• ଆଜି ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୪ତମ ଜୟନ୍ତୀ
  • IPL 2020: ଆଇପିଏଲରେ ଆଜି ଦୁଇଟି ମ୍ୟାଚ
  • ପ୍ରଥମ ମ୍ୟାଚରେ ଦିଲ୍ଲୀ ଓ ମୁମ୍ବାଇ ପରସ୍ପରକୁ ଭେଟିବେ
  • ଦ୍ୱିତୀୟ ମ୍ୟାଚରେ ବାଙ୍ଗାଲୋର-ହାଇଦ୍ରାବାଦ ମୁହାଁମୁହିଁ
  • ଦେଶରେ ୨୪ ଘଣ୍ଟା ମଧ୍ୟରେ ମୋଟ ୪୮ ହଜାର ୨୬୮ ଜଣ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟା ମଧ୍ୟରେ ମୋଟ ୫୫୧ ଜଣ ମୃତ୍ୟୁ
  • ୫ଟି ସଚିବଙ୍କ ଲିଙ୍ଗରାଜ ମନ୍ଦିର ଗସ୍ତ, ପରଖିଲେ ସ୍ଥିତି
  • ୮୦%ରୁ ଅଧିକ ଜମି ଅଧିଗ୍ରହଣ ସରିଥିବା ସୂଚନା, ଶିବରାତ୍ରି ପୂର୍ବରୁ ରାସ୍ତା ପ୍ରଶସ୍ତ ହେବା ନେଇ ଯୋଜନା
  • ଆଜି ଉପନିର୍ବାଚନର ଶେଷ ଦିନ

ସୁନା-ରୁପା ମୂଲ୍ୟରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ମଧ୍ୟ ବୃଦ୍ଧି ଘଟିଛି । ଗତକାଲି ରୁପା ମୂଲ୍ୟରେ ୧,୦୦୦ ଟଙ୍କା ହ୍ରାସ ଘଟିଥିବା ବେଳେ ଆଜି ୨,୭୦୦ ଟଙ୍କାର ବୃଦ୍ଧି ଘଟିଛି ।

ତମାଲ ବାକଚି | Sep 29, 2020, 19:31 PM IST
1/6

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଆଜି ମୂଲ୍ୟବାନ ଧାତୁ ଦର (Gold-Silver Rate) ରେ ବୃଦ୍ଧି ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ଦେଶରେ ଗତକାଲି ସୁନା ମୂଲ୍ୟରେ ୬୦ ଟଙ୍କା ହ୍ରାସ ଘଟିଥିଲା । 

2/6

ସେପଟେ ଆଜି ଅର୍ଥାତ ମଙ୍ଗଳବାର ଦେଶରେ ୧୦ ଗ୍ରାମ ସୁନା ଦର (Gold Price) ରେ ୭୫୦ ଟଙ୍କା ବଢ଼ିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୦,୦୦୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୪୯,୨୫୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୭୫୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଫଳରେ ୧୦ ଗ୍ରାମ ସୁନା ଦର ୪୯,୦୦୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ଏହାର ମୂଲ୍ୟ ୪୮,୨୫୦ ଟଙ୍କା ଥିଲା ।

3/6

ସେହିପରି ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ମଧ୍ୟ ବୃଦ୍ଧି ଘଟିଛି । ଗତକାଲି ରୁପା ମୂଲ୍ୟରେ ୧,୦୦୦ ଟଙ୍କା ହ୍ରାସ ଘଟିଥିବା ବେଳେ ଆଜି ୨,୭୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୦,୭୦୦ ଟଙ୍କାରେ ରହିଛି । ଗତକାଲି ରୁପା ମୂଲ୍ୟ ୫୮,୦୦୦ ଥିଲା ।

ଅଧିକ ପଢ଼ନ୍ତୁ:-ଉତ୍ତର ପ୍ରଦେଶରେ କଂଗ୍ରେସକୁ ମଜଭୁତ କରିବା ପାଇଁ ଗୁପ୍ତ ଭାବେ ଏହି କାମ କରୁଛନ୍ତି ପ୍ରିୟଙ୍କା

4/6

ସେହିପରି ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ବି ସୁନା ଦର (Gold Rate) ରେ ବୃଦ୍ଧି ଘଟିଛି । ଗତକାଲି ଅର୍ଥାତ ସୋମବାର ଭୁବନେଶ୍ୱରରେ ସୁନା ଦରରେ ୧୧୦ ଟଙ୍କାର ହ୍ରାସ ଘଟିଥିଲା । ଅନ୍ୟପଟେ ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୪୬୦ ଟଙ୍କାର ବୃଦ୍ଧି ଘଟିଛି । 

5/6

ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୨,୫୩୦ ଟଙ୍କାରେ ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୫୨,୦୪୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୪୬୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୧୬୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୪୭,୭୦୦ ଟଙ୍କା ରହିଥିଲା । 

ଅଧିକ ପଢ଼ନ୍ତୁ:-ମଙ୍ଗଳ ଗ୍ରହରେ ମିଳିଲା ପାଣି, ମାଟି ତଳେ ପୋତି ରହିଛି ୩ଟି ହ୍ରଦ

6/6

ଆଜି ଭୁବନେଶ୍ୱରରେ ମଧ୍ୟ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ରେକର୍ଡ କରାଯାଇଛି । ଗତକାଲି ରୁପା ମୂଲ୍ୟରେ ୧,୦୦୦ ଟଙ୍କା ହ୍ରାସ ଘଟିଥିବା ବେଳେ ଆଜି ୨,୭୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୦,୭୦୦ ଟଙ୍କାରେ ରହିଛି । ଗତକାଲି ରୁପା ମୂଲ୍ୟ ୫୮,୦୦୦ ଥିଲା ।