• କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ।
  • ବୁଧବାର ଭୋର ସମୟରେ ଦେହାନ୍ତ ସୂଚନା ।
  • ଟ୍ୱିଟ କରି ପୁଅ ଫୈଜଲ ଦେଲେ ସୂଚନା II
  • ଓଡ଼ିଶାରେ ଦ୍ୱିତୀୟ ଏମସ ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ । ସୁନ୍ଦରଗଡ଼ରେ ଦ୍ୱିତୀୟ ଏମସ ପାଇଁ ରାଜ୍ୟର ପ୍ରସ୍ତାବ II
  • କଟକ ସିଡ଼ିଏ ଗାଙ୍ଗୁଲି ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ।
  • ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ହାତୀପଲ । ରାତିରେ ପାଚେରୀ ଭାଙ୍ଗି ପ୍ରବେଶ ସୂଚନା II

ପାକିସ୍ତାନ ସେନା ଯୋଗୁଁ ବ୍ୟାକଫୁଟରେ ଚୀନ୍, CPEC ଉପରେ ସଙ୍କଟ

| Sep 07, 2020, 22:46 PM IST
1/10

ପାକିସ୍ତାନର ପୂର୍ବତନ ଆର୍ମି ଜେନେରାଲ ଅସୀମ ବାଜୱା (Former Pakistan Army General Asim Bajwa) ଙ୍କୁ ଗତ ବର୍ଷ ଚୀନ୍‌ର ମହତ୍ୱାକାକ୍ଷୀ ପ୍ରକଳ୍ପ ସିପିଇସି (CPEC) (ଚୀନ୍-ପାକିସ୍ଥାନ ଆର୍ଥିକ କରିଡର)ର ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଅସୀମ ବାଜୱା ଦୁର୍ନୀତିରେ ଫସି ଯିବା କାରଣରୁ ଇମ୍ରାନ ଖାନଙ୍କ ସରକାର ସଙ୍କଟରେ ଆସିଯାଇଛନ୍ତି । ପାକିସ୍ତାନ (Pakistan) ରେ ନିଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସିପିଇସି (CPEC) ଏବଂ ଏହାର ଅଧ୍ୟକ୍ଷ ଅସୀମ ବାଜୱାଙ୍କୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଚୀନ୍‌ର ସମସ୍ୟା ମଧ୍ୟ ବୃଦ୍ଧି ପାଇଛି ।

2/10

ଜେନେରାଲ ବାଜୱା ( Army General Asim Bajwa) ଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ଗଣମାଧ୍ୟମରେ ନ ଆସୁ ବୋଲି ପାକିସ୍ତାନ ସରକାର ଏବଂ ଶକ୍ତିଶାଳୀ ସେନା ସମସ୍ତ ଉଦ୍ୟମ କରୁଛନ୍ତି । ବାଜୱା ଦୁର୍ନୀତି ମାଧ୍ୟମରେ ନିଜ ପରିବାର ନାଁରେ ଆମେରିକାରେ ଏକ ପିଜ୍ଜା ଚେନ ମାଧ୍ୟମରେ ବହୁ ବିଲିୟନ ଡଲାରର ବ୍ୟବସାୟ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ଏକ ସ୍ୱତନ୍ତ୍ର ୱେବସାଇଟ୍ ଫ୍ୟାକ୍ଟ ଫୋକସରେ ପ୍ରକାଶିତ ଏକ ରିପୋର୍ଟରେ  ବାଜୱାଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ଅଣାଯାଇଥିଲା । ୱେବସାଇଟର ସହ-ପ୍ରତିଷ୍ଠାତା ତଥା ସାମ୍ବାଦିକ ଅହମ୍ମଦ ନୁରାନୀ ଟ୍ୱିଟରରେ ଲେଖିଛନ୍ତି ଯେ ରିପୋର୍ଟ ପ୍ରକାଶ ପାଇବା ପରଠାରୁ ତାଙ୍କୁ RAW ଏଜେଣ୍ଟ ତଥା ଦେଶଦ୍ରୋହୀ କୁହାଯାଉଛି । ତାଙ୍କୁ ହତ୍ୟା କରିବାର ଧମକ ମଧ୍ୟ ଦିଆଯାଉଛି ବୋଲି ସାମ୍ବାଦିକ କହିଛନ୍ତି । CPEC ର ସମସ୍ତ ଦାୟିତ୍ୱ ପାକିସ୍ତାନ ସେନା ହାତରେ ଅଛି । ଆଉ ପାକିସ୍ତାନରେ ସେନା ଉପରେ ପ୍ରଶ୍ନ କରିବା ଏତେ ସହଜ ନୁହେଁ ।

