• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ଏହି ୬ଟି ସରକାରୀ କମ୍ପାନୀକୁ ବନ୍ଦ କରୁଛନ୍ତି ମୋଦି ସରକାର

ଠାକୁର ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ଗାପୁରର ଆଲୋଇ ଇସ୍ପାତ କାରଖାନା; ସାଲେମ ଇସ୍ପାତ କାରଖାନା; SAIL ର ଭଦ୍ରାବତୀ ୟୁନିଟ୍, ପୱାନ୍ ହାନ୍ସ, ଏୟାର ଇଣ୍ଡିଆ ଏବଂ ଏହାର ପାଞ୍ଚଟି ସହାୟକ କମ୍ପାନୀ ଏବଂ ମିଳିତ ଉଦ୍ୟମରେ ମଧ୍ୟ ରଣନୀତିକ ବିକ୍ରୟ ପ୍ରକ୍ରିୟା ଜାରି ରହିଛି ।

Sep 15, 2020, 17:44 PM IST
1/6

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ସିଂ ଠାକୁର (Anurag Singh Thakur) ସୋମବାର ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, ରଣନୀତିକ ଅଂଶଧନ ବିକ୍ରୟ ଓ ମାଇନୋରିଟି ଷ୍ଟେକ ଡାଇଲ୍ୟୁଶନ ମାଧ୍ୟମରେ ସରକାର ନିବେଶ ନୀତି ଅବଲମ୍ବନ କରୁଛନ୍ତି । ସରକାରୀ କମ୍ପାନୀଗୁଡିକର ନିବେଶ ପାଇଁ ନୀତି ଆୟୋଗ କିଛି ସର୍ତ୍ତ ରଖିଛି । ଏହାକୁ ଆଧାର କରି ୨୦୧୬ ପରଠାରୁ ୩୪ଟି ମାମଲାରେ ସରକାର ରଣନୀତିକ ନିବେଶକୁ ନୀତିଗତ ଅନୁମୋଦନ ଦେଇଛନ୍ତି । ଏଥିମଧ୍ୟରୁ  ୮ଟି ମାମଲାରେ ଏହି ପ୍ରକ୍ରିୟା ସମାପ୍ତ ହୋଇଛି, ୬ଟି ସିପିଏସକୁ ବନ୍ଦ କରିବା ଏବଂ ମକଦ୍ଦମା ଉପରେ ବିଚାର କରାଯାଉଛି । ଆଉ ଅବଶିଷ୍ଟ ୨୦ଟିରେ ନିବେଶ ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟରେ ରହିଛି ।

2/6

ଯେଉଁ ସରକାରୀ କମ୍ପାନୀକୁ ବନ୍ଦ କରିବା / ମୋକଦ୍ଦମା ପାଇଁ ବିଚାର କରାଯାଉଛି, ସେଥି ମଧ୍ୟରୁ ହିନ୍ଦୁସ୍ତାନ ଫ୍ଲୋରୋକାର୍ବନ୍ ଲିମିଟେଡ୍ (HFL), ସ୍କୁଟର ଇଣ୍ଡିଆ, ଭାରତ ପମ୍ପ ଆଣ୍ଡ କମ୍ପ୍ରେସର ଲିମିଟେଡ୍, ହିନ୍ଦୁସ୍ତାନ ପ୍ରିଫାବ, ହିନ୍ଦୁସ୍ତାନ ନ୍ୟୁଜ ପ୍ରିଣ୍ଟ ଏବଂ କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ସ ଆଣ୍ଟି ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ସାମିଲ ରହିଛି ।

