Advertisement
photoDetails0hindi

ଆସିଯାଇଛି ଜାନୁଆରୀ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଆଇଓସି ୱେବସାଇଟରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ୬୯୪ ଟଙ୍କା ରହିଛି । କୋଲକାତାରେ ଏହାର ମୂଲ୍ୟ ୭୨୦.୫୦ ଟଙ୍କା, ମୁମ୍ବାଇରେ ୬୯୪ ଟଙ୍କା ଏବଂ ଚେନ୍ନାଇରେ ୭୧୦ ଟଙ୍କା ରହିଛି । ଏହାପୂର୍ବରୁ ଡିସେମ୍ବର ମାସରେ ଆଇଓସି ଦୁଇଥର ଏଲପିଜି ମୂଲ୍ୟ ବୃଦ୍ଧି କରିଥିଲା, ଫଳରେ ଦର ୧୦୦ ଟଙ୍କା ବଢ଼ିଯାଇଥିଲା । 

1/5

ନୂଆଦିଲ୍ଲୀ: LPG Price Hike Update: ଦରଦାମ ବୃଦ୍ଧି ସହିତ ନୂଆ ବର୍ଷ ଆରମ୍ଭ ହୋଇଛି । IOCL ପ୍ରତି ମାସରେ LPG ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ( LPG gas cylinder price) ସମୀକ୍ଷା କରେ ଏବଂ ନୂତନ ରେଟ୍ ଘୋଷଣା କରେ । ରୋଷେଇ ଘରେ ବ୍ୟବହୃତ ବିନା ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟରେ ଆଇଓସି କୌଣସି ପରିବର୍ତ୍ତନ କରିନାହିଁ । କିନ୍ତୁ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି ।

୧୪.୨ କିଲୋଗ୍ରାମ LPG ସିଲିଣ୍ଡର ମୂଲ୍ୟ ହୋଇନାହିଁ ବୃଦ୍ଧି

2/5
୧୪.୨ କିଲୋଗ୍ରାମ LPG ସିଲିଣ୍ଡର ମୂଲ୍ୟ ହୋଇନାହିଁ ବୃଦ୍ଧି

ଆଇଓସି ୱେବସାଇଟରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ୬୯୪ ଟଙ୍କା ରହିଛି । କୋଲକାତାରେ ଏହାର ମୂଲ୍ୟ ୭୨୦.୫୦ ଟଙ୍କା, ମୁମ୍ବାଇରେ ୬୯୪ ଟଙ୍କା ଏବଂ ଚେନ୍ନାଇରେ ୭୧୦ ଟଙ୍କା ରହିଛି । ଏହାପୂର୍ବରୁ ଡିସେମ୍ବର ମାସରେ ଆଇଓସି ଦୁଇଥର ଏଲପିଜି ମୂଲ୍ୟ ବୃଦ୍ଧି କରିଥିଲା, ଫଳରେ ଦର ୧୦୦ ଟଙ୍କା ବଢ଼ିଯାଇଥିଲା । ଡିସେମ୍ବର ୩ରେ ୫୦ ଟଙ୍କା ବୃଦ୍ଧି ଘଟିଥିଲା । ଏହା ପରେ ଡିସେମ୍ବର ୧୫ରେ ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଡିସେମ୍ବରରେ ସବସିଡି ବିନା ୧୪.୨ କିଲୋଗ୍ରାମ ଘରୋଇ ଏବଂ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରରେ ଏହି ବୃଦ୍ଧି କରାଯାଇଛି ।

