Advertisement
Photo Details/zeeodisha/odisha754924
photoDetails0hindi

କୋରୋନା ଯୋଗୁଁ ୨୦ ଲକ୍ଷ ଲୋକଙ୍କ ହେବ ମୃତ୍ୟୁ !

WHO ଆହୁରି ମଧ୍ୟ କହିଛି ଯେ ଯଦି ମହାମାରୀକୁ ରୋକିବା ପାଇଁ ସଂଗଠିତ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ମୃତ୍ୟୁ ସଂଖ୍ୟା ୨୦ ଲକ୍ଷରୁ ଅଧିକ ହୋଇପାରେ ।

1/6

ନୂଆଦିଲ୍ଲୀ: କୋରୋନା ଭୂତାଣୁ ଯୋଗୁଁ ସାରା ବିଶ୍ୱରେ ୨୦ ଲକ୍ଷ ଲୋକ ମୃତ୍ୟୁ ବରଣ କରିପାରନ୍ତି ।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହା କହିଛି । WHO କହିଛି ଯେ ଏକ ସଫଳ ଟୀକା ମିଳିବା ଓ ଏହି ଟୀକା ବହୁ ପରିମାଣରେ ଲୋକଙ୍କୁ ଦିଆଯିବା ପୂର୍ବରୁ କୋରୋନାରେ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିପାରେ ।

2/6

WHO ଆହୁରି ମଧ୍ୟ କହିଛି ଯେ ଯଦି ମହାମାରୀକୁ ରୋକିବା ପାଇଁ ସଂଗଠିତ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ମୃତ୍ୟୁ ସଂଖ୍ୟା ୨୦ ଲକ୍ଷରୁ ଅଧିକ ହୋଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ କୋରୋନା ସଂକ୍ରମଣ ମାମଲା ୩ କୋଟି ୨୭ ଲକ୍ଷରୁ ଅଧିକ ହୋଇସାରିଛି ।

3/6

ମାଇକ୍ ରିୟାନ୍ କହିଛନ୍ତି ଯେ, ଆମେ ବର୍ତ୍ତମାନ ଯାଏ କୌଣସି ପ୍ରକାରେ ଏହି ଦୁଃଖଦ ଘଟଣାରୁ ବାହାରି ପାରିନାହୁଁ । ନୂତନ ମାମଲା ପାଇଁ ଯୁବକମାନଙ୍କୁ ଦାୟୀ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଆଶା କରୁଛୁ ଆମେ ପରସ୍ପରକୁ ଉପରକୁ ଆଙ୍ଗୁଳି ଉଠାଇବା ନାହିଁ । 

4/6

ମାଇକ୍ ରିଆନ୍ କହିଛନ୍ତି ଯେ, ଘରେ ହେଉଥିବା ପାର୍ଟି ଯୋଗୁଁ ମହାମାରୀ ବଢ଼ିବାରେ ଲାଗିଛି । ଯେଉଁଥିରେ ସମସ୍ତ ବୟସର ଲୋକମାନେ ସାମିଲ ହେଉଛନ୍ତି ।

5/6

କୋରୋନା ଭୂତାଣୁ ଯୋଗୁଁ ଆମେରିକାରେ ୨ ଲକ୍ଷ ୮ ହଜାରରୁ ଅଧିକ ଲୋକ, ଭାରତରେ ୯୩ ହଜାରରୁ ଅଧିକ, ବ୍ରାଜିଲରେ ୧ ଲକ୍ଷ ୪୦ ହଜାରରୁ ଅଧିକ ଲୋକ ଏବଂ ଋଷରେ ୨୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସର୍ବାଧିକ ସଂକ୍ରମଣ ମାମଲାରେ ଆମେରିକା ଶୀର୍ଷରେ ଅଛି । ଆମେରିକାରେ କୋରୋନା ମାମଲା ୭୨ ଲକ୍ଷ ଅତିକ୍ରମ କରିଛି । ଭାରତ ଦ୍ୱିତୀୟ ସ୍ଥାନରେ ଅଛି ଯେଉଁଠାରେ ଏପର୍ଯ୍ୟନ୍ତ ୫୯ ଲକ୍ଷ ମାମଲା ସାମ୍ନାକୁ ଆସିଛି ।

6/6

ରଏଟର୍ସ ରିପୋର୍ଟ ଅନୁଯାୟୀ, WHO ର ଜରୁରୀକାଳୀନ କାର୍ଯ୍ୟକ୍ରମର ମୁଖ୍ୟ ମାଇକ୍ ରିୟାନ୍ କହିଛନ୍ତି ଯେ, ୨୦ ଲକ୍ଷ ମୃତ୍ୟୁ କେବଳ ଏକ ମୂଲ୍ୟାଙ୍କନ ନୁହେଁ, ବରଂ ଏହା ହେବାର ସମ୍ଭାବନା ଅଧିକ । କୋରୋନା ଭୂତାଣୁ ସଂସ୍ପର୍ଶରେ ଆସିବା ପରେ ଗତ ୯ ମାସ ମଧ୍ୟରେ ମୋଟ ୯.୯୩ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି ।