• ଶିମିଳିପାଳ ଅଗ୍ନିକାଣ୍ଡ ଘଟଣା; ହସ୍ପତକ୍ଷେପ କଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର
  • ଉମରକୋଟର ବିବାହ ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ
  • ରାଜ୍ୟରେ ନୂଆ ମଦ ଲାଇସେନ୍ସ ନୀତିକୁ ନେଇ ବିବାଦ
  • ଲଟେରୀ ଜରିଆରେ ନିଷ୍ପତ୍ତି ପରେ ଅଡୁଆରେ ପୁରୁଣା ବ୍ୟବସାୟୀ
  • ବାଲେଶ୍ୱରରେ ବାପା ମାଆଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ, ବାପା ମୃତ
  • VCରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁସୂଚିତ ଜନଜାତି ଓ ଜାତି ବିଭାଗରେ 5T କାର୍ଯ୍ୟକ୍ରମ
  • ୫୦ ହଜାର ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗଲା ୧୦୧ କୋଟି
  • ଗୁଜରାଟ ଲୋକାଲ ବଡି ନିର୍ବାଚନରେ BJPର ବିପୁଳ ବିଜୟ
  • ରାୟଗଡ଼ ବ୍ଲକ JEଙ୍କ ୨ କୋଟି ମୂଲ୍ୟର ସମ୍ପତ୍ତି ଠାବ
  • ମାର୍ଚ୍ଚ ୩ରୁ ୩୧ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବ ରେଳବାଇ ପରୀକ୍ଷା

ପିଏମ କିସାନ ସମ୍ମାନ ନିଧି: ଚାଷୀଙ୍କୁ ୬,୦୦୦ ବଦଳରେ ମିଳିବ ୧୦,୦୦୦ ଟଙ୍କା!

କେନ୍ଦ୍ର ସରକାର ପିଏମ କିସାନ ସମ୍ମାନ୍ ନିଧି (PM-Kisan Nidhi scheme) ଅନ୍ତର୍ଗତ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ୩ଟି  କିସ୍ତିରେ ପ୍ରଦାନ କରନ୍ତି । ସୂଚନା ଅନୁସାରେ, ବର୍ତ୍ତମାନ ମୋଦି ସରକାର (Modi Govt) ଏହି ରାଶି  ବୃଦ୍ଧି କରିପାରନ୍ତି ।

ପିଏମ କିସାନ ସମ୍ମାନ ନିଧି: ଚାଷୀଙ୍କୁ ୬,୦୦୦ ବଦଳରେ ମିଳିବ ୧୦,୦୦୦ ଟଙ୍କା!

ନୂଆଦିଲ୍ଲୀ: PM-Kisan Nidhi Scheme: ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (FM Nirmala Sitharaman) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ । ଏହାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି । ଏଥର କୃଷକ (Farmers) ଙ୍କ ଉପରେ ସରକାରଙ୍କର ସମ୍ପୂର୍ଣ୍ଣ ଧ୍ୟାନ ରହିଛି । ତିନୋଟି କୃଷି ଆଇନ (Farm Laws) ଯୋଗୁଁ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ମଧ୍ୟରେ ସରକାର ବଜେଟରେ କୃଷକଙ୍କ ସ୍ୱାର୍ଥରେ ଅନେକ ବଡ଼ ଘୋଷଣା କରିପାରନ୍ତି । ଖବରଟି ହେଉଛି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (Pradhan Mantri Kisan Samman Nidhi Scheme) ର ବାର୍ଷିକ ମିଳୁଥିବା ୬,୦୦୦ ଟଙ୍କା ରାଶିକୁ ବୃଦ୍ଧି କରାଯାଇପାରେ ।

ଅଧିକ ପଢ଼ନ୍ତୁ:-କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଛୁଟି ଓ PF ନିୟମରେ ହେବ ପରିବର୍ତ୍ତନ!

