Dr. Subbanna Ayyappan: ବିଶିଷ୍ଟ କୃଷି ବୈଜ୍ଞାନିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published: May 13, 2025, 10:07 AM IST|Updated: May 13, 2025, 10:07 AM IST

Dr Subbanna Ayyappan: ନୂଆଦିଲ୍ଲୀ: ଗତ ୬ ଦିନ ଧରି ନିଖୋଜ ଥିବା ଦେଶର ଜଣାଶୁଣା କୃଷି ବୈଜ୍ଞାନିକ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଡକ୍ଟର ସୁବନ୍ନା ଆୟାପନ୍ (70)ଙ୍କ ମୃତଦେହ ମିଳିଛି। ଶ୍ରୀରଙ୍ଗପାଟନାର ସାଇ ଆଶ୍ରମ ନିକଟରେ କାବେରୀ ନଦୀରୁ ତାଙ୍କ ମୃତଦେହ ମିଳିଥିଲା। ସେ ମୈସୁରର ବିଶ୍ୱେଶ୍ୱର ନଗର ଶିଳ୍ପ ଅଞ୍ଚଳରେ ତାଙ୍କ ପତ୍ନୀଙ୍କ ସହିତ ରହୁଥିଲେ କିନ୍ତୁ ମେ ୭ ତାରିଖରେ ହଠାତ୍ ତାଙ୍କ ଘରୁ ନିଖୋଜ ହୋଇଗଲେ। ତାଙ୍କ ପରିବାରରେ ସ୍ତ୍ରୀ ଏବଂ ୨ ଝିଅ ଅଛନ୍ତି।