କୃଷକଙ୍କୁ ୨୦୦୦ ପରିବର୍ତ୍ତେ ମିଳିବ ୪୦୦୦ ଟଙ୍କା! ତୁରନ୍ତ ଦାଖଲ କରନ୍ତୁ ଏହି ଡକ୍ୟୁମେଣ୍ଟ୍
Advertisement

କୃଷକଙ୍କୁ ୨୦୦୦ ପରିବର୍ତ୍ତେ ମିଳିବ ୪୦୦୦ ଟଙ୍କା! ତୁରନ୍ତ ଦାଖଲ କରନ୍ତୁ ଏହି ଡକ୍ୟୁମେଣ୍ଟ୍

କୃଷକମାନେ ଏଥର ୨୦୦୦ ଟଙ୍କା ବଦଳରେ ୪୦୦୦ ଟଙ୍କା କିସ୍ତି ପାଇପାରିବେ । ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ତୁରନ୍ତ ଏହି ଡକ୍ୟୁମେଣ୍ଟ୍ ଦାଖଲ କରନ୍ତୁ ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi) ଅଧୀନରେ କେନ୍ଦ୍ର ସରକାର ଦେଶର କୃଷକମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚାଷୀଙ୍କ ପାଇଁ ଉପଲବ୍ଧ ଏହି ସୁବିଧାକୁ ଦ୍ୱିଗୁଣିତ କରିବାକୁ ମୋଦି ସରକାର (Modi Government) ଚିନ୍ତା କରୁଛନ୍ତି । ଯଦି ଏହା ଘଟେ, କୃଷକମାନେ ୬୦୦୦ ଟଙ୍କା ବଦଳରେ ପ୍ରତିବର୍ଷ ତିନୋଟି କିସ୍ତିରେ ୧୨୦୦୦ ଟଙ୍କା ପାଇପାରିବେ । 

ଏହି ଯୋଜନାର ପୁରୁଣା ବ୍ୟବସ୍ଥାରେ ସରକାର କିଛି ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ କେବଳ ସେହି କୃଷକମାନେ ପିଏମ କିସାନ ସମ୍ମାନ ଯୋଜନାର ଲାଭ ପାଇବେ ଯାହାର ନାମରେ ଚାଷ ଜମି ଥିବ । ପୂର୍ବ ପରି, ଯେଉଁମାନେ ପୈତୃକ ଜମିରେ ଅଂଶୀଦାର ଥିଲେ ସେମାନେ ଆଉ ଏହି ଯୋଜନାର ଲାଭ ପାଇପାରିବେ ନାହିଁ । ଯଦି ଆପଣଙ୍କ ନାମରେ ଚାଷ ଜମି ଅଛି, ତେବେ ତୁରନ୍ତ ଏହି କାମ କରନ୍ତୁ, ନଚେତ୍ ଆପଣଙ୍କର ପରବର୍ତ୍ତୀ କିସ୍ତି ଅଟକି ଯାଇପାରେ ।

ଅଧିକ ପଢ଼ନ୍ତୁ: ଭାରତକୁ UNSC ରେ ମିଳିବା ଉଚିତ୍ ଏକ ସ୍ଥାୟୀ ସିଟ୍; ଜାଣନ୍ତୁ ଏହି ପ୍ରସଙ୍ଗରେ କ’ଣ କହିଲେ ବାଇଡେନ?

ଦେବାକୁ ପଡିବ ଏହି ଆବଶ୍ୟକୀୟ ସୂଚନା 
୨୦୧୯ ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଅତୀତରେ କିଛି ଗ୍ଲିଚ୍ ଦେଖିବାକୁ ମିଳିଥିଲା, ଯାହାକୁ ସରକାର ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନାରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ନୂତନ ପଞ୍ଜୀକରଣ କରିଥିବା କୃଷକମାନଙ୍କୁ ବର୍ତ୍ତମାନ ଆବେଦନ ଫର୍ମରେ ସେମାନଙ୍କ ଜମିର ପ୍ଲଟ ନମ୍ବର ଉଲ୍ଲେଖ କରିବାକୁ ପଡିବ । ଯଦିଓ ନୂତନ ନିୟମ ଏହି ଯୋଜନା ସହିତ ଜଡିତ ପୁରୁଣା ହିତାଧିକାରୀଙ୍କୁ ପ୍ରଭାବିତ କରିବ ନାହିଁ ।

କେଉଁ କୃଷକମାନେ ପାଆନ୍ତି ଏହାର ଲାଭ 
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କେବଳ ସେହି କୃଷକମାନଙ୍କୁ ଲାଭ ମିଳିଥାଏ ଯେଉଁମାନଙ୍କର ୨ ହେକ୍ଟର ଅର୍ଥାତ୍ ୫ ଏକର ଚାଷଜମି ଚାଷ ଅଛି । ବର୍ତ୍ତମାନ ସରକାର ହୋଲ୍ଡିଂ ସୀମାକୁ ରଦ୍ଦ କରିଦେଇଛନ୍ତି । ଏଥିରେ ଆଇନଜୀବୀ, ଡାକ୍ତର, CA ଇତ୍ୟାଦି ମଧ୍ୟ ଏହି ଯୋଜନା ବାହାରେ ଅଛନ୍ତି ।

ଅଧିକ ପଢ଼ନ୍ତୁ: UN ରେ କାଶ୍ମୀରକୁ ନେଇ ଇମ୍ରାନଙ୍କ 'କୁମ୍ଭୀର କାନ୍ଦଣା', ଭାରତ ଦେଲା ଦୃଢ଼ ଜବାବ

ଏହି ମାସ ମାନଙ୍କରେ ମିଳେ ପିଏମ କିସାନର କିସ୍ତି
ପ୍ରତ୍ୟେକ ଆର୍ଥିକ ବର୍ଷରେ ପ୍ରଥମ କିସ୍ତି ୧ ଏପ୍ରିଲରୁ ୩୧ ଜୁଲାଇ ପର୍ଯ୍ୟନ୍ତ, ଦ୍ୱିତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ବର ଓ ତୃତୀୟ କିସ୍ତି ୧ ଡିସେମ୍ବରରୁ ୩୧ ମାର୍ଚ୍ଚ ମଧ୍ୟରେ ଆସିଥାଏ । କିସ୍ତି ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୁଏ ।

ଅଧିକ ପଢ଼ନ୍ତୁ: LIC ନିଜର ସମସ୍ତ ପଲିସିଧାରୀଙ୍କ ପାଇଁ ଜାରି କଲା ଗୁରୁତ୍ୱପୂର୍ଣ୍ଣ ସୂଚନା, ଫଟାଫଟ୍ କରନ୍ତୁ ଯାଞ୍ଚ

ଏହି ତ୍ରୁଟି ଯୋଗୁଁ ଅଟକିଯାଇ ଥାଏ ଟଙ୍କା 
ବେଳେବେଳେ ସରକାରଙ୍କଠାରୁ କୃଷକ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୁଏ, କିନ୍ତୁ ଏହା କୃଷକଙ୍କ ଆକାଉଣ୍ଟରେ ପହଞ୍ଚେ ନାହିଁ । ଏହାର ମୁଖ୍ୟ କାରଣ ଆପଣଙ୍କ ଆଧାର, ଆକାଉଣ୍ଟ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ଭୁଲ ହୋଇପାରେ ।