କୋରୋନା ଟୀକା ବଣ୍ଟନକୁ ନେଇ ବହୁତ ବଡ଼ ଖୁସି ଖବର ଦେଲେ ପିଏମ ମୋଦି
ଏକ ଇଂରାଜୀ ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କୋରୋନା ଟୀକା ଉପରେ ଚର୍ଚ୍ଚା କରିଛନ୍ତି ।

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ସମେତ ଭାରତରେ କୋରୋନା ଭୂତାଣୁ (Coronavirus) ସଙ୍କଟ ଜାରି ରହିଛି । ଏହି ସମୟରେ କୋରୋନା ଭ୍ୟାକ୍ସିନ ବା ଟୀକା (Coronavirus Vaccine) ପ୍ରସ୍ତୁତି ପାଇଁ ଦିନରାତି କାର୍ଯ୍ୟରେ ଲାଗିଛନ୍ତି ବୈଜ୍ଞାନିକମାନେ । ବର୍ତ୍ତମାନ ଭାରତରେ ମଧ୍ୟ କୋରୋନାର ଅନେକ ଟୀକା ଉପରେ ପରୀକ୍ଷା ଚାଲିଛି । ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଏକ ବଡ଼ ବୟାନ ଦେଇଛନ୍ତି । ପିଏମ ମୋଦି କହିଛନ୍ତି ଯେ ଯେତେବେଳେ ଭାରତରେ କୋଭିଡ-19 ଟୀକା (COVID-19 Vaccine) ଉପଲବ୍ଧ ହେବ ସେତେବେଳେ ପ୍ରତ୍ୟେକ ନାଗରିକଙ୍କୁ ଏହି ଟୀକା ଦିଆଯିବ । ଏଥିରୁ କାହାକୁ ବାଦ୍ ଦିଆଯିବ ନାହିଁ ।



ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, କୋରୋନା ଭାଇରସ ସଙ୍କଟ ଏବେ ବି ଜାରି ରହିଛି, ଏଭଳି ପରିସ୍ଥିତିରେ ଲୋକମାନେ ସତର୍କ ରହିବା ଉଚିତ । ପର୍ବ ଦିନରେ ଲୋକମାନେ ଅଧିକ ସଜାଗ ରହିବା ଉଚିତ । ଏହି ସମୟରେ କୌଣସି ପ୍ରକାରର ଅବସାବଧାନତା ଅବଲମ୍ୱନ କରିବା ଅନୁଚିତ ।
ଅଧିକ ପଢ଼ନ୍ତୁ:-ରାଜଧାନୀ ଦିଲ୍ଲୀରେ କୋରୋନାର ତାଣ୍ଡବ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

ଟୀକା ବଣ୍ଟନ ପାଇଁ ବର୍ତ୍ତମାନ ଭାରତ ସରକାର ପ୍ରସ୍ତୁତ କରୁଛନ୍ତି । ଯାହାଫଳରେ ସମୟ ଆସିଲେ ସମଗ୍ର ଦେଶରେ ଏହି ଟୀକା ଉପଲବ୍ଧ ହୋଇପାରିବ । ଏକ ଆକଳନ ଅନୁଯାୟୀ, ସମସ୍ତ ଦେଶବାସୀଙ୍କୁ ଟୀକା ଯୋଗାଇବା ପାଇଁ ସରକାର ପ୍ରଥମେ ୫୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବଜେଟ୍ ରଖିଛନ୍ତି । ଜଣେ ବ୍ୟକ୍ତିଙ୍କୁ ଟୀକା ଦେବା ପାଇଁ ୩୮୫ ଟଙ୍କା ଖର୍ଚ୍ଚ ହେବ ।
ଅଧିକ ପଢ଼ନ୍ତୁ:-ଯିଏ ଦେଇଛି ସମଗ୍ର ଦୁନିଆକୁ କୋରୋନା, ସେ ହିଁ ଦେବ ପ୍ରଥମ ଟୀକା !


ବାସ୍ତବରେ, ବିହାର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନିଜର ଘୋଷଣାପତ୍ରରେ ଘୋଷଣା କରିଛି ଯେ କ୍ଷମତାକୁ ଆସିବା ପରେ କୋଭିଡ-19 ଭ୍ୟାକ୍ସିନ ସମସ୍ତ ବିହାରୀଙ୍କୁ ମାଗଣାରେ ପ୍ରଦାନ କରିବ । ଯାହା ପରେ ଅନେକ ପ୍ରକାରର ପ୍ରଶ୍ନ ଆରମ୍ଭ ହୋଇଥିଲା । ରାଜନୈତିକ ଦଳମାନେ ସରକାରଙ୍କ କୋଭିଡ ଟୀକା ଯୋଜନାକୁ ଟାର୍ଗେଟ କରି ଏହାକୁ ନିର୍ବାଚନ ସୁବିଧା ସହ ଯୋଡିଥିଲେ ।
ଅଧିକ ପଢ଼ନ୍ତୁ:-ଭାରତର ଏହି ୫ଟି ରାଜ୍ୟରେ କୋରୋନା ଭୂତାଣୁର ବିପଦ ସବୁଠାରୁ ଅଧିକ, ଚେତାବନୀ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