• ରାଜ୍ୟରେ ସଂକ୍ରମଣ ହାର କମୁଛି, ଆଗକୁ ଆହୁରି କମିବ: DMET ସିବିକେ ମହାନ୍ତି
  • ରେଡ୍‌ ଜୋନ୍‌ରେ ରାଜ୍ୟର ୭ଟି ଜିଲ୍ଲା
  • କେନ୍ଦୁଝର: ତୁରୁମୁଙ୍ଗା HP ପେଟ୍ରୋଲ ପମ୍ପ ନିକଟରେ ଟ୍ରକ୍‌-ବୋଲେରୋ ଧକ୍କା, ୨ ଡ୍ରାଇଭର ମୃତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୩,୯୨୧ ଜୀବନ
  • ଦେଶରେ ଦିନକରେ ୭୦ ହଜାର ୪୨୧ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଉ ୪୪ ଜୀବନ ନେଲା ମହାମାରୀ କୋରୋନା
  • ରାଜ୍ୟରେ ଦିନକରେ ଆଉ ୪ ହଜାର ୩୩୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ‘ରଜ’ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଶୁଭେଚ୍ଛା
  • ‘ରଜ ପର୍ବ’ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
  • ଆସନ୍ତା ୨୧ ତାରିଖରୁ ପିଲାମାନଙ୍କୁ ୟୁଟ୍ୟୁବ୍ ମାଧ୍ୟମରେ ପାଠ ପଢ଼ା, ମାର୍ଗଦର୍ଶିକା ଜାରି

ଟ୍ରମ୍ପଙ୍କ ବଢ଼ିଲା ଟେନସନ୍, ଆମେରିକା ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ କରିବେ କିମ ଜୋଙ୍ଗ ଉନ

ଆମେରିକାରେ ନିର୍ବାଚନ ପୂର୍ବରୁ କିମଙ୍କ ଏହି ଶକ୍ତି ପ୍ରଦର୍ଶନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଙ୍କ ସମସ୍ୟାକୁ ବଢ଼ାଇପାରେ ।

ତମାଲ ବାକଚି | Oct 08, 2020, 20:20 PM IST
1/7

ନୂଆଦିଲ୍ଲୀ: କୋରୋନା ଭୂତାଣୁ (Coronavirus) ଭଳି ବୈଶ୍ୱିକ ମହାମାରୀ ମଧ୍ୟରେ ଉତ୍ତର କୋରିଆ (North Korea) ର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ( Kim Jong-un) ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଅକ୍ଟୋବର ୧୦ରେ ଶାସକ ଦଳର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ  କିମ ପୁଣି ଥରେ ନିଜର ଶକ୍ତିର ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଯେଉଁଥିରେ ଅଧିକ ଶକ୍ତିଶାଳୀ ଓ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର (Missiles)ସାମିଲ ରହିଛି ।

2/7

ଆମେରିକାରେ ନିର୍ବାଚନ ପୂର୍ବରୁ କିମଙ୍କ ଏହି ଶକ୍ତି ପ୍ରଦର୍ଶନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଙ୍କ ସମସ୍ୟାକୁ ବଢ଼ାଇପାରେ । ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନକୁ ନେଇ ଆମେରିକା ଏବଂ ଉତ୍ତର କୋରିଆ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଛି । ଏହି କାରଣରୁ ଆମେରିକା ଉତ୍ତର କୋରିଆ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇଛି ।

3/7

ବୈଶ୍ୱିକ ମହାମାରୀ ଓ ଅର୍ଥନୈତିକ ପ୍ରତିବନ୍ଧକ ସତ୍ତ୍ୱେ କିମ ଜୋଙ୍ଗ ନିଜ ଦେଶରେ ଏକ ଶକ୍ତିଶାଳୀ ଶକ୍ତି ଭାବରେ ଉଭା ହୋଇଛନ୍ତି । ମିଳିତ ଜାତିସଂଘର ନୂତନ ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତର କୋରିଆ ଉପରେ ଲାଗୁ କରାଯାଇଥିବା ସମସ୍ତ ପ୍ରତିବନ୍ଧକ ଅନୁପଯୁକ୍ତ ପ୍ରମାଣିତ ହୋଇଛି ଏବଂ କିମ ଜୋଙ୍ଗ ଶୀଘ୍ର ନିଜର ମିଶନକୁ ପୂରଣ କରିବାରେ ବ୍ୟସ୍ତ ଅଛନ୍ତି ।

