• ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା
  • ଯାଜପୁର: ଅଷ୍ଟପ୍ରହରୀ ପିଣ୍ଡିକୁ ନେଇ ପଣସୁଧା ଗାଁରେ ଗୋଷ୍ଠୀ ସଂଘର୍ଷ
  • ପୋଲିସ୍ ଗାଡ଼ିକୁ ପୋଡ଼ି ଦେଲେ ଲୋକେ, ଏକ ପ୍ଲାଟୁନ୍ ଫୋର୍ସ ମୁତୟନ
  • ସିବିଏସ୍ଇ ପରୀକ୍ଷା ୨୦୨୧: ପ୍ରାକ୍ଟିକାଲ୍ ପାଇଁ ନୂତନ ଉତ୍ତର ବହି ପ୍ରକାଶିତ
  • ଓଡ଼ିଶାର ସବୁ ଯୋଗ୍ୟ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଯୋଜନାର ଲାଭ
  • ଅହମ୍ମଦାବାଦ ଟେଷ୍ଟରେ ଭାରତର ଇନିଂସ ବିଜୟ
  • ଇଂଲଣ୍ଡକୁ ଏକ ଇନିଂସ ୨୫ ରନରେ ହରାଇଲା ଟିମ୍ ଇଣ୍ଡିଆ
  • ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟ ଗଲେ ପରିବାର
  • କୋଭିଡ୍ କଟକଣାରେ ପାଳନ ହେବ ଲିଙ୍ଗରାଜଙ୍କ ଜାଗର ଯାତ୍ର।

ବୈଜ୍ଞାନିକଙ୍କ ଚେତାବନୀ, ଭବିଷ୍ୟତରେ ଦେଖାଦେବ କୋରୋନା ଠାରୁ ଆହୁରି ବଡ଼ ସଙ୍କଟ!

ନିକଟ ଅତୀତରେ ସାଇନଟିଫ୍କ ଆମେରିକୀୟ ପତ୍ରିକା (Scientific American magazine) ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରେ କୁହାଯାଇଛି ଯେ ଯେଭଳି ପୃଥିବୀରେ ବରଫ ଚାଦର ତରଳି ଯାଉଛି । ସେଥିରୁ ଏହା ଜଣାପଡ଼ିନାହିଁ ଯେ ଭବିଷ୍ୟତରେ କେଉଁ ପ୍ରକାର ବିପଦର ସମ୍ମୁଖୀନ ହେବାକୁ ପଡିବ । 

Nov 25, 2020, 06:59 AM IST
1/8

ନୂଆଦିଲ୍ଲୀ: ପୃଥିବୀରେ କେତେ ପ୍ରକାରର ମାଇକ୍ରୋବସ୍ (microbes) ଅଛି ତାହା ବୈଜ୍ଞାନିକମାନେ ଜାଣି ନାହାଁନ୍ତି । କିନ୍ତୁ ସେମାନେ ଜାଣନ୍ତି ଯେ ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ (Global Warming and Climate Change) ଯୋଗୁଁ ଉତ୍ତର ଧ୍ରୁବ (North Pole) ରେ ଥିବା ବରଫ ତରଳିଯାଏ, ତେବେ ପୃଥିବୀକୁ କୋରୋନା ଭୂତାଣୁ (Coronavirus) ଠାରୁ ବଡ଼ ସଙ୍କଟର ସାମ୍ନା କରିବାକୁ ପଡ଼ିବ । ସେହି ବରଫ ତଳେ କେତେ ପ୍ରକାରର ମାଇକ୍ରୋବ (Microbes), ବ୍ୟାକ୍ଟେରିଆ (Bacteria) ଏବଂ ଭୂତାଣୁ (Virus) ପୋତି ହୋଇ ରହିଛନ୍ତି, ତାହା କହି ହେବନାହିଁ । ଯଦି ବରଫ ତରଳିବା ପରେ ସେମାନେ ବାହାରକୁ ଆସନ୍ତି, ତେବେ ନିଶ୍ଚିତ ଭାବରେ ଏହା ମଣିଷ ଉପରେ ଆକ୍ରମଣ କରିବ ।

