ଅତିଶୀଘ୍ର ଖୋଲିବ ସ୍କୁଲ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ଗାଇଡଲାଇନ୍
Advertisement

ଅତିଶୀଘ୍ର ଖୋଲିବ ସ୍କୁଲ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ଗାଇଡଲାଇନ୍

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍କିଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଓ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ଜାରି କରିଛି ।

ଅତିଶୀଘ୍ର ଖୋଲିବ ସ୍କୁଲ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ଗାଇଡଲାଇନ୍

ନୂଆଦିଲ୍ଲୀ: ଆସନ୍ତା ସୋମବାର ଅର୍ଥାତ୍ ସେପ୍ଟେମ୍ବର ୨୧ରେ ସାରା ଦେଶରେ ସ୍କୁଲ ଖୋଲିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗାଇଡଲାଇନ୍ ଜାରି କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ରବିବାର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଗାଇଡଲାଇନ୍ ସେୟାର କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍କିଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଓ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ଜାରି କରିଛି । ବୈଷୟିକ ପ୍ରୋଗ୍ରାମରେ ପାଠ୍ୟକ୍ରମ ପ୍ରଦାନ କରୁଥିବା ଏହି ଅନୁଷ୍ଠାନଗୁଡ଼ିକୁ ମଧ୍ୟ ୨୧ ସେପ୍ଟେମ୍ବରରୁ ଲ୍ୟାବ ଖୋଲିବାକୁ ଅନୁମତି ଦିଆଯାଇଛି ।

ଅଧିକ ପଢ଼ନ୍ତୁ:-କୋରୋନା ମୁକାବିଲାରେ ସାରା ଦୁନିଆ ପାଇଁ ଉଦାହରଣ ପାଲଟିଲା ପାକିସ୍ତାନ, ଭୁରି ଭୁରି ପ୍ରଶଂସା କଲା WHO

ଗାଇଡଲାଇନରେ କୁହାଯାଇଛି ଯେ, ଶ୍ରେଣୀଗୃହରେ ବସିବାର ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ କରାଯିବ । ଏଠାରେ ଛାତ୍ରଛାତ୍ରୀମାନେ ପରସ୍ପରର ୬ ଫୁଟ ଦୂରତାରେ ବସିବେ । ତେଣୁ ଚେୟାର-ଟେବୁଲର ଦୂରତା ୬ ଫୁଟ ହେବା ଆବଶ୍ୟକ । ଶ୍ରେଣୀର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକଳାପ ସମୟରେ ସାମାଜିକ ଦୂରତାକୁ ଧ୍ୟାନ ରଖିବାକୁ ପଡ଼ିବ । ଶିକ୍ଷକଙ୍କୁ ମନେ ରଖିବାକୁ ହେବ ଯେ ଅଧ୍ୟୟନ ସମୟରେ ଛାତ୍ର ଓ ଶିକ୍ଷକମାନେ ମାସ୍କ ପିନ୍ଧିବେ । ଛାତ୍ରଙ୍କୁ ପରସ୍ପର ମଧ୍ୟରେ ଲାପଟପ୍, ନୋଟବୁକ୍, ଷ୍ଟେସନାରୀ ସେୟାର କରିବାର ଅନୁମିତ ମିଳିବ ନାହିଁ ।

ଅନ୍ୟପକ୍ଷେ କୋରୋନା ମହାମାରୀ (Coronavirus) ଯୋଗୁଁ ମାର୍ଚ୍ଚରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ବର୍ତ୍ତମାନ ବିଦ୍ୟାଳୟଗୁଡ଼ିକ ଆଂଶିକ ରୂପେ ଖୋଲା ଯାଇପାରିବ । ସରକାର ସେପ୍ଟେମ୍ବର ୨୧ରୁ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ କ୍ଲାସକୁ ଆଂଶିକ ରୂପେ ଖୋଲିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ଏହା ସ୍ୱେଚ୍ଛାକୃତ ହେବ । ଅର୍ଥାତ୍ ଯେଉଁ ଛାତ୍ରମାନେ ଯିବାକୁ ଚାହୁଁଛନ୍ତି, ସେମାନେ ନିଜ ଶିକ୍ଷକଙ୍କଠାରୁ ପରାମର୍ଶ ନେବାକୁ ବିଦ୍ୟାଳୟକୁ ଯାଇପାରିବେ, କେହି ସ୍କୁଲ ଯିବାକୁ ବାଧ୍ୟ ହେବେ ନାହିଁ । ବିଦ୍ୟାଳୟ ଯିବାକୁ ଚାହୁଁଥିବା ଛାତ୍ରଙ୍କୁ ସେମାନଙ୍କ ପିତାମାତାଙ୍କ ଠାରୁ ଲିଖିତ ସମ୍ମତିର ଆବଶ୍ୟକତା ପଡିବ । କିନ୍ତୁ ଏହାସହ କେତେକ ସର୍ତ୍ତ ମଧ୍ୟ ଲାଗୁ କରାଯାଇଛି । 

ଅଧିକ ପଢ଼ନ୍ତୁ:-କୋରୋନାକୁ ନେଇ ସତ ଲୁଚାଉଛି ଭାରତ !

କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ଥିବା ବିଦ୍ୟାଳୟଗୁଡ଼ିକୁ ଅନୁମତି ଦିଆଯିବ ନାହିଁ । ଏବଂ ଏଠାରେ ରହୁଥିବା ଛାତ୍ର କିମ୍ବା ଶିକ୍ଷକ କିମ୍ବା ଅନ୍ୟ କୌଣସି କର୍ମଚାରୀଙ୍କୁ ଅଣ-କଣ୍ଟେନମେଣ୍ଟ ଜୋନରେ ଥିବା ବିଦ୍ୟାଳୟରେ ଆସିବାକୁ ଅନୁମତି ଦିଆଯିବ ନାହିଁ । କିନ୍ତୁ ବିଦ୍ୟାଳୟଗୁଡ଼ିକୁ ଆଂଶିକ ଖୋଲିବାକୁ ଅନୁମତି ଦେବା ସହିତ ସରକାର କହିଛନ୍ତି ଯେ ନା କେବଳ ଅନଲାଇନ୍ ମାଧ୍ୟମରେ ଶିକ୍ଷା ଜାରି ରହିବ, ବରଂ ସରକାରଙ୍କ ତରଫରୁ ଏହାକୁ ପ୍ରତ୍ସାହିତ କରାଯିବ । ଏବଂ ଅନଲାଇନ୍ କ୍ଲାସ୍ ଆରମ୍ଭ କରିବାକୁ କିମ୍ବା ବିଦ୍ୟାଳୟକୁ ଆସୁଥିବା ଛାତ୍ରମାନଙ୍କୁ ଶିକ୍ଷାଦାନ କିମ୍ବା ମାର୍ଗଦର୍ଶନ କରିବାକୁ ସରକାର ୫୦ ପ୍ରତିଶତ ଶିକ୍ଷକ କିମ୍ବା କର୍ମଚାରୀଙ୍କୁ ବିଦ୍ୟାଳୟକୁ ଡାକି ପାରିବେ । ବର୍ତ୍ତମାନ ଏହାଠାରୁ ଅଧିକ ଶିକ୍ଷକ କିମ୍ବା କର୍ମଚାରୀଙ୍କୁ ସ୍କୁଲକୁ ଡକାଯିବ ନାହିଁ ।

Trending news