ପାଇଲଟଙ୍କୁ କୋରୋନା, ଅଧା ରାସ୍ତାରୁ ଫେରିଲା ଏୟାର ଇଣ୍ଡିଆର ଦିଲ୍ଲୀ-ମସ୍କୋ ଫ୍ଲାଇଟ
Advertisement

ପାଇଲଟଙ୍କୁ କୋରୋନା, ଅଧା ରାସ୍ତାରୁ ଫେରିଲା ଏୟାର ଇଣ୍ଡିଆର ଦିଲ୍ଲୀ-ମସ୍କୋ ଫ୍ଲାଇଟ

ବିମାନରେ କୌଣସି ଯାତ୍ରୀ ନଥିଲେ ବୋଲି ଅଧିକାରୀ କହିଛନ୍ତି । ସୂଚନା ପାଇବା ମାତ୍ରେ ବିମାନକୁ ତୁରନ୍ତ ଫେରିବାକୁ କୁହାଯାଇଥିଲା । ବିମାନଟି ଶନିବାର ମଧ୍ୟାହ୍ନ ୧୨.୩୦ରେ ଦିଲ୍ଲୀ ଫେରିଥିଲା । ବିମାନରେ ଥିବା କ୍ରୁ ସଦସ୍ୟଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି । ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଅନ୍ୟ ଏକ ବିମାନ ପଠାଯିବ ।

ପାଇଲଟଙ୍କୁ କୋରୋନା, ଅଧା ରାସ୍ତାରୁ ଫେରିଲା ଏୟାର ଇଣ୍ଡିଆର ଦିଲ୍ଲୀ-ମସ୍କୋ ଫ୍ଲାଇଟ

ନୂଆଦିଲ୍ଲୀ: କୋରୋନା ଭାଇରସ କାରଣରୁ ମସ୍କୋ ଯାଉଥିବା ଏୟାର ଇଣ୍ଡିଆର ବିମାନ ଶନିବାର ଦିଲ୍ଲୀ ଫେରି ଆସିଛି । ବାସ୍ତବରେ ଦିଲ୍ଲୀରୁ ମସ୍କୋ ଅଭିମୁଖେ ଯାଉଥିବା ଫ୍ଲାଇଟ ସେହି ସମୟରେ ଅଧା ରାସ୍ତାରୁ ଫେରି ଆସିଥିଲା, ​​ଯେତେବେଳେ ଗ୍ରାଉଣ୍ଡ କର୍ମଚାରୀମାନେ ଜାଣିବାକୁ ପାଇଲେ ଯେ ବିମାନରେ ଥିବା ଜଣେ ପାଇଲଟଙ୍କ ମଧ୍ୟରୁ ଜଣେ କୋରୋନା ସଂକ୍ରମିତ ଅଛନ୍ତି । ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । 

ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବନ୍ଦେ ଭାରତ ମିଶନ ଅଧୀନରେ ଏୟାର ଇଣ୍ଡିଆର A-320 ବିମାନ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ମସ୍କୋ ଅଭିମୁଖେ ଯାଉଥିଲା । ଏହି ବିମାନ ଉଜବେକିସ୍ତାନର ବାୟୁ ସୀମାରେ ପହଞ୍ଚିଥିଲା । ସେହି ସମୟରେ ଅଧିକାରୀମାନେ ଜାଣିବାକୁ ପାଇଲେ ଯେ ବିମାନରେ ଥିବା ଜଣେ ପାଇଲଟ କେରୋନା ଭାଇରସରେ ସଂକ୍ରମିତ ଅଛନ୍ତି ।