2/8

ନିକଟ ଅତୀତରେ ସାଇନଟିଫ୍କ ଆମେରିକୀୟ ପତ୍ରିକା (Scientific American magazine) ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରେ କୁହାଯାଇଛି ଯେ ଯେଭଳି ପୃଥିବୀରେ ବରଫ ଚାଦର ତରଳି ଯାଉଛି । ସେଥିରୁ ଏହା ଜଣାପଡ଼ିନାହିଁ ଯେ ଭବିଷ୍ୟତରେ କେଉଁ ପ୍ରକାର ବିପଦର ସମ୍ମୁଖୀନ ହେବାକୁ ପଡିବ । ବରଫର ଗର୍ଭରେ କେତେ ପ୍ରକାରର ଭୂତାଣୁ ପୋତି ହୋଇରହିଛି ତାହା ଜଣା ନାହିଁ । ଏହା  କୋରୋନା ଭୂତାଣୁ ଠାରୁ ଅଧିକ ବଡ଼ ବିପଦ ହୋଇପାରେ । ଆମକୁ ବରଫ ତରଳିବା ବନ୍ଦ କରିବାକୁ ପଦକ୍ଷେପ ନେବାକୁ ପଡିବ ।

3/8

ଏହି ରିପୋର୍ଟ ନଭେମ୍ବର ୨୦ରେ ପ୍ରକାଶିତ ହୋଇଛି । ଏହାକୁ ୟୁନିଭର୍ସିଟି ଅଫ ମାଇନ୍ କ୍ଲାଇମେଣ୍ଟ ଚେଞ୍ଜ ଇନଷ୍ଟିଟ୍ୟୁଟର ସହକାରୀ ପ୍ରଫେସର କିମ୍ବର୍ଲ ମାଇନୋର (Kimberley Miner), ଆବେରିଷ୍ଟୱିଥ୍ ବିଶ୍ୱବିଦ୍ୟାଳୟର ପାରାଗ୍ଲାସିଆଲ୍ ମାଇକ୍ରୋବାୟଲ୍ ପରିବେଶର ବିଶେଷଜ୍ଞ ଏରୱିନ୍ ଏଡୱାର୍ଡ (Erwin Edward) ଏବଂ କାର୍ବନ ସାଇକେଲିଂର ବିଶେଷଜ୍ଞ ଚାର୍ଲ୍ସ ମିଲର (Charles Miller) ଲେଖିଛନ୍ତି ।

4/8

ଏହି ତିନି ଜଣ ବୈଜ୍ଞାନିକ କହିଛନ୍ତି ଯେ ପୃଥିବୀର ୨୪ ପ୍ରତିଶତ ପର୍ମାଫ୍ରୋଷ୍ଟ (Permafrost) ଅଛି ଅର୍ଥାତ୍ ହଜାର ହଜାର ବର୍ଷ ଧରି ବରଫ ଜମି ରହିଛି । ଆର୍କଟିକ୍ ମଧ୍ୟ ଏହିପରି । ଆର୍କଟିକ୍ ବରଫ ତଳେ କେତେ ମାଇକ୍ରୋବସ୍ ଅଛି । ସେମାନେ କେମିତି ଅଛନ୍ତି? ସେମାନଙ୍କର ପ୍ରକୃତି କ'ଣ? ଏହା ବିପଜ୍ଜନକ ନା ସାଧାରଣ…ଏହାର ସଠିକ ଧାରଣା ଦୁନିଆର ବୈଜ୍ଞାନିକଙ୍କ ପାଖରେ ନାହିଁ ।  ବରଫରେ ପୋତି ହୋଇଥିବା ହଜାର ହଜାର ବର୍ଷ ପୁରୁଣା ପ୍ରାଚୀନ ମାଇକ୍ରୋବସ୍ ମଧ୍ୟ ହୋଇପାରେ । ଯେପରିକି ଛୋଟ ପୋକର ମାଇକ୍ରୋବସ୍  ।

ଅଧିକ ପଢ଼ନ୍ତୁ:-ନିଜ ଟିମ୍ ବାଛିଲେ ବାଇଡେନ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

5/8

ବର୍ତ୍ତମାନର ବୈଜ୍ଞାନିକ ଜଗତକୁ ମଧ୍ୟ ସେମାନଙ୍କ ମଧ୍ୟରୁ ଅଳ୍ପ କିଛି ବିଷୟରେ ଅବଗତ ଅଛି । କିନ୍ତୁ ସମସ୍ତ ପ୍ରକାରର ମାଇକ୍ରୋବସ୍ ବିଷୟରେ ଜଣା ନାହିଁ । ଯଦି ବଫର ତରଳିଯାଏ, କେଉଁ ପ୍ରକାର ଭୂତାଣୁ ଏବଂ ଜୀବାଣୁ ବାହାରକୁ ଆସିବେ ତାହା କହିବା କଷ୍ଟକର । ୨୦୧୮ ମସିହାରେ ସାଇବେରିଆରେ ଏପରି ଏକ ଘଟଣା ଘଟିଥିଲା ।

ଅଧିକ ପଢ଼ନ୍ତୁ:-ପୁଣି ଇତିହାସ ଦୋହରାଇବ କଂଗ୍ରେସ!