ଅଧିକ ପଢ଼ନ୍ତୁ:-ପୁଅ-ଝିଅଙ୍କ ବଦଳରେ କୁକୁର ନାଁରେ ସଂପତ୍ତି କରିଦେଲେ ବାପା

୧୯ କିଲୋଗ୍ରାମ LPG ସିଲିଣ୍ଡର ହେଲା ମହଙ୍ଗା

3/5
୧୯ କିଲୋଗ୍ରାମ LPG ସିଲିଣ୍ଡର ହେଲା ମହଙ୍ଗା

୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇନଥିଲେ ମଧ୍ୟ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି । ଆଇଓସି ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ନୂତନ ହାର ୧୩୪୯ ଟଙ୍କା ହୋଇଯାଇଛି, ଯାହା ପୂର୍ବରୁ ୧୩୩୨ ଟଙ୍କା ଥିଲା । ଅର୍ଥାତ ବର୍ତ୍ତମାନ ଦିଲ୍ଲୀରେ ଏହି ସିଲିଣ୍ଡର ପାଇଁ ଆପଣଙ୍କୁ ୧୭ ଟଙ୍କା ଅଧିକ ଦେବାକୁ ପଡିବ । ଅନ୍ୟ ମେଟ୍ରୋ ସହରଗୁଡିକରେ କୋଲକାତାରେ ଏହାର ମୂଲ୍ୟ ୨୨.୫୦ ଟଙ୍କା ବୃଦ୍ଧି ପାଇ ୧୩୮୭.୫୦ରୁ ୧୪୧୦ ଟଙ୍କା ହୋଇଛି । ମୁମ୍ବାଇରେ ଏହା ଏହା ୧୭ ଟଙ୍କା ମହଙ୍ଗା ହୋଇ ୧୨୮୦.୫୦ରୁ ୧୨୯୭.୫୦  ଟଙ୍କା ହୋଇଯାଇଛି । ଚେନ୍ନାଇରେ ଏହାର ମୂଲ୍ୟ ୧୬.୫୦ ଟଙ୍କା ବୃଦ୍ଧି ପାଇଛି ଏବଂ ଏହା ୧୪୪୬.୫୦ ରୁ ୧୪୬୩.୫୦ ଟଙ୍କାକୁ ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ:-ନୂଆ ବର୍ଷରେ ୯ ଲକ୍ଷ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର, ଦରମା ଓ ଅବସର ବୟସରେ ହେବ ବୃଦ୍ଧି

ଗ୍ୟାସ ସିଲିଣ୍ଡର ଉପରେ ସବସିଡି ପ୍ରଦାନ କରୁଛନ୍ତି ସରକାର

4/5
ଗ୍ୟାସ ସିଲିଣ୍ଡର ଉପରେ ସବସିଡି ପ୍ରଦାନ କରୁଛନ୍ତି ସରକାର

ଆପଣ ଜାଣିବା ଉଚିତ ଯେ, ସରକାର ବର୍ଷକୁ ୧୪.୨ କିଲୋଗ୍ରାମର ୧୨ଟି ସିଲିଣ୍ଡର ସବସିଡି ଦିଅନ୍ତି । ଏହାଠାରୁ ଅଧିକ ସିଲିଣ୍ଡିର ନେଲେ ଆପଣଙ୍କୁ ବଜାର ମୂଲ୍ୟରେ କିଣିବାକୁ କରିବାକୁ ପଡିବ । ତୈଳ କମ୍ପାନୀଗୁଡିକ ପ୍ରତି ମାସରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି ।

ଅଧିକ ପଢ଼ନ୍ତୁ:-ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ସୌରଭ ଗାଙ୍ଗୁଲି?

ଏହିପରି ଆପଣ ଚେକ୍ କରିପାରିବେ LPG ମୂଲ୍ୟ

5/5
ଏହିପରି ଆପଣ ଚେକ୍ କରିପାରିବେ LPG ମୂଲ୍ୟ

ଏଲପିଜି ସିଲିଣ୍ଡରର ମୂଲ୍ୟ ଚେକ୍ କରିବାକୁ ହେଲେ ଆପଣଙ୍କୁ ସରକାରୀ ତୈଳ କମ୍ପାନୀର ୱେବସାଇଟକୁ ଯିବାକୁ ପଡିବ । ଏଠାରେ ଥିବା କମ୍ପାନୀଗୁଡିକ ପ୍ରତି ମାସରେ ନୂତନ ରେଟ୍ ପ୍ରଦାନ କରନ୍ତି । https://iocl.com/Products/IndaneGas.aspx ଏହି ଲିଙ୍କରେ, ଆପଣ ନିଜ ସହରର ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଚେକ୍ କରିପାରିବେ ।

ଅଧିକ ପଢ଼ନ୍ତୁ:-କୋରୋନାର ନୂଆ ଷ୍ଟ୍ରେନକୁ ନେଇ ଚେତାବନୀ ଜାରି କଲେ ଏମ୍ସ ନିର୍ଦ୍ଦେଶକ