Advertisement
photoDetails0hindi

ଆମେରିକାରେ କୋରୋନାର ପ୍ରକୋପ, ଫୁଲ୍ ହେଲା ଡାକ୍ତରଖାନା, ପାର୍କିଂରେ ଚାଲିଛି ଚିକିତ୍ସା

1/6

ନୂଆଦିଲ୍ଲୀ: ବିଶ୍ୱ କୋରୋନା ସଂକ୍ରମଣ (Coronavirus) ସହିତ ସଂଘର୍ଷ କରୁଛି । ଏହି ସମୟରେ ସମଗ୍ର ବିଶ୍ୱବାସୀ ଉତ୍କଣ୍ଠା ସହ କୋଭିଡ-19 ଟୀକା ବା ଭ୍ୟାକ୍ସିନ (COVID-19 Vaccine) କୁ ଅପେକ୍ଷା କରି ବସିଛନ୍ତି । କିନ୍ତୁ ଏହାପୂର୍ବରୁ କୋରୋନା ପୁଣି ଥରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଆମେରିକାରେ ସ୍ଥିତି ସବୁଠୁ ଖରାପ ହୋଇଯାଇଛି । ଏଠାରେ କୋରୋନାରୁ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା ୨.୫୬ ଲକ୍ଷ ହୋଇସାରିଛି । ଏହାସହ ଦ୍ରୁତଗତିରେ ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ରୋଗୀଙ୍କ ଚିକିତ୍ସା ପାଇଁ କାର୍ ପାର୍କିଂରେ ୱାର୍ଡ ତିଆରି କରିବାକୁ ପଡୁଛି ।

2/6

ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୫.୬୫ କୋଟିରୁ ଅଧିକ ଲୋକ କୋରୋନା ସଂକ୍ରମଣରେ ପ୍ରଭାବିତ ହୋଇଛନ୍ତି । ଏଥିମଧ୍ୟରୁ ୩.୯୩ କୋଟି ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଅନ୍ୟପକ୍ଷେ ୧୩.୫୩ ଲକ୍ଷ ସଂକ୍ରମିତ ପ୍ରାଣ ହରାଇଛନ୍ତି । Www.worldometers.info/coronavirus ଅନୁଯାୟୀ, ବର୍ତ୍ତମାନ ସମୟରେ ପ୍ରାୟ ୧.୫୮ କୋଟି ସକ୍ରିୟ କୋରୋନା ମାମଲା ରହିଛି । 

3/6

ଏଥି ସହିତ ଆମେରିକା ଏହି ମହାମାରୀ ସହ ସର୍ବାଧିକ ସଂଘର୍ଷ କରୁଛି । ଆମେରିକାର କେତେକ ରାଜ୍ୟରେ ଏହି ଅବସ୍ଥା ଅନିୟନ୍ତ୍ରିତ ହୋଇପଡିଛି । 'ଦି ଗାର୍ଡିଆନ୍'ର ରିପୋର୍ଟ ଅନୁଯାୟୀ ବୁଧବାର ପର୍ଯ୍ୟନ୍ତ ଏଠାରେ ମୋଟ ୨.୫୬ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି । ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ୭୭ ହଜାର ଲୋକ ଡାକ୍ତରଖାନାରେ ଅଛନ୍ତି ।

4/6

ଏହି ରିପୋର୍ଟ ଅନୁଯାୟୀ, ନେଭାଡା ଏବଂ ମିସିଗାନ୍ ଭଳି ରାଜ୍ୟରେ ପରିସ୍ଥିତି ଏପରି ହୋଇଛି ଯେ ଏଠାରେ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରଖାନାରେ ବେଡ୍ ମଧ୍ୟ ନାହିଁ । ନେଭାଡାର ରେନୋ ସିଟି ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ଏତେ ବଢ଼ିଯାଇଛନ୍ତି ଯେ କାର୍ ପାର୍କିଂରେ ୱାର୍ଡ ତିଆରି କରିବାକୁ ପଡ଼ିଛି । ଏଠାରେ ଥିବା କର୍ମଚାରୀମାନେ ଏତେ ସଂଖ୍ୟକ ରୋଗୀଙ୍କୁ ସମ୍ଭାଳିବାରେ ଅସମର୍ଥ । ଟେନେସିର କ୍ରିଟିକାଲ୍ କେୟାରର ନିର୍ଦ୍ଦେଶକ ଡକ୍ଟର ଆଲିସନ୍ ଜୋନ୍ସ କହିଛନ୍ତି ଯେ କୋରୋନା ସଂକ୍ରମଣର ଦ୍ରୁତ ବୃଦ୍ଧି ଅତ୍ୟନ୍ତ ଚିନ୍ତାଜନକ । ଏବେ ଆଶା ମଧ୍ୟ ଭାଙ୍ଗି ଯାଉଛି । ପରିସ୍ଥିତିରେ କେବେ ଉନ୍ନତି ଆସିବ, ଏ ବିଷୟରେ କିଛି କୁହାଯାଇପାରିବ ନାହିଁ ।

ଅଧିକ ପଢ଼ନ୍ତୁ:-ଜାଣନ୍ତୁ କିପରି କେବଳ ଗୋଟିଏ ଚାମଚ କୋରୋନା ଭୂତାଣୁ ସାରା ଦୁନିଆକୁ କରିଦେଲା ବର୍ବାଦ

5/6

ଆମେରିକାରେ କୋରୋନା ତାଣ୍ଡବ ଆରମ୍ଭ କରିଦେଇଛି । ଏଠାରେ ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା ବିଶ୍ୱରେ ସର୍ବାଧିକ । ଆମେରିକାରେ ମାତ୍ର ଏକ ସପ୍ତାହ ମଧ୍ୟରେ ୧୫ ଲକ୍ଷରୁ ଅଧିକ ମାମଲା ରିପୋର୍ଟ ହୋଇଛି, କିନ୍ତୁ ଟ୍ରମ୍ପ ପ୍ରଶାସନ ଏହି ଭୂତାଣୁକୁ ଗୁରୁତର ସହ ନେବାକୁ ପ୍ରସ୍ତୁତ ନୁହଁନ୍ତି । ନିକଟରେ ଜୋ ବାଇଡେନ କହିଛନ୍ତି ଯେ ଆମେରିକାରେ ବଢୁଥିବା ସଂକ୍ରମଣ ମାମଲାକୁ ରୋକିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ।

ଅଧିକ ପଢ଼ନ୍ତୁ:-ପୁଣି ଥରେ ପାକିସ୍ତାନକୁ ବଡ଼ ଝଟକା ଦେଲା ଚୀନ, ସଙ୍କଟରେ ଇମ୍ରାନ ସରକାର!

6/6

ସେପଟେ ବୁଧବାର ନ୍ୟୁୟର୍କ ସିଟି ପ୍ରଶାସନ ସଙ୍କେତ ଦେଇଛି ଯେ ଏଠାରେ ପୁନର୍ବାର ତାଲା ପକାଯାଇପାରେ । ବିଦ୍ୟାଳୟ, ହୋଟେଲ, ରେଷ୍ଟୁରାଣ୍ଟ ଏବଂ ବାରଗୁଡିକ ବନ୍ଦ ହୋଇସାରିଛି । ଆଜି ମିନେସୋଟାରେ ମଧ୍ୟ ଲକଡାଉନ୍ ଘୋଷଣା କରାଯାଇପାରେ ।

ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁକୁ ନେଇ ଭୟଙ୍କର ଚେତାବନୀ ଜାରି କଲା WHO