• କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ।
  • ବୁଧବାର ଭୋର ସମୟରେ ଦେହାନ୍ତ ସୂଚନା ।
  • ଟ୍ୱିଟ କରି ପୁଅ ଫୈଜଲ ଦେଲେ ସୂଚନା II
  • ଓଡ଼ିଶାରେ ଦ୍ୱିତୀୟ ଏମସ ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ । ସୁନ୍ଦରଗଡ଼ରେ ଦ୍ୱିତୀୟ ଏମସ ପାଇଁ ରାଜ୍ୟର ପ୍ରସ୍ତାବ II
  • କଟକ ସିଡ଼ିଏ ଗାଙ୍ଗୁଲି ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ।
  • ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ହାତୀପଲ । ରାତିରେ ପାଚେରୀ ଭାଙ୍ଗି ପ୍ରବେଶ ସୂଚନା II

ମିଳିଗଲା ପ୍ରମାଣ, ଚୀନର ଲ୍ୟାବରେ ଏଥିପାଇଁ ପ୍ରସ୍ତୁତ ହୋଇଥିଲା କୋରୋନା ଭୂତାଣୁ !

Virologist Li meng yan on Covid-19: ଚାଇନାରୁ ପଳାୟନ କରୁଥିବା ଭାଇରୋଲୋଜିଷ୍ଟ ଡକ୍ଟର ଲି-ମେଙ୍ଗ ୟାନ ଦାବି କରିଛନ୍ତି ଯେ, ଦୁଇଟି ବାଦୁଡ଼ିର ଜିନ୍ ମିଶ୍ରଣ କରି କୋରୋନା ଭାଇରସ୍ ପ୍ରସ୍ତୁତ କରାଯାଇଛି । ଅନ୍ୟପକ୍ଷେ ବହୁ ବୈଜ୍ଞାନିକ ଏହାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି ।

Sep 18, 2020, 19:29 PM IST
1/8

ନୂଆଦିଲ୍ଲୀ: କୋରୋନା ଭୂତାଣୁ (Coronavirus) ପ୍ରାକୃତିକ ନା ଏହା କୌଣସି ଲ୍ୟାବରେ ପ୍ରସ୍ତୁତ ହୋଇଛି, ଏହାକୁ ନେଇ ବିଶ୍ୱର ବୈଜ୍ଞାନିକମାନଙ୍କ ମତ ଭିନ୍ନ ଭିନ୍ନ ରହିଛି ।  ବର୍ତ୍ତମାନ ଚୀନର ପ୍ରସିଦ୍ଧ ଭାଇରୋଲୋଜିଷ୍ଟ୍ ଡକ୍ଟର ଲି-ମେଙ୍ଗ ୟାନ୍ (Li meng yan) ଦାବି କରିଛନ୍ତି ଯେ, ଦୁଇଟି ବ୍ୟାଟ୍ସ ବା ବାଦୁଡ଼ିର ଜେନେଟିକ୍ ସାମଗ୍ରୀ ମିଶାଇ କୋରୋନା ଭୂତାଣୁ ପ୍ରସ୍ତୁତ କରାଯାଇଛି ।

2/8

ଡକ୍ଟର ୟାନ କୋରୋନା ଭୂତାଣୁ ସମ୍ବନ୍ଧୀୟ ଏକ ରିପୋର୍ଟ ପ୍ରକାଶ କରିଛନ୍ତି । ହଂକଂ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍ଥରେ ଅନୁସନ୍ଧାନ କରିଥିବା ଡକ୍ଟର ୟାନ୍ ଦାବି କରିଛନ୍ତି ଯେ, ଲ୍ୟାବରେ କୋରୋନା ଭୂତାଣୁ ପ୍ରସ୍ତୁତ କରାଯାଇଛି ଓ ଏହାର ଦୃଢ଼ ପ୍ରମାଣ ରହିଛି । ୟାନ ତାଙ୍କ ଦାବିକୁ ସମର୍ଥନରେ ଅନେକ ପ୍ରମାଣ ମଧ୍ୟ ଦେଇଛନ୍ତି ।

3/8

ଡକ୍ଟର ୟାନ୍ ଦାବି କରିଛନ୍ତି ଯେ, ସେ ଅନୁସନ୍ଧାନରେ ପାଇଛନ୍ତି ଯେ କୋରୋନା ଭୂତାଣୁର ସ୍ପାଇକ୍ ପ୍ରୋଟିନ୍କୁ ପରିବର୍ତ୍ତନ କରି ତାକୁ ସହଜ କରି ପ୍ରସ୍ତୁତ କରାଯାଇଛି । ଯାହା ଦ୍ୱାରା ଏହା ମାନବ କୋଷରେ ଅଠା ପରି ଲାଗି ରହିପାରିବ । ତଥାପି ୟାନର ଏହି ଦାବି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ଏହି ଗବେଷଣା କୌଣସି ବୈଜ୍ଞାନିକ ପତ୍ରିକାରେ ପ୍ରକାଶିତ ହୋଇନାହିଁ କିମ୍ବା ଏହାକୁ କେହି ସମୀକ୍ଷା କରିନାହାଁନ୍ତି ।

ଅଧିକ ପଢ଼ନ୍ତୁ:-କଂଗ୍ରେସ-ବିଏସପିର ଏହି ନିଷ୍ପତ୍ତି ପରେ ରୋମାଞ୍ଚକର ହେଲା ୟୁପି ଉପନିର୍ବାଚନର ଲଢ଼େଇ

