• ଆଜି ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୪ତମ ଜୟନ୍ତୀ
  • IPL 2020: ଆଇପିଏଲରେ ଆଜି ଦୁଇଟି ମ୍ୟାଚ
  • ପ୍ରଥମ ମ୍ୟାଚରେ ଦିଲ୍ଲୀ ଓ ମୁମ୍ବାଇ ପରସ୍ପରକୁ ଭେଟିବେ
  • ଦ୍ୱିତୀୟ ମ୍ୟାଚରେ ବାଙ୍ଗାଲୋର-ହାଇଦ୍ରାବାଦ ମୁହାଁମୁହିଁ
  • ଦେଶରେ ୨୪ ଘଣ୍ଟା ମଧ୍ୟରେ ମୋଟ ୪୮ ହଜାର ୨୬୮ ଜଣ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟା ମଧ୍ୟରେ ମୋଟ ୫୫୧ ଜଣ ମୃତ୍ୟୁ
  • ୫ଟି ସଚିବଙ୍କ ଲିଙ୍ଗରାଜ ମନ୍ଦିର ଗସ୍ତ, ପରଖିଲେ ସ୍ଥିତି
  • ୮୦%ରୁ ଅଧିକ ଜମି ଅଧିଗ୍ରହଣ ସରିଥିବା ସୂଚନା, ଶିବରାତ୍ରି ପୂର୍ବରୁ ରାସ୍ତା ପ୍ରଶସ୍ତ ହେବା ନେଇ ଯୋଜନା
  • ଆଜି ଉପନିର୍ବାଚନର ଶେଷ ଦିନ

ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ଅନ୍ୟପକ୍ଷେ ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ବି ସୁନା ଦର (Gold Rate) ରେ ବୃଦ୍ଧି ଘଟିଛି । ଗତକାଲି ଅର୍ଥାତ ଶନିବାର ଭୁବନେଶ୍ୱରରେ ସୁନା ଦରରେ ୨୩୦ ଟଙ୍କାର ହ୍ରାସ ଘଟିଥିଲା ।

ତମାଲ ବାକଚି | Sep 27, 2020, 18:39 PM IST
1/6

ନୂଆଦିଲ୍ଲୀ: ବୈଶ୍ୱିକ ବଜାରରେ ଆଜି ମୂଲ୍ୟବାନ ଧାତୁ ଦର (Gold-Silver Price) ରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ଦେଶରେ ଗତ ୬ ଦିନରେ ସୁନା ମୂଲ୍ୟରେ ୨,୧୯୦ ଟଙ୍କା ହ୍ରାସ ଘଟିଛି । 

2/6

ଅନ୍ୟପକ୍ଷେ ଆଜି ଅର୍ଥାତ ରବିବାର ଦେଶରେ ୧୦ ଗ୍ରାମ ସୁନା ଦର (Gold Price) ରେ ୧୦ ଟଙ୍କା ବଢ଼ିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୩୧୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୪୯,୩୦୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଫଳରେ ୧୦ ଗ୍ରାମ ସୁନା ଦର ୪୮,୩୧୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ଏହାର ମୂଲ୍ୟ ୪୮,୩୦୦ ଟଙ୍କା ଥିଲା ।

3/6

ସେପଟେ ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ କୌଣସି ପରିବର୍ତ୍ତନ ଘଟିନାହିଁ । ଗତକାଲି ରୁପା ମୂଲ୍ୟରେ ୩୦୦ ଟଙ୍କା ହ୍ରାସ ଘଟିଥିବା ବେଳେ ଆଜି କୌଣସି ପରିବର୍ତ୍ତନ ଆସିନାହିଁ । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୯,୦୦୦ ଟଙ୍କାରେ ରହିଛି । ଗତକାଲି ରୁପା ମୂଲ୍ୟ ୫୯,୦୦୦ ଥିଲା ।

ଅଧିକ ପଢ଼ନ୍ତୁ:-ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

4/6

ଅନ୍ୟପକ୍ଷେ ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ବି ସୁନା ଦର (Gold Rate) ରେ ବୃଦ୍ଧି ଘଟିଛି । ଗତକାଲି ଅର୍ଥାତ ଶନିବାର ଭୁବନେଶ୍ୱରରେ ସୁନା ଦରରେ ୨୩୦ ଟଙ୍କାର ହ୍ରାସ ଘଟିଥିଲା । ଅନ୍ୟପଟେ ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ମଧ୍ୟ ୧୦ ଟଙ୍କାର ବୃଦ୍ଧି ଘଟିଛି ।

5/6

ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୨,୧୫୦ ଟଙ୍କାରେ ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୫୨,୧୪୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୮୧୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୪୭,୮୦୦ ଟଙ୍କା ରହିଥିଲା । 

6/6

ଆଜି ଭୁବନେଶ୍ୱରରେ ମଧ୍ୟ ରୁପା ମୂଲ୍ୟ (Silver Price) ରେ କୌଣସି ପରିବର୍ତ୍ତନ ଘଟିନାହିଁ । ଗତକାଲି ରୁପା ମୂଲ୍ୟରେ ୩୦୦ ଟଙ୍କା ହ୍ରାସ ଘଟିଥିବା ବେଳେ ଆଜି କୌଣସି ପରିବର୍ତ୍ତନ ଆସିନାହିଁ । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୯,୦୦୦ ଟଙ୍କାରେ ରହିଛି । ଗତକାଲି ରୁପା ମୂଲ୍ୟ ୫୯,୦୦୦ ଥିଲା ।