ଫୁଟବଲ ଜଗତର ବିବାଦୀୟ କିମ୍ବଦନ୍ତୀ ମାରାଡୋନା
ରେକର୍ଡ ପାଇଁ ଯେତିକି ଚର୍ଚ୍ଚାରେ ଥିଲେ ତାଠାରୁ ଅଧିକ ବିବାଦୀୟ ମଧ୍ୟ ଥିଲେ। ତେବେ ଆସନ୍ତୁ ଜାଣିବା ମାରାଡୋନାଙ୍କ କିଛି କାରନାମା ଉପରେ...
ଇଂଲଣ୍ଡ ବିପକ୍ଷ ଗୋଲ (ହ୍ୟାଣ୍ଡ ଅଫ୍ ଗଡ୍)
୧୯୮୬ରେ ପ୍ରଥମ ଥର ବିବାଦକୁ ଆସିଥିଲେ ଆର୍ଜେଣ୍ଟିନା ଫୁଟବଲ ଦଳର କ୍ୟାପଟେନ ଡିଆଗୋ ମାରାଡୋନା। ଇଂଲଣ୍ଡ ବିପକ୍ଷରେ ବିଶ୍ୱକପ କ୍ୱାଲିଫାୟର ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ମାରାଡୋନା କରିଥିବା ପ୍ରଥମ ଗୋଲକୁ ନେଇ ବିବାଦ ଉପୁଜିଥିଲା। ସେ ହାତରେ ଗୋଲ କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ରେଫେରି ତାକୁ ଜାଣିପାରି ନଥିଲେ। ଫଳରେ ତାହା ଗୋଲରେ ପରିଣତ ହେଲା ଆଉ ଆର୍ଜେଣ୍ଟିନା ୧୯୮୬ ବିଶ୍ୱକପ ଚମ୍ପିଆନ ହେଲା।
ମେସିଙ୍କୁ ଦେଇଥିଲେ ଚେତାବନୀ
କୁହାଯାଏ ମାରାଡୋନା ଏବଂ ଲିଓନେଲ ମେସିଙ୍କ ମଧ୍ୟରେ ଅହି ନକୂଳ ଭଳି ସମ୍ପର୍କଥିଲା। ଖେଳକୁନେଇ ମେସିଙ୍କୁ ମାରାଡୋନା ସବୁବେଳେ ଟାର୍ଗେଟ କରୁଥିଲେ। କିନ୍ତୁ ତାହା ନକରାତ୍ମକ ନୁହେଁ ସକରାତ୍ମକ ଥିଲା। ଆର୍ଜେଣ୍ଟିନା ୨୦୧୪ ବିଶ୍ୱକପ୍, ୨୦୧୫ କୋପା ଆମେରିକା ଫାଇନାଲରେ ପରାସ୍ତ ହୋଇଥିଲା। ଯହାକୁ ନେଇ ମେସିଙ୍କ ଉପରେ ଚିଡି ଯାଇଥିଲେ ମାରାଡୋନା। ସେଥିପାଇଁ ୨୦୧୬ରେ ଟ୍ରଫି ନ ଆଣିଲେ ଫେରନ୍ତୁ ନାହି ବୋଲି ସେ ମେସିଙ୍କୁ କହିଥିଲେ।
ମେସିଙ୍କ ବକ୍ତିତ୍ୱକୁ ନେଇ ଉଠାଇଥିଲେ ପ୍ରଶ୍ନ
ଏକାଧିକ ବାର ଡିଆଗୋ ମାରାଡୋନାଙ୍କ ଟାର୍ଗେଟକୁ ଆସିଛନ୍ତି ଲିଓନେଲ ମେସି। ତେବେ ଅନ୍ୟତମ ଫୁଟବଲ କିମ୍ବଦନ୍ତୀ ପେଲେଙ୍କ ସହ ଆଲୋଚନା ବେଳେ ମାରାଡୋନା ଏକ ଚାଞ୍ଚଲ୍ୟକର ବୟାନ ଦେଇଥିଲେ। ସେ କହିଥିଲେ ଯେ, ନିଶ୍ଚିତ ଭାବେ ମେସି ଜଣେ ଭଲ ଖେଳାଳି। କିନ୍ତୁ ତାଙ୍କ ଠାରେ ବ୍ୟକ୍ତିତ୍ୱ ନାହିଁ। ମେସିଙ୍କ ନିକଟରେ ନେତୃତ୍ୱ ନେବାର ଯୋଗ୍ୟତା କମ୍ ଅଛି ବୋଲି ମାରାଡୋନା କହିଥିଲେ।