6/8

୨୦୧୮ରେ ସାଇବରିଆରେ ଆନ୍ଥ୍ରାକ୍ସ (Anthrax) ବ୍ୟାପିଥିଲା । ଏହି କାରଣରୁ ୨ ଲକ୍ଷ ହରିଣ ଏବଂ ଗୋଟିଏ ଶିଶୁଙ୍କର ମୃତ୍ୟୁ ଘଟିଥିଲା । ସେଠାରେ ବରଫ ତରଳିବା ହେତୁ ଆନ୍ଥ୍ରାକ୍ସ ମାଇକ୍ରୋବସ୍ ବାହାରିଥିଲା । ଫ୍ରିଜ୍ ଚକ୍ରର ଅବନତି ହେତୁ ବରଫ ତରଳି ଯାଇଥିଲା । ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ଫ୍ରିଜ୍ ଚକ୍ର ଖରାପ ହେବାରେ ଲାଗିଛି । ଅର୍ଥାତ୍ ବରଫ ତରଳି ଗଲେ ବି ବୈଜ୍ଞାନିକମାନେ ଅନୁମାନ କରିପାରିବେ ନାହିଁ କି କେଉଁ ପ୍ରକାର ଭୂତାଣୁ କିମ୍ବା ଜୀବାଣୁ ଆକ୍ରମଣ କରିବେ ।

ଅଧିକ ପଢ଼ନ୍ତୁ:-କେବେ ଶେଷ ହେବ କୋରୋନା ମହାମାରୀ? ଭବିଷ୍ୟବାଣୀ କଲେ ଏହି ବ୍ୟକ୍ତି

7/8

ଗତ ପାଞ୍ଚ ବର୍ଷ ମଧ୍ୟରେ ଆଲାସ୍କାର ଅର୍ଥୋପକ୍ସଭାଇରସ୍  (Orthopoxvirus) କାରଣରୁ ଲୋକଙ୍କୁ ଆଲାସ୍କାପକ୍ସ (Alaskapox) ହେଉଥିଲା । ଏହି ରୋଗ ହେତୁ ଲୋକଙ୍କ ଚର୍ମରେ ଘା' ଦେଖାଯାଏ ଏବଂ ତାହା ଫାଟିଯାଏ । ପାଞ୍ଚ ବର୍ଷ ମଧ୍ୟରେ ଆଲାସ୍କାରେ ଦୁଇଥର ଏହି ଭୂତାଣୁ ଆକ୍ରମଣ କରିଛି । ମନେ କରାଯାଏ ଯେ ଏହି ଭୂତାଣୁ ମଧ୍ୟ ପଶୁମାନଙ୍କ ମାଧ୍ୟମରେ ମନୁଷ୍ୟକୁ ଆସିଥାଇପାରେ । ବୈଜ୍ଞାନିକମାନେ ଏହି ଅର୍ଥୋପକ୍ସଭାଇରସର ଉତ୍ପତ୍ତି ବିଷୟରେ ଏପର୍ଯ୍ୟନ୍ତ ଜାଣିପାରି ନାହାଁନ୍ତି ।

ଅଧିକ ପଢ଼ନ୍ତୁ:-ମହାରାଷ୍ଟ୍ରରେ ସରକାର ଗଢ଼ିବ ବିଜେପି!

8/8

ଏହି ତିନି ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ, ଆମେ ଯାହା ଜାଣୁ ତାହା ସହିତ ଅଜ୍ଞାତ ମାଇକ୍ରୋବ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ୍ । ଏହା ସମ୍ଭବ ଯେ ବରଫ ତରଳିବା ପରେ ସେଠାରେ କୌଣସି ଜୀବାଣୁ ବାହାରିବ, ଯାହାର ଆଣ୍ଟିବାୟୋଟିକ୍ ପ୍ରଭାବ ନଥିବ । ଯାହା ଅତ୍ୟନ୍ତ ପ୍ରାଚୀନ, ଯାହା ଆଜିର ଦୁନିଆରେ ଚିକିତ୍ସା ସମ୍ଭବ ନୁହେଁ । କିମ୍ବା ଏପରି ଏକ ଭାଇରସ୍ ଯାହା ବିଷୟରେ ଆମେ କିଛି ଜାଣିନାହୁଁ । ତେଣୁ ଗ୍ଲୋବାଲ ୱାର୍ମିଂ କମ୍ କରିବାକୁ ଚେଷ୍ଟା କରିବା ଭଲ ।