4/8

ଡାକ୍ତରଙ୍କ ଏହି ଦାବି ଉପରେ ଅନେକ ବୈଜ୍ଞାନିକ ପ୍ରଶ୍ନ ଉଠାଇଛନ୍ତି । ବୈଜ୍ଞାନିକମାନେ ଏହି ରିପୋର୍ଟକୁ ଅସ୍ପଷ୍ଟ ବୋଲି କହିଛନ୍ତି ଏବଂ ଏହାକୁ ବିଶ୍ୱାସଯୋଗ୍ୟ କୁହାଯାଇପାରିବ ନାହିଁ ବୋଲି କହିଛନ୍ତି । ସେମାନେ କହିଛନ୍ତି ଯେ ଏହା ପୂର୍ବରୁ ଅନୁସନ୍ଧାନ ପେପରରେ ପ୍ରମାଣିତ କରାଯାଇଛି ଯେ କୋରୋନା ଭୂତାଣୁ ବାଦୁଡ଼ିରୁ ଉତ୍ପନ୍ନ ହୋଇଛି । ଏହା ମଣିଷ ପାଇଁ ତିଆରି କରିବାର କୌଣସି ପ୍ରମାଣ ନାହିଁ ।

5/8

ଡକ୍ଟର ୟାନ ନିକଟ ଅତୀତରେ କହିଥିଲେ ଯେ ସେ ଏହାର ଦୃଢ଼ ପ୍ରମାଣ ଉପସ୍ଥାପନ କରିବେ ଏବଂ ପ୍ରମାଣ କରିବେ ଯେ କୋରୋନା ଭୂତାଣୁ ମଣିଷ ପାଇଁ ତିଆରି ହୋଇଛି । ଡକ୍ଟର ଲି-ମେଙ୍ଗ ୟାନ ଦାବି କରିଛନ୍ତି ଯେ ବେଜିଂକୁ କୋରୋନା ଭୂତାଣୁ ବିଷୟରେ ସେହି ସମୟରେ ସୂଚନା ମିଳିଥିଲା, ଯେତେବେଳେ ଏହା ମହାମାରୀ ବ୍ୟାପିବା ଆରମ୍ଭ ହୋଇ ନଥିଲା । ଏହି ଦାବି କରିବା ପରେ ସେ ନିଜ ଜୀବନ ରକ୍ଷା କରିବା ପାଇଁ ଚୀନରୁ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି ।

6/8

ସୂଚନାଯୋଗ୍ୟ, ନିକଟରେ ସେ Loose Womenରେ ଆସିଥିଲେ ଓ ଦାବି କରିଛନ୍ତି ଯେ ଚୀନ ସରକାର ତାଙ୍କର ସମସ୍ତ ତଥ୍ୟକୁ ସରକାରୀ ଡାଟାବେସରୁ ହଟାଇ ଦେଇଛନ୍ତି । ୱୁହାନ ବଜାରରୁ କୋଭିଡ-19 ବ୍ୟାପିବା ଖବର ଏକ ଗୁଜବ ବୋଲି ଡକ୍ଟର ୟାନ ଦାବି କରିଛନ୍ତି । ଡକ୍ଟର ୟାନ କହିଛନ୍ତି, ପ୍ରଥମ କଥା ହେଉଛି ୱୁହାନର ମାଂସ ବଜାରକୁ ପରଦା ଭାବରେ ବ୍ୟବହାର କରାଯାଉଛି ଓ ଭୂତାଣୁ ପ୍ରାକୃତିକ ନୁହେଁ ।

ଅଧିକ ପଢ଼ନ୍ତୁ:-କେବେ ମିଳିବ କୋରୋନାରୁ ମୁକ୍ତି ? WHO କହିଲା ସବୁକିଛି

7/8

ଯେତେବେଳେ ୟାନଙ୍କୁ ଭାଇରସ କେଉଁଠୁ ଆସିଲା ବୋଲି ପଚରାଗଲା, ସେ କହିଥିଲେ ଯେ ୱୁହାନର ଲ୍ୟାବରୁ । ସେ କହିଛନ୍ତି, ଜେନୋମ ସିକ୍ୱେଂସ ମନୁଷ୍ୟର ଫିଙ୍ଗର ପ୍ରିଣ୍ଟ ପରି ଅଟେ । ଏହି ଆଧାରରେ ଏହାକୁ ଚିହ୍ନଟ କରାଯାଇପାରିବ ।

8/8

ଡକ୍ଟର ୟାନ ଦାବି କରିଛନ୍ତି ଯେ, ତାଙ୍କ ସୂଚନା ଚାଇନାର ଡାଟାବେସରୁ ହଟାଇ ଦିଆଯାଇଛି । ତାଙ୍କ ସହକର୍ମୀଙ୍କୁ ତାଙ୍କ ବିଷୟରେ ମିଥ୍ୟା ଖବର ପ୍ରଚାର କରିବାକୁ କୁହାଯାଇଛି । ସେ କହିଛନ୍ତି ଯେ କୋରୋନା ଭୂତାଣୁ ଅଧ୍ୟୟନ କରିବାରେ ସେ ପ୍ରଥମ ବୈଜ୍ଞାନିକମାନଙ୍କ ମଧ୍ୟରୁ ଜଣେ ।