ସାମ୍ବାଦିକଙ୍କୁ ଚାପୁଡା ମାରିଥିଲେ
ନିଜ ପ୍ରେମିକାକୁ ନେଇ ଖୁବ ସମ୍ବେଦନଶୀଳ ଥିଲେ ଫୁଟବଲ ଲିଜେଣ୍ଟ ମାରାଡୋନା। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମାରାଡୋନା ଏବଂ ତାଙ୍କ ପ୍ରେମିକା ଚାଲି ଚାଲି ଯାଉଥିଲେ। ଏହି ସମୟରେ ଜଣେ ସାମ୍ୱାଦିକ ତାଙ୍କ ପ୍ରେମିକାଙ୍କ ସହ ଟଣଓଟରା ଭାଳି କରିଥିଲେ। ଯେଉଁଥିଲେ କ୍ରୋଧିତ ହୋଇ ମାରାଡୋନା ସେହି ସାମ୍ବାଦିକଙ୍କୁ ସମସ୍ତଙ୍କ ସାମନାରେ ଚାପୁଡା ମାରିଥିଲେ।
ପ୍ରଶଂସକଙ୍କୁ ମାରିଥିଲେ ଲାତ
ସବୁବେଳେ ନିଜ ବେଫିକର କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହୁଥିଲେ ମାରାଡୋନା। ଥରେ ଦୁବାଇର ଅଲ ୱାସ୍ଲ ଫୁଲବଲ କ୍ଲବ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥିରେ ମାରାଡୋନା ‘I love you Benja’ ଲେଖା ହୋଇଥିବା ଏକ ବ୍ୟାନର ଲଗାଉଥିଲେ। କିନ୍ତୁ ଜଣେ ଫ୍ୟାନ୍ସ ବ୍ୟାନରକୁ ବାରମ୍ବାର ଟେକୁ ଥିବାରୁ ସେ ବିରକ୍ତ ହୋଇ ହାତକୁ ଗୋଟିଏ ଲାତ ମାରିଥିଲେ।
ଗ୍ରାଉଣ୍ଡରେ ଅଶ୍ଳୀଳ ଅଙ୍ଗୁଳି ନିର୍ଦ୍ଦେଶ
ଫୁଟବଲ ଖେଳୁଥିବା ବେଳେ ମାରାଡୋନା ଯେମିତି ଲଗାମଛଡା ଥିଲେ, ଅବସର ପରେ ବି ତାଙ୍କ ସ୍ୱଭାବରେ ସେମିତି କିଛି ପରିବର୍ତ୍ତନ ଆସିନଥିଲା। ରାଉଣ୍ଡ-୧୬ରେ ନାଇଜେରିଆକୁ ଆର୍ଜେଣ୍ଟିନା ପରାସ୍ତ କରିବା ପରେ ଅଶ୍ଳୀଳ ଅଙ୍ଗୁଳି ଇଙ୍ଗିତ କରିଥିଲେ। ଯେଉଁଥିପାଇଁ ତାଙ୍କୁ ସମାଲୋଚନାର ଶୀକାର ହେବାକୁ ପଡିଥିଲା।
ନିଶା ଦ୍ରବ୍ୟ ସେବନ ପାଇଁ ବାସନ୍ଦ
ଫୁଟବଲ ଜଗତରେ ପ୍ରସିଦ୍ଧିଲାଭ ପରେ ବଦ ଅଭ୍ୟାସରେ ପଡିଯାଇଥିଲେ ମାରାଡୋନା। କୋକେନ ବ୍ୟବହାର କରିଥିବାରୁ ତାଙ୍କୁ ୧୯୯୧ରେ ୧୫ ମାସ ପାଇଁ ଫୁଟବଲରୁ ବାସନ୍ଦ କରାଯାଇଥିଲା। ତେବେ ଏହା ପ୍ରଥମ ନୁହେଁ ମାରାଡୋନା ଅନେକ ଥର ନିଶାଦ୍ରବ୍ୟ ସେବନ କରି ଧରା ପଡିଥିବାର ବି ସୂଚନା ରହିଛି।