3/10

ଏହି ରିପୋର୍ଟରେ ଦାବି କରାଯାଇଛି ଯେ ବାଜୱା ଆମେରିକାର ପିଜ୍ଜା ଚେନ୍ ପାପା ଜନ୍ସଙ୍କ ବ୍ୟବସାୟରେ ତାଙ୍କ ପତ୍ନୀଙ୍କ ଅଂଶ ଘୋଷିତ କରିନାହାଁନ୍ତି । ଯେତେବେଳେ ବାଜୱାଙ୍କୁ ଏପ୍ରିଲରେ ଇମ୍ରାନ ଖାନଙ୍କ ସ୍ୱତନ୍ତ୍ର ସହାୟକ ଭାବେ ନିଯୁକ୍ତି ଦିଆଯାଇଥିଲା, ସେତେବେଳେ ତାଙ୍କୁ ତାଙ୍କ ସମ୍ପତ୍ତିର ସବିଶେଷ ତଥ୍ୟ ଦାଖଲ କରିବାକୁ ପଡ଼ିଥିଲା । ରିପୋର୍ଟରେ କୁହାଯାଇଛି ଯେ ସେନାରେ ଦଖଲ ବୃଦ୍ଧି ସହିତ ଆସୀମ ବାଜୱାଙ୍କ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖୁସି ଖବର ଦେଲା ଋଷ

4/10

ପାକିସ୍ତାନ ସେନାର ପୂର୍ବତନ ମୁଖପାତ୍ର ଅସୀମ ବାଜୱା କହିଛନ୍ତି ଯେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ତାଙ୍କ ତଥା ତାଙ୍କ ପରିବାର ବିରୋଧରେ ଅପପ୍ରଚାରର ପ୍ରୟାସ ମାତ୍ର । ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି ମଧ୍ୟ ଏହି ଅଭିଯୋଗକୁ ସିପିଇସି ଉପରେ ଆକ୍ରମଣ ବୋଲି କହିଛି । ଦଳ ତରଫରୁ ଟ୍ୱିଟ୍ କରି କୁହାଯାଇଛି ଯେ, ସୋସିଆଲ ମିଡିଆରେ ବିଦେଶରେ ବସି ଭାରତୀୟ ଏଜେଣ୍ଡା ପୂରଣ କରିବାକୁ ଚେଷ୍ଟା କରାଯାଉଛି ।

5/10

ଏହି ଅଭିଯୋଗ ଉପରେ ଇମ୍ରାନ ଖାନଙ୍କ ପାର୍ଟି #IndianProxiesAttackCPEC ସହିତ ଏକ ମିଡିଆ ଅଭିଯାନ ମଧ୍ୟ ଚଳାଇଥିଲା । ଏହାକୁ ମଧ୍ୟ ଅନେକ ରାଷ୍ଟ୍ରବାଦୀ ଟିଭି ଚ୍ୟାନେଲରୁ ସମର୍ଥନ ମିଳିଥିଲା । ଗୋଟିଏ ପଟେ ସୋସିଆଲ ମିଡିଆରେ ଏଭଳି ଅଭିଯାନ ଚାଲିଥିଲା, ଅନ୍ୟ ପଟେ ମୁଖ୍ୟ ସ୍ରୋତ ଗଣମାଧ୍ୟମରେ ବାଜୱାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ କଭରେଜକୁ ଦମନ କରିବାକୁ ଚେଷ୍ଟା କରାଯାଇଥିଲା ।

6/10

ଆମେରିକାର ଥିଙ୍କ ଟ୍ୟାଙ୍କ ୱିଲସନ ସେଣ୍ଟରର ସିନିୟର ସାଉଥ ଏସିଆ ଆସୋସିଏଟ ମାଇକେଲ କୁଗେଲମ୍ୟାନଙ୍କ ଅନୁଯାୟୀ ଚୀନ୍ ଏବଂ ପାକିସ୍ତାନର ସମାନ ଉଦ୍ଦେଶ୍ୟ ଏହା ଯେ ଏହି ଅଭିଯୋଗ ସାଧାରଣ ଲୋକଙ୍କ ଆଖିରୁ ଦୂରେଇ ରଖାଯାଉଛି । ଯେପର୍ଯ୍ୟନ୍ତ ଗଣମାଧ୍ୟମରେ ଏହା ବିଷୟରେ ଅଧିକ ଆଲୋଚନା ହୋଇନାହିଁ, ଉଭୟ ଦେଶର ସରକାର ଏହାକୁ ଷଡଯନ୍ତ୍ର କରି ଏହି ପ୍ରସଙ୍ଗକୁ ଶେଷ କରିପାରିବେ । କିନ୍ତୁ ଯଦି ଅଧିକ ଲୋକ ଏଥିପ୍ରତି ଦୃଷ୍ଟି ଦିଅନ୍ତି, ତେବେ ଏହି ଅଭିଯୋଗଗୁଡିକ CPEC ପାଇଁ ଅଧିକ କ୍ଷତିକାରକ ପ୍ରମାଣିତ ହୋଇପାରେ । ଉଭୟ ଚୀନ୍ ଏବଂ ପାକିସ୍ଥାନ ପାଇଁ ପ୍ରମୁଖ ସମସ୍ୟା ସୃଷ୍ଟି କରିପାରେ ।

