ଆକ୍ରମଣ କରିବାକୁ କରୁଥିଲେ ଯୋଜନା,ବିସ୍ଫୋରଣରେ ଉଡିଗଲେ...

ଏକ ଗାଡିରେ ବିସ୍ଫୋରକ ଥିବା ବେଳେ ଏହା ବିସ୍ଫୋରିତ ହେବାରୁ ୫ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଏ ଘଟଣା ବାବଦରେ ଇରାକୀ ସୁରକ୍ଷା ବଳ ପକ୍ଷରୁ ସୂଚନା ଦିଆଯାଇଛି ।

ଆକ୍ରମଣ କରିବାକୁ କରୁଥିଲେ ଯୋଜନା,ବିସ୍ଫୋରଣରେ ଉଡିଗଲେ...

ବାଗଦାଦ: ଆଇଏସ ବିରୋଧି ଯୁଦ୍ଧ (Anti IS War) କାରଣରୁ ଧ୍ୱଂସପ୍ରାୟ ଅବସ୍ଥାରେ ରହିଥିବା ପଶ୍ଚିମ ଆଫ୍ରିକୀୟ ଦେଶ (Western African Country) ଇରାକ (Iraq) ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ (Terror Attack) ରୁ ବର୍ତ୍ତିଯାଇଛି । ଏହି ଦେଶର କୌଣସି ଏକ ସ୍ଥାନରେ ବିସ୍ଫୋରଣ କରିବାକୁ ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଯୋଜନା ଫସର ଫାଟିଯାଇଛି ।

ଏକ ଗାଡିରେ ବିସ୍ଫୋରକ (Explosive) ଥିବା ବେଳେ ଏହା ବିସ୍ଫୋରିତ ହେବାରୁ ୫ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଏ ଘଟଣା ବାବଦରେ ଇରାକୀ ସୁରକ୍ଷା ବଳ (Iraqi Security Force) ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ କୁହାଯାଇଛି ଦେଶର ପଶ୍ଚିମ ଭାଗରେ ଅବସ୍ଥିତ  ଅଲ ଅନବର ପ୍ରଦେଶ (Al Anbar) ଅଧିନସ୍ଥ ରୁବଟା ସହର (Rubta Town) ଠାରେ ଆତଙ୍କବାଦୀ ସଙ୍ଗଠନ (Terror Group) ଇସଲାମିକ ଷ୍ଟେଟ-ଆଇଏସ(IS-Islamic State) ର ଗୁପ୍ତ ଠିକଣାରେ ଏହି ବିସ୍ଫୋରଣ ହୋଇଥିଲା ।

ଏହି ବିସ୍ଫୋରଣର ୫ ଆତଙ୍କବାଦୀଙ୍କ ମୃତ୍ୟୁ ସ୍ପଷ୍ଟ କରିଛି ଇରାକୀ ସୁରକ୍ଷା ବଳ । ବିଗତ ସପ୍ତାହରେ ଦେଶର ବିଭିନ୍ନ ସ୍ଥାନରେ ସିରିଜ ବିସ୍ଫୋରଣ (Series Blast) କରିବାକୁ ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଯୋଜନାକୁ ନିଷ୍ଫଳ କରିଛି ସୁରକ୍ଷା ବାହିନୀ।  
ଦେଶରେ ଚାଲିଥିବା ଆତଙ୍କବାଦ ବିରୋଧି ଲଢେଇରେ ଇରାକ ସରକାର ୨୦୧୭ରେ ଆଇଏସକୁ ପରାସ୍ତ କରିଥିବା ନେଇ ଘୋଷଣା କରିଥିଲେ । ବର୍ତ୍ତମାନ ଦେଶରେ ସକ୍ରିୟ ଥିବା ଆତଙ୍କବାଦୀ ସଙ୍ଗଠନକୁ ମୂଳୋତ୍ପାଟନ କରିବା ଲାଗି ଅଭିଯାନା ଜାରି ରଖିଛି ଇରାକ ।