4/7

କୋରୋନା ଭୂତାଣୁ ମହାମାରୀ ସତ୍ତ୍ୱେ ଉତ୍ତର କୋରିଆ ଏକ ଦ୍ରୁତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଉପରେ କାର୍ଯ୍ୟ କରୁଛି । ରିପୋର୍ଟ ଅନୁଯାୟୀ ଉତ୍ତର କୋରିଆ ଆଉ ଏକ ଆଣବିକ ଅସ୍ତ୍ର ପ୍ରସ୍ତୁତ କରିଛି । ପ୍ରକାଶ ଯେ, ଚଳିତ ବର୍ଷ ଆରମ୍ଭରୁ ଉତ୍ତର କୋରିଆ ନୂତନ କ୍ଷେପଣାସ୍ତ୍ର ତିଆରି କରିବାରେ ନିରନ୍ତର କାର୍ଯ୍ୟ କରୁଛି ।

ଅଧିକ ପଢ଼ନ୍ତୁ:-ହାଥରସ ଅଭିଯୁକ୍ତଙ୍କ ଜେଲରୁ ଲେଖାଯାଇଥିବା କଥିତ ଚିଠି ହେଲା ଭାଇରାଲ

5/7

ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଇଣ୍ଟରକୋଣ୍ଟିନେଣ୍ଟଲ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଦେଖିବା ପରେ ଦକ୍ଷିଣ କୋରିଆର ଲୋକମାନେ ଭୟଭୀତ  ହୋଇପଡିଥିଲେ । ସୂଚନାନୁସାରେ, ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ସହରର ବାହ୍ୟ ସୀମାରେ ୪-୪ ମୋବାଇଲ ଲଞ୍ଚର ସହିତ ଏହି କ୍ଷେପଣାସ୍ତ୍ର ନିୟୋଜିତ କରିଛନ୍ତି ।

6/7

ଅକ୍ଟୋବର ୧୦ରେ ଉତ୍ତର କୋରିଆରେ ୱାର୍କର୍ସ ପାର୍ଟିର ୭୫ ତମ ପ୍ରତିଷ୍ଠା ଦିବସରେ ଆୟୋଜିତ ଏକ ପରେଡରେ ସେଗୁଡ଼ିକ ସର୍ବସାଧାରଣରେ ପ୍ରଦର୍ଶିତ କରାଯିବ । ଦକ୍ଷିଣ କୋରିଆର ଅଧିକାରୀମାନେ କହିଛନ୍ତି ଯେ, ବାଲିଷ୍ଟିକ୍ କ୍ଷେପଣାସ୍ତ୍ରଗୁଡିକ ଉତ୍ତର କୋରିଆ ଦ୍ୱାରା ୨୦୧୭ ରେ ଟେଷ୍ଟ କରାଯାଇଥିବା କ୍ଷେପଣାସ୍ତ୍ର ଅପେକ୍ଷା ବଡ଼ ଏବଂ ଅଧିକ ଶକ୍ତିଶାଳୀ ଅଟେ ।

ଅଧିକ ପଢ଼ନ୍ତୁ:-ଆଜେରବାଇଜାନ-ଆର୍ମେନିଆ ଯୁଦ୍ଧ ବେଳେ କେଉଁ ପରିସ୍ଥିତିରେ ଅଛନ୍ତି ସେଠାକାର ଭାରତୀୟମାନେ ?

7/7

ଅନୁମାନ କରାଯାଉଛି ଯେ ଉତ୍ତର କୋରିଆକୁ ଆହୁରି ଅଧିକ ଉନ୍ନତ ତଥା ଶକ୍ତିଶାଳୀ ଇଣ୍ଟରକୋଣ୍ଟିନେଣ୍ଟଲ ବାଲାଷ୍ଟିକ୍  କ୍ଷେପଣାସ୍ତ୍ର (ICBM) ବିକଶିତ କରିବାରେ ଅନ୍ୟ ଏକ ଦେଶ ସାହାଯ୍ୟ କରିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ୟୋଙ୍ଗୟାଙ୍ଗ ବାହ୍ୟ ସାହାଯ୍ୟ ବିନା ନୂତନ ଜ୍ଞାନକ କୌଶଳ ବିକାଶ କରିପାରିବ ନାହିଁ ।