ଆପଣଙ୍କ ଝିଅର ବିବାହ ପାଇଁ ୪୦,୦୦୦ ଟଙ୍କା ଦେଉଛନ୍ତି କି ମୋଦି ସରକାର? ଜାଣନ୍ତୁ ସଂପୂର୍ଣ୍ଣ ମାମଲା
Advertisement

ଆପଣଙ୍କ ଝିଅର ବିବାହ ପାଇଁ ୪୦,୦୦୦ ଟଙ୍କା ଦେଉଛନ୍ତି କି ମୋଦି ସରକାର? ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ୟୁଟ୍ୟୁବରେ ଏକ ଭିଡିଓରେ ଦାବି କରାଯାଇଛି ଯେ, କେନ୍ଦ୍ର ସରକାର 'ପ୍ରଧାନମନ୍ତ୍ରୀ କନ୍ୟା ବିବାହ ଯୋଜନା' (Pradhan mantri Kanya Vivah Yojana) ଅଧୀନରେ ବିବାହ ପାଇଁ ଝିଅମାନଙ୍କୁ ୪୦,୦୦୦ ଟଙ୍କା ଦେଉଛନ୍ତି । 

ଆପଣଙ୍କ ଝିଅର ବିବାହ ପାଇଁ ୪୦,୦୦୦ ଟଙ୍କା ଦେଉଛନ୍ତି କି ମୋଦି ସରକାର? ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଖବର ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି । ତାହା ହେଉଛି କେନ୍ଦ୍ର ସରକାର 'ପ୍ରଧାନମନ୍ତ୍ରୀ କନ୍ୟା ବିବାହ ଯୋଜନା' (Pradhan mantri Kanya Vivah Yojana) ଅନ୍ତର୍ଗତ ଝିଅମାନଙ୍କୁ ସେମାନଙ୍କ ବିବାହ ପାଇଁ ୪୦,୦୦୦ ଟଙ୍କା ଦେଉଛନ୍ତି । ଯେତେବେଳେ ଏହି ଖବର ଅନୁସନ୍ଧାନ କରାଗଲା, ଏହି ଦାବି ମିଥ୍ୟା ବୋଲି ଜଣାପଡିଛି । ପିଆଇବି ଫ୍ୟାକ୍ଟ ଚେକ୍ (PIB Fact Check) ଟ୍ୱିଟ୍ ଜାରି କରି ଏହି ସୂଚନା ପ୍ରଦାନ କରିଛି । ଏବଂ କହିଛି ଯେ, ଏହି ଉପାୟରେ କାହାର ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଉନାହିଁ । କେନ୍ଦ୍ର ସରକାର ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସେମାନଙ୍କ ପାଖରେ ଏଭଳି ଯୋଜନା ନାହିଁ ।

ୟୁଟ୍ୟୁବରେ ଏକ ଭିଡିଓରେ ଦାବି କରାଯାଇଛି ଯେ, କେନ୍ଦ୍ର ସରକାର 'ପ୍ରଧାନମନ୍ତ୍ରୀ କନ୍ୟା ବିବାହ ଯୋଜନା' (Pradhan mantri Kanya Vivah Yojana) ଅଧୀନରେ ବିବାହ ପାଇଁ ଝିଅମାନଙ୍କୁ ୪୦,୦୦୦ ଟଙ୍କା ଦେଉଛନ୍ତି । ଏହି ଦାବି ମିଛ ବୋଲି ପିଆଇବି ଫ୍ୟାକ୍ଟ ଚେକ୍ ଟିମ୍ କହିଛି । ପ୍ରଧାନମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ କେନ୍ଦ୍ର ସରକାର ଟଙ୍କା ଦେଉନାହାଁନ୍ତି ।

ଅଧିକ ପଢ଼ନ୍ତୁ:-ଘର ଭିତରେ ଶୀଘ୍ର ବ୍ୟାପିଥାଏ କୋରୋନା ଭୂତାଣୁ, ଚିନ୍ତା ବଢ଼ାଇଲା ଏହି ନୂଆ ରିପୋର୍ଟ

ଭାଇରାଲ ହେବା ଖବର ସମ୍ପୂର୍ଣ୍ଣ ଫେକ୍ । ସେପରି କୌଣସି ଯୋଜନା କେନ୍ଦ୍ର ସରକାର ଚଳାଉ ନାହାଁନ୍ତି । ଭାରତ ସରକାରଙ୍କ ପ୍ରେସ ଇନଫରମେସନ୍ ବ୍ୟୁରୋ (PIB) ଭାଇରାଲ ଖବରକୁ ଖାରଜ କରି ସ୍ପଷ୍ଟ କରିଛି ଯେ ଏଭଳି ଯୋଜନା ଆରମ୍ଭ ହୋଇନାହିଁ ।

ଅଧିକ ପଢ଼ନ୍ତୁ:-ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ, ଇଂଲଣ୍ଡକୁ ଫେରିଲା 

ଯଦି ଆପଣଙ୍କୁ ମଧ୍ୟ ଏହିପରି ମେସେଜ ମିଳୁଛି । ତେବେ ଆପଣ ଏହାକୁ PIB ପାଖକୁ ଫ୍ୟାକ୍ଟ ଚେକ୍ ପାଇଁ https://factcheck.pib.gov.in/ କିମ୍ବା ହ୍ୱାଟସଆପ୍ ନମ୍ବର +918799711259 କିମ୍ବା ଇମେଲ: pibfactcheck@gmail.com ରେ ପଠାଇ ପାରିବେ । ଏହି ସୂଚନା PIB ୱେବସାଇଟ୍ https://pib.gov.in ରେ ମଧ୍ୟ ଉପଲବ୍ଧ ରହିଛି ।