କେନ୍ଦ୍ର ସରକାର ପିଏମ କିସାନ ସମ୍ମାନ୍ ନିଧି (PM-Kisan Nidhi scheme) ଅନ୍ତର୍ଗତ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ୩ଟି  କିସ୍ତିରେ ପ୍ରଦାନ କରନ୍ତି । ସୂଚନା ଅନୁସାରେ, ବର୍ତ୍ତମାନ ମୋଦି ସରକାର (Modi Govt) ଏହି ରାଶି  ବୃଦ୍ଧି କରିପାରନ୍ତି । ଆଗାମୀ ବଜେଟରେ କୃଷକମାନେ ସରକାରଙ୍କ ପାଖରେ ଦାବି କରିଛନ୍ତି ଯେ ଏହି ପରିମାଣ କୃଷି ପାଇଁ ପର୍ଯ୍ୟାପ୍ତ ନୁହେଁ ଏବଂ ଏହାକୁ ବୃଦ୍ଧି କରାଯାଉ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆକଳନ ପାଖାପାଖି ୧.୫୧ ଲକ୍ଷ କୋଟି ଟଙ୍କା ଥିଲା । ଯାହା ଆର୍ଥିକ ବର୍ଷ ୨୦୨୦-୨୧ରେ ପ୍ରାୟ ୧.୫୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ:-ଆଉ ଏକ ଖୁସି ଖବର ଦେଲା ରେଲୱେ! ଉପକୃତ ହେବେ ଓଡ଼ିଶାବାସୀ

ଏହା ବ୍ୟତୀତ ଗ୍ରାମାଞ୍ଚଳର ବିକାଶ ପାଇଁ ଆବଣ୍ଟନକୁ ମଧ୍ୟ ୨୦୧୯-୨୦ରେ ପ୍ରାୟ ୧.୪୦ ଲକ୍ଷ କୋଟି ଟଙ୍କା ତୁଳନାରେ ୨୦୨୦-୨୧ରେ ବୃଦ୍ଧି ଘଟି ୧.୪୪ ଲକ୍ଷ କୋଟି ଟଙ୍କାକୁ କରାଯାଇଛି । ପିଏମ କୃଷି ଜଳସେଚନ ଯୋଜନା ଅଧୀନରେ ୨୦୧୯-୨୦ରେ ୯୬୮୨ କୋଟିରୁ ୨୦୨୦-୨୧ରେ ୧୧,୧୨୭ କୋଟି ଟଙ୍କା କରାଯାଇଛି । ସେହିପରି ପିଏମ ଫସଲ ବୀମା ଯୋଜନା ଅନ୍ତର୍ଗତ ୨୦୧୯-୨୦ରେ ୧୪ ହଜାର କୋଟି ଟଙ୍କା ବୃଦ୍ଧି କରି ୨୦୨୦-୨୧ରେ ୧୫,୬୯୫ କୋଟି ଟଙ୍କା କରିଦିଆଯାଇଛି । 

ଅଧିକ ପଢ଼ନ୍ତୁ:-ପେନସନଭୋଗୀଙ୍କୁ ବଡ ଉପହାର ଦେଲେ ମୋଦି ସରକାର, ମିଳିବ ଏହି ସୁବିଧା

ବିଶେଷଜ୍ଞମାନେ ମନେ କରନ୍ତି ଯେ କୃଷି ଆଇନ ବିରୋଧରେ ବିରୋଧ କରୁଥିବା କୃଷକମାନଙ୍କୁ ଖୁସି କରିବା ଉଦ୍ଦେଶ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗାମୀ ବଜେଟରେ ସେମାନଙ୍କ ହିତରେ ନିଷ୍ପତ୍ତି ନେଇପାରନ୍ତି । ଏହା ମଧ୍ୟ ଖବର ରହିଛି ଯେ ସରକାର କିସାନ ସମ୍ମାନ ନିଧି ପରିମାଣକୁ ୬ ହଜାରରୁ ୧୦ ହଜାରକୁ ବୃଦ୍ଧି କରିପାରନ୍ତି ।