ତରଫରୁ ଫାଇଜର ଇଣ୍ଡିଆ (Pfizer India) କୁ ଏହି ଟିକାର ମୂଲ୍ୟ ଦେବାକୁ ପଡିବ ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଜୁନରେ ମିଳିବ ଖୁସି ଖବର! ଦରମାରେ ହେବ ବୃଦ୍ଧି

ବର୍ତ୍ତମାନ ପର୍ଯ୍ୟନ୍ତ Pfizer ଟିକା ର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ରିପୋର୍ଟ ହୋଇନାହିଁ

ଭାରତ ସରକାରଙ୍କୁ କିଣାଯାଇଥିବା ଟିକାର ଘରୋଇ ବଣ୍ଟନ କରିବାର କାର୍ଯ୍ୟ କରିବାକୁ ପଡିବ । ସୂତ୍ରରୁ ପ୍ରକାଶ ଯେ, ଫାଇଜର ମଧ୍ୟ ଭାରତକୁ ଟିକା ଯୋଗାଣ ପାଇଁ ଭାରତ ସରକାରଙ୍କ ସହ କ୍ଷତିପୂରଣର ଚୁକ୍ତିନାମା କରିଛି ଓ ସର୍ତ୍ତ ରଖିଛି । ଏହାସହ ଏହାର କାଗଜପତ୍ର ମଧ୍ୟ ପଠାଇଛି । ଫାଇଜର କହିବାନୁସାରେ, ସେ ଆମେରିକା ସମେତ ୧୧୬ ଦେଶ ସହିତ କ୍ଷତିପୂରଣ ଚୁକ୍ତି କରିଛି । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୧୪.୭ କୋଟି ଫାଇଜର ଟିକା (Pfizer Vaccine) ର ଡୋଜ୍ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରୁ ଏହି ଟିକାର କୌଣସି ପ୍ରକାରର ଗୁରୁତ୍ୱପୂର୍ଣ୍ଣ ପାର୍ଶ୍ୱ ପ୍ରତିକ୍ରିୟା ମାମଲା ସାମ୍ନାକୁ ଆସିନାହିଁ ।

ଅଧିକ ପଢ଼ନ୍ତୁ:-କୋଟି କୋଟି ଗ୍ରାହକଙ୍କୁ ବଡ଼ ଝଟକା ଦେଲା SBI!

ଆସନ୍ତା ବର୍ଷ ଭାରତକୁ ମିଳିପାରେ ମୋଡର୍ନା ଟିକା

ଏଥି ସହିତ ଆସନ୍ତା ବର୍ଷ ଭାରତରେ ମୋଡର୍ନା ଟିକାର ଡୋଜ୍ ଉପଲବ୍ଧ ହୋଇପାରେ । ଏଥିପାଇଁ ସେ ସିପଲା ଏବଂ ଅନ୍ୟ ଭାରତୀୟ ଔଷଧ କମ୍ପାନୀ ସହ ଆଲୋଚନା କରୁଛି । ମୋଡର୍ନା ଭାରତୀୟ କର୍ତ୍ତୃପକ୍ଷଙ୍କୁ କହିଛି ଯେ ୨୦୨୧ରେ ଆମେରିକାର ବାହାରେ ଏହାର ଟିକା ଷ୍ଟକ୍ ନାହିଁ । ୨୦୨୨ରେ ମୋଡର୍ନା ଠାରୁ ପାଞ୍ଚ କୋଟି ଟିକା ସପ୍ଲିମେଣ୍ଟ କ୍ରୟ କରିବାକୁ ସିପଲା ଆଗ୍ରହ ଦେଖାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଦେଶରେ ଟିକାକରଣ (Vaccination) ଅଭିଯାନରେ କୋଭିଶିଲ୍ଡ (Covishield) ଓ କୋଭାକ୍ସିନ (Covaxin) ଦୁଇଟି ଟିକା ବ୍ୟବହାର କରାଯାଉଛି । ଋଷର ସ୍ପୁଟନିକ୍ ଭି ଟିକାକୁ ମଧ୍ୟ ଭାରତ ଅନୁମୋଦନ କରିଛି କିନ୍ତୁ ବର୍ତ୍ତମାନ ଏହାର ଯୋଗାଣ ବହୁତ ସୀମିତ ଅଟେ । ଚଳିତ ବର୍ଷ ଜାନୁଆରୀ ମଧ୍ୟଭାଗରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବାରୁ ଏପର୍ଯ୍ୟନ୍ତ ୨୦ କୋଟି ଟିକା ଡୋଜ ଲଗାଯାଇଛି ।