ଆଜି ପିଏମ ମୋଦି କୃଷକଙ୍କ ଆକାଉଣ୍ଟକୁ ପଠାଇବେ ୨୦୦୦ ଟଙ୍କା, ଏପରି ଚେକ୍ କରନ୍ତୁ ତାଲିକାରେ ଆପଣଙ୍କ ନାଁ
Advertisement

ଆଜି ପିଏମ ମୋଦି କୃଷକଙ୍କ ଆକାଉଣ୍ଟକୁ ପଠାଇବେ ୨୦୦୦ ଟଙ୍କା, ଏପରି ଚେକ୍ କରନ୍ତୁ ତାଲିକାରେ ଆପଣଙ୍କ ନାଁ

ଆଜି ଦିନ ୧୨:୩୦ ରେ ପିଏମ ମୋଦି ନବମ କିସ୍ତି (PM Kisan Samman Nidhi Scheme 9th Installment) କୃଷକଙ୍କ ଆକାଉଣ୍ଟକୁ ପଠାଇବେ ।

ଆଜି ପିଏମ ମୋଦି କୃଷକଙ୍କ ଆକାଉଣ୍ଟକୁ ପଠାଇବେ ୨୦୦୦ ଟଙ୍କା, ଏପରି ଚେକ୍ କରନ୍ତୁ ତାଲିକାରେ ଆପଣଙ୍କ ନାଁ

ନୂଆଦିଲ୍ଲୀ: PM Kisan Samman Nidhi Scheme Latest Updates: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଆଜି ଅର୍ଥାତ ଅଗଷ୍ଟ ୯ରେ କିସାନ ସମ୍ମାନ ନିଧି ଅନ୍ତର୍ଗତ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ନବମ କିସ୍ତି ରିଲିଜ କରିବେ । ଆଜି ଦିନ ୧୨:୩୦ ରେ ପିଏମ ମୋଦି ନବମ କିସ୍ତି (PM Kisan Samman Nidhi Scheme 9th Installment) କୃଷକଙ୍କ ଆକାଉଣ୍ଟକୁ ପଠାଇବେ ।

ନବମ କିସ୍ତି ପାଇଁ ଅପେକ୍ଷା କରୁଛନ୍ତି କୃଷକ

କୃଷକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଓ ସେମାନଙ୍କ ଆୟ ବୃଦ୍ଧି ପାଇଁ କେନ୍ଦ୍ର ସରକାର ବାର୍ଷିକ ୨୦୦୦ର ତିନୋଟି କିସ୍ତି (PM Kisan Yojana Benefits) ଅର୍ଥାତ୍ ୬୦୦୦ ଟଙ୍କା ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ପଠାନ୍ତି । ଅଦ୍ୟାବଧି ପିଏମ କିସାନ ସମ୍ମାନ ନିଧି ର ୮ଟି କିସ୍ତିର ଟଙ୍କା କୃଷକଙ୍କ ଆକାଉଣ୍ଟରେ ପହଞ୍ଚିସାରିଛି । ବର୍ତ୍ତମାନ ପରବର୍ତ୍ତୀ ଅର୍ଥାତ୍ ନବମ କିସ୍ତିର ଅର୍ଥ କୃଷକଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି । ଏହା ପୂର୍ବରୁ ଅଷ୍ଟମ କିସ୍ତି ମଇ ୧୪ରେ ପଠାଯାଇଥିଲା ।

ଅଧିକ ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଖୁବ୍ ଶୀଘ୍ର ପୁଣିଥରେ ବଢ଼ିବ ମହଙ୍ଗା ଭତ୍ତା? ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ...

ଏହିପରି  ଚେକ୍ କରନ୍ତୁ ହିତାଧିକାରୀ ତାଲିକାରେ ନିଜର ନାମ

୧. ଆପଣଙ୍କର କିସ୍ତିର ସ୍ଥିତି ଦେଖିବାକୁ ଆପଣ ପ୍ରଥମେ ୱେବସାଇଟକୁ ଯାଆନ୍ତୁ ।

୨. ଏହା ପରେ ଡାହାଣ ପାର୍ଶ୍ୱରେ ଥିବା କୃଷକ କର୍ନର (Farmers Corner) ରେ କ୍ଲିକ୍ କରନ୍ତୁ ।

୩. ବର୍ତ୍ତମାନ ହିତାଧିକାରୀ ସ୍ଥିତି ବିକଳ୍ପ (Beneficiary Status) ଉପରେ କ୍ଲିକ୍ କରନ୍ତୁ ।

୪. ବର୍ତ୍ତମାନ ଆପଣଙ୍କ ପାଖରେ ଏକ ନୂତନ ପେଜ୍ ଖୋଲିବ ।

୫. ଏଠାରେ ଆପଣ ଆପଣଙ୍କର ଆଧାର ନମ୍ବର, ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ ।

୬. ଏହା ପରେ ଆପଣ ଆପଣଙ୍କର ସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବେ ।

ଅଧିକ ପଢ଼ନ୍ତୁ:-କୋରୋନାକୁ ନେଇ ଆସିଲା ଆଶ୍ୱସ୍ତିକର ଖବର!

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି କ’ଣ?

ମୋଦି ସରକାର  (Modi Govt) ଏହି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ୨୪ ଫେବୃଆରୀ ୨୦୧୯ରେ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅନ୍ତର୍ଗତ କେନ୍ଦ୍ର ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦିଅନ୍ତି । କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ସରକାର ୩ଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରନ୍ତି । ଯାହା ଅଧୀନରେ ୪ ମାସରେ କୃଷକଙ୍କ ଆକାଉଣ୍ଟକୁ ଗୋଟିଏ କିସ୍ତି ପଠାଯାଏ । ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଦିଆଯାଏ ।

ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏହି ୫ଟି ଅଭ୍ୟାସ, ଯୌନ ସ୍ୱାସ୍ଥ୍ୟ ହୋଇଯିବ ଖରାପ!