• କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ
  • EVM ବଦଳରେ ବାଲାଟ ପେପର୍‌ ମାମଲାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
  • ଆଜି CBSEର ଦଶମ ଶ୍ରେଣୀ ଫଳାଫଳ
  • cbse.gov.inରେ ଫଳ ପ୍ରକାଶ
  • ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ କରିଛି CBSE
  • ଭୁବନେଶ୍ବର ଜୟଦେବ ବିହାର ଛକରେ ମହିଳାଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ୍
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୫୪୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୧୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯ କୋରୋନା ଆକ୍ରାନ୍ତ ମୃତ

Galwan ସଂଘର୍ଷରୁ ଶିକ୍ଷା ପାଇଥିଲା China; India ସହ ଲଢିବା ସହଜ ନୁହେଁ ବୋଲି ବୁଝିଗଲା PLA

ପୂର୍ବ ଲଦାଖସ୍ଥିତ ଗଲୱାନ ଉପତ୍ୟାକାରେ ହୋଇଥିବା ସଂଘର୍ଷ ଘଟଣାକୁ ଏହା ମଧ୍ୟରେ ବର୍ଷେ ପୂରିଯାଇଛି। 

Galwan ସଂଘର୍ଷରୁ ଶିକ୍ଷା ପାଇଥିଲା China; India ସହ ଲଢିବା ସହଜ ନୁହେଁ ବୋଲି ବୁଝିଗଲା PLA

ନୂଆଦିଲ୍ଲୀ: ଗତ ବର୍ଷ ଜୁନ ୧୫-୧୬ ତାରିଖ ମଧ୍ୟରାତ୍ରୀରେ ପୂର୍ବ ଲଦାଖସ୍ଥିତ ଗଲୱାନ ଉପତ୍ୟାକାରେ ମୁହାଁମୁହିଁ ହୋଇଥିଲେ ଉଭୟ ଭାରତ-ଚୀନ ସୈନ୍ୟ। ଏହି ସଂଘର୍ଷରେ ୨୦ ଭାରତୀୟ ସୈନିକ ଶହୀଦ ହୋଇଥିଲେ। ଅନ୍ୟପଟେ ଭାରତ ପକ୍ଷରୁ କରାଯାଇଥିବା ପାଲଟା ଆକ୍ରମଣରେ ୪୦-୫୦ ଚୀନ ସୈନ୍ୟ ପ୍ରାଣ ହରାଇଥିଲେ। ଏ ଘଟଣା ପର ଠାରୁ ସୀମାରେ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି ଭାରତ-ଚୀନ ସେନାବାହିନୀ। 

ପୂର୍ବ ଲଦାଖସ୍ଥିତ (Ladakh) ଗଲୱାନ ଉପତ୍ୟାକାରେ ହୋଇଥିବା ସଂଘର୍ଷ (Galwan Valley Clash) ଘଟଣାକୁ ଏହା ମଧ୍ୟରେ ବର୍ଷେ ପୂରିଯାଇଛି। ମଙ୍ଗଳବାର ଦେଇଥିବା ସାକ୍ଷାତକାରରେ ଏ ଘଟଣାକୁ ନେଇ ଏକ ବଡ ଖୁଲସା କରିଛନ୍ତି ଚିଫ ଡିଫେନ୍ସ ଅଫ୍ ଷ୍ଟାଫ୍-ସିଡିଏସ (Chief of Defence Staff-CDS) ଜେନେରାଲ ବିପିନ ରାୱତ (General Bipin Rawat)।  

Also Read: ଆଉ ଖସିପାରିବ ନାହିଁ Dragon; ଏଣିକି ମାଡିବସିବ Drone

ଏହି ଘଟଣାରେ ପ୍ରତିକ୍ରିୟା ରଖି ସିଡିଏସ ରାୱତ କହିଛନ୍ତି ଗଲୱାନ ଉପତ୍ୟାକାରେ ହୋଇଥିବା ସଂଘର୍ଷ ବେଳେ ଭାରତୀୟ ସେନାର (Indian Army) ସାମର୍ଥ୍ୟ, ଶୌର୍ଯ୍ୟ, ପରାକ୍ରମ ବାବଦରେ ଭଲ ଭାବେ ବୁଝି ପାରିଥିଲା ବିଶ୍ୱରେ ଡ୍ରାଗନ ଆର୍ମୀ (Dragon Army) ଭାବେ ଜଣାଶୁଣା ଚୀନ ସେନ୍ୟବାହିନୀ (Chinese Army) ପିପୁଲ୍ସ ଲିବରେସନ ଆର୍ମୀ-ପିଏଲଏ (Peoples Liberation Army-PLA)। ସେବେଠାରୁ ପିଏଲଏ ଯବାନଙ୍କୁ ଆହୁରି ଅଧିକ କଠିନ ପ୍ରଶିକ୍ଷଣ ବିଚାର କରୁଛି ଚୀନ ସେନାବାହିନୀ।

