Durga Puja Free Electricity: ଦୁର୍ଗାପୂଜା ଓ ରାମଲୀଳାକୁ ନେଇ ବଡ଼ ଖବର, ଆୟୋଜକଙ୍କୁ ୧୨୦୦ ୟୁନିଟ୍ ମାଗଣା ବିଜୁଳି

Written ByRashmita SahooEdited ByRashmita Sahoo
Published: Sep 07, 2025, 11:13 AM IST|Updated: Sep 07, 2025, 11:13 AM IST

Durga Puja Free Electricity: ଆଗକୁ ଆସୁଛି ପାର୍ବଣ ଋତୁ । ଏଥିପାଇଁ ଜୋରଦାର ପ୍ରସ୍ତତି ରେ ଲାଗିପଡ଼ିଛନ୍ତି ସରକାର, ଆୟୋଜକ ଓ ଜିଲ୍ଲା ପ୍ରଶାସନ ସହ ପୋଲିସ ପ୍ରଶାସନ। ତେବେ ପ୍ରଥମ ଥର ପାଇଁ, ଜାତୀୟ ରାଜଧାନୀର ସରକାର ଦୁର୍ଗା ପୂଜା ଏବଂ ରାମଲୀଳା ଆୟୋଜନ ପାଇଁ ପ୍ରତ୍ୟେକ ଆୟୋଜକଙ୍କୁ ୧୨ଶହ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇବେ। ବିଦ୍ୟୁତ୍ ମିଟର ଲଗାଇବା ପାଇଁ କେବଳ ୨୫ ପ୍ରତିଶତ ସୁରକ୍ଷା ରାଶି ଜମା କରିବାକୁ ପଡିବ। ସମସ୍ତ ସ୍ଥାନରେ ସଫାସୁତୁରା, ଫଗିଂ, ପାଣି ଟ୍ୟାଙ୍କର୍, ସ୍ୱାସ୍ଥ୍ୟ ସୁବିଧା, ଆମ୍ବୁଲାନ୍ସ, ଶୌଚାଳୟ, ଅଗ୍ନିଶମ ସେବା, ପାର୍କିଂ ସୁରକ୍ଷା ଏବଂ ଟ୍ରାଫିକ୍ ପରିଚାଳନା ପାଇଁ ମଧ୍ୟ ସୁଗମ ବ୍ୟବସ୍ଥା କରାଯିବ। 