3/6

ଏହା ବ୍ୟତୀତ ପ୍ରୋଜେକ୍ଟ ଆଣ୍ଡ ଡେଭଲପମେଣ୍ଟ ଇଣ୍ଡିଆ ଲିମିଟେଡ୍, ଇଞ୍ଜିନିୟରିଂ ପ୍ରୋଜେକ୍ଟ (ଇଣ୍ଡିଆ) ଲିମିଟେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଇଣ୍ଡିଆ ଲିମିଟେଡ୍, ସିମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (CCI) ୟୁନିଟ୍, ସେଣ୍ଟ୍ରାଲ୍ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍, ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ (BEML), ଫାରୋ ସ୍କ୍ରାପ୍ କର୍ପୋରେସନ୍ ଲିମିଟେଡ୍ ଏବଂ NMDC ର ନାଗାର୍ଣ୍ଣର ଇସ୍ପାତ କାରଖାନାରେ ନିବେଶ ପ୍ରକ୍ରିୟା ଚାଲିଛି ।

ଅଧିକ ପଢ଼ନ୍ତୁ:-ଶୁକ୍ର ଗ୍ରହରେ ମିଳିଲା ଜୀବନ !

4/6

ଠାକୁର ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ଗାପୁରର ଆଲୋଇ ଇସ୍ପାତ କାରଖାନା; ସାଲେମ ଇସ୍ପାତ କାରଖାନା; SAIL ର ଭଦ୍ରାବତୀ ୟୁନିଟ୍, ପୱାନ୍ ହାନ୍ସ, ଏୟାର ଇଣ୍ଡିଆ ଏବଂ ଏହାର ପାଞ୍ଚଟି ସହାୟକ କମ୍ପାନୀ ଏବଂ ମିଳିତ ଉଦ୍ୟମରେ ମଧ୍ୟ ରଣନୀତିକ ବିକ୍ରୟ ପ୍ରକ୍ରିୟା ଜାରି ରହିଛି ।

5/6

ଏଚ୍ଏଲ୍ଏଲ୍ ଲାଇଫ୍ କେୟାର ଲିମିଟେଡ୍, ଇଣ୍ଡିଆନ୍ ମେଡିସିନ୍ ଆଣ୍ଡ ଫାର୍ମାସ୍ୟୁଟିକାଲ୍ସ କର୍ପୋରେସନ୍ ଲିମିଟେଡ୍, ଆଇଟିଡିସିର ବିଭିନ୍ନ ୟୁନିଟ୍, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍, ବେଙ୍ଗାଲୁରୁ କେମିକାଲ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ୍ସ, ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ନମାଲିଗଡ ରିଫାଇନାରୀ ଲିମିଟେଡ୍ ବ୍ୟତୀତ), ସିପିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ, କଣ୍ଟେନେର୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏବଂ ନୀଳାଚଳ ଇସ୍ପାଟ ନିଗମ ଲିମିଟେଡ ମଧ୍ୟ ରଣନୀତିକ ବିକ୍ରୟ ହେବ ।

ଅଧିକ ପଢ଼ନ୍ତୁ:-କୋରୋନାରୁ ରକ୍ଷା ପାଇବା ପାଇଁ ବିଜେପି ସାଂସଦ କେତେବେଳେ କରିଥିଲେ କାଦୁଅ ସ୍ନାନ ତ କେତେବେଳେ ନିଆଁ ମଧ୍ୟରେ ଧ୍ୟାନ, ଏବେ ହୋଇଛନ୍ତି ସଂକ୍ରମିତ

 

6/6

CPSEs ଯାହାର ଷ୍ଟ୍ରାଟେଜିକ୍ ବିକ୍ରୟ ପ୍ରକ୍ରିୟା ସମାପ୍ତ ହୋଇଛି । ସେଥିରେ HPCL, REC, ହସ୍ପିଟାଲ୍ ସର୍ଭିସେସ୍ କନ୍ସଲଟାନ୍ସି, ନ୍ୟାସନାଲ ପ୍ରୋଜେକ୍ଟ ନିର୍ମାଣ ନିଗମ, ଡ୍ରେଡିଂ କର୍ପୋରେସନ୍, THDC ଇଣ୍ଡିଆ ଲିମିଟେଡ୍, ଉତ୍ତର ପୂର୍ବାଞ୍ଚଳ ବିଦ୍ୟୁତ୍ ଶକ୍ତି ନିଗମ ଲିମିଟେଡ୍ (NEEPCO) ଏବଂ କାମାରାଜର ବନ୍ଦର ସାମିଲ ରହିଛି ।