7/10

ଏହି ବିଷୟକୁ ନେଇ ମଙ୍ଗଳବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ଇମ୍ରାନ ଖାନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ବାଜୱାଙ୍କ ଉପରେ ବେଆଇନ ଭାବେ ସମ୍ପତ୍ତି ହାସଲକୁ ନେଇ ଆସି ଥିବା ଅଭିଯୋଗକୁ ସିପିଇସି ଉପରେ ଆକ୍ରମଣ ବୋଲି କୁହାଯାଉଛି ।

8/10

ମରିୟମ କହିଛନ୍ତି ଯେ, ସିପିଇସି ପ୍ରତିଷ୍ଠାତା ନୱାଜ ସରିଫ ଚାଇନାର ୬୦ ବିଲିୟନ ଡଲାରର ପୁଞ୍ଜି ନିବେଶ ପାକିସ୍ତାନରେ ଆଣିଥିଲେ । କିନ୍ତୁ ଯେତେବେଳେ ତାଙ୍କ ପିତା ୟୁଏଇରେ ପାରିବାରିକ ବ୍ୟବସାୟରୁ ଟଙ୍କା ନେବାର ସବିଶେଷ ବିବରଣୀ ଘୋଷଣା କରିନଥିଲେ, ସେତେବେଳେ ସୁପ୍ରିମକୋର୍ଟ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଥିଲେ ।

9/10

ଦୁର୍ନୀତି ଅଭିଯୋଗ ମଧ୍ୟରେ ଗୁରୁବାର ଏକ ଟିଭି ସାକ୍ଷାତକାରରେ ଅସୀମ ବାଜୱା କହିଛନ୍ତି ଯେ, ସେ ଇମ୍ରାନ ଖାନଙ୍କ ସ୍ୱତନ୍ତ୍ର ସହାୟକ ପଦରୁ ଇସ୍ତଫା ଦେବେ କିନ୍ତୁ ସିପିଇସି ଅଥରିଟିର ଅଧ୍ୟକ୍ଷ ରହିବେ । ବାଜୱା କହିଛନ୍ତି ଯେ ସେ ତାଙ୍କର ସମସ୍ତ ଶକ୍ତି ସିପିଇସିରେ ଉତ୍ସର୍ଗ କରିବେ କାରଣ ସେଠାରେ ଅଧିକ ଧ୍ୟାନର ଆବଶ୍ୟକତା ରହିଛି । 

10/10

ପାକିସ୍ତାନର ବିରୋଧୀ ଦଳ ଖୋଲାଖୋଲି ଭାବେ ଚୀନ୍ ଓ ପାକିସ୍ତାନ ମଧ୍ୟରେ ଥିବା ବନ୍ଧୁତାକୁ ସମର୍ଥନ କରନ୍ତି, କିନ୍ତୁ ସିପିଇସି ପ୍ରାଧିକରଣ ଗଠନ ଏବଂ ବାଜୱାଙ୍କୁ ଏହାର ମୁଖ୍ୟ କରିବାକୁ ବିରୋଧ କରିଛନ୍ତି । କୁଗେଲମ୍ୟାନ କହିଛନ୍ତି ଯେ, ଅନେକ ପାକିସ୍ତାନୀ ବାଜୱାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଭାରତର ଷଡଯନ୍ତ୍ର ଭାବରେ ଦେଖିବା ଆରମ୍ଭ କରି ଦେଇଛନ୍ତି ଏବଂ ସେମାନେ ନିଜ ସରକାରକୁ ସମର୍ଥନ କରି ବାହାରକୁ ଆସିଛନ୍ତି । ପାକିସ୍ତାନରେ ବାଜୱାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭାରତର ଏକ ଷଡଯନ୍ତ୍ର ଭାବରେ ଉପସ୍ଥାପିତ ହୋଇଛି । ଦେଖାଯାଉଛି ଯେ ଚୀନ୍ ସହିତ ଭାରତର ସମ୍ପର୍କ ତିକ୍ତ ଥିବାରୁ ଭାରତ ଚୀନ୍ ଏବଂ ପାକିସ୍ଥାନ ମଧ୍ୟରେ ଥିବା ବନ୍ଧୁତାକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । ଏଭଳି ପରିସ୍ଥିତିରେ ପାକିସ୍ତାନ ସରକାର ଦାୟିତ୍ୱରୁ ଦୂରେଇ ଯାଉଥିବାବେଳେ ବାହ୍ୟ ଶକ୍ତି ଉପରେ ସହଜରେ ଦୋଷ ଦେଇ ପାରିବେ ।