ଏହି ସାକ୍ଷାତକାରରେ ଜେନେରାଲ ରାୱତ ଆହୁରି କହିଛନ୍ତି ପାହାଡିଆ ଅଞ୍ଚଳରେ ଯୁଦ୍ଧ ଲଢିବା ଲାଗି ଚୀନ ସେନା ନିକଟରେ ସେପରି କୌଣସି ଲମ୍ବା ଅଭିଜ୍ଞତା ନାହିଁ। ସେମାନେ ସ୍ୱଳ୍ପ ଅବଧି ମଧ୍ୟରେ ଲଢେଇ କରିବାକୁ ପ୍ରସ୍ତୁତ ହୋଇଥିଲେ। ଉଭୟ ଦେଶକୁ ପରସ୍ପର ଠାରୁ ପୃଥକ କରୁଥିବା ପ୍ରକୃତ ନିୟନ୍ତ୍ରଣ ସୀମା ରେଖା-ଏଲଏସି (Line of Actual Control-LAC) ଯାହା ହିମାଳୟ ପାର୍ବତ୍ୟାଞ୍ଚଳରେ (Himalayan Mountainous Area) ଅବସ୍ଥିତ  ସେହି ଅଞ୍ଚଳରେ ହେବାକୁ ଥିବା ଲଢେଇ ପାଇଁ ଚୀନ ରଣନୀତି ବଦଳାଇବାରେ ଲାଗିଛି। ଅସ୍ତ୍ରଶସ୍ତ୍ର ମହଜୁଦ କରି ରଖିବା ଠାରୁ ଆରମ୍ଭ ସୈନ୍ୟ ମୁତୟନ କରିବା କ୍ଷେତ୍ରରେ ବେଶ ସତର୍କତା ସହଲ କାମ କରୁଛି ପିଏଲଏ।  

Also Read: ସାଟେଲାଇଟ ଫଟୋରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ; ପେଙ୍ଗାଙ୍ଗ ହ୍ରଦ ଅଞ୍ଚଳରୁ ଏପର୍ଯ୍ୟନ୍ତ ହଟିନାହିଁ ଡ୍ରାଗନ ଆର୍ମି

ଗଲୱାନ ଉପତ୍ୟାକାରେ ଭାରତୀୟ ଯବାନ ଚୀନ ସୈନିକଙ୍କୁ ଯେଉଁ ମୁହାଁତୋଡ ଜବାବ ଦେଇଥିଲେ ତାହାକୁ କେବେ ଭୁଲିପାରିବ ନାହିଁ ପିଏଲଏ। ଭାରତୀୟ ସେନାର ପରାକ୍ରମ ଦେଖିବା ପରେ ଏଲଏସି ଅଞ୍ଚଳରୁ ପଛଘୁଞ୍ଚା ଦେଇଥିବା ଚୀନ ସୈନାବାହିନୀ ଏବେ ନିଜକୁ ସୁଧାରିବା କାର୍ଯ୍ୟରେ ଲାଗିପଡିଛି। ଯାହାର ମୂଳ ଲକ୍ଷ୍ୟ ହେଉଛି ଆଗାମୀ ସଂଘର୍ଷ ପାଇଁ ପ୍ରସ୍ତୁତି ଆରମ୍ଭ କରିବା। ହେଲେ ସେମାନଙ୍କ ନିକଟରେ ପାହାଡି ଯୁଦ୍ଧ ଲଢିବା ପାଇଁ ସାହାସ କିମ୍ବା ଅଭିଜ୍ଞତା ନାହିଁ।  

ପିଏଲଏ ସୈନିକଙ୍କ ସମସ୍ତ ପ୍ରକାର ଗତିବିଧି ଉପରେ ନଜର ରଖାଯାଉଛି। ଖାସ କରି ଦେଶରଦେଶର ଉତ୍ତର-ପଶ୍ଚିମ ଭାଗରେ ଅବସ୍ଥିତି ସୀମା ଉପରେ ସତର୍କ ନଜର ରଖିଛି ଭାରତୀୟ ସେନା । ଚୀନ ଅପେକ୍ଷା ଭାରତୀୟ ସୈନିକ ପାହାଡି ଯୁଦ୍ଧ ଲଢିବା କ୍ଷେତ୍ରରେ ବେଶ ପାରଙ୍ଗମ। କାରଣ ସେମାନଙ୍କୁ ଏପରି ଅଞ୍ଚଳରେ ହେବାକୁ ଯୁଦ୍ଧ ପାଇଁ ଉପଯୁକ୍ତ ସମୟରେ ସଠିକ ପ୍ରଶିକ୍ଷଣ ଦିଆଯାଇଥାଏ ବୋଲି କହିଛନ୍ତି ସିଡିଏସ ରାୱତ।  

Also Read: ଭାରତୀୟ ସେନାର ପରାକ୍ରମରେ ଥରହର ଚୀନ, ସୀମାକୁ ଯିବା ପୂର୍ବରୁ ଭୟଭୀତ ପିଏଲଏ ଯବାନ!

ଭବିଷ୍ୟତରେ ଆସିବାକୁ ସମସ୍ୟାର ସମାଧାନ ପାଇଁ ଆମେ ସତର୍କ ରହିଛୁ। ଏପରିକି ଚୀନ ସେନାର ସମସ୍ତ ପ୍ରକାର ଗତିବିଧି ଉପରେ ନଜର ରଖୁଛୁ। ଏଲଏଏସି ଅଞ୍ଚଳରେ ବିଭିନ୍ନ ସମୟରେ ଆବଶ୍ୟକତା ଅନୁସାରେ ଯବାନଙ୍କୁ ମୁତୟନ କରାଯାଉଛି। ଦେଶର ଉତ୍ତର ଭାଗରେ ଅବସ୍ଥିତ ସୀମାର ସୁରକ୍ଷା ଦାୟିତ୍ୱରେ ପୂର୍ବାପେକ୍ଷା ଅଧିକ ସୈନିକଙ୍କୁ ନିୟୋଜିତ କରାୟାଉଛି। କାରଣ ଚୀନ ସେନାର ଗତିବିଧି ସେହି କ୍ଷେତ୍ରରେ ବଢୁଥୁବା ନେଇ ଖବର ପାଇବା ପରେ ଆଗୁଆ ସତର୍କ ହୋଇଉଠିଛି ଭାରତୀୟ ସେନା।