କୃଷକଙ୍କୁ ଅକ୍ଷୟ ତୃତୀୟା ଉପହାର; ଗୋଟିଏ ଦିନରେ ମିଳିବ କାଳିଆ-ପିଏମ୍ କିଷାନ ଟଙ୍କା
Advertisement

କୃଷକଙ୍କୁ ଅକ୍ଷୟ ତୃତୀୟା ଉପହାର; ଗୋଟିଏ ଦିନରେ ମିଳିବ କାଳିଆ-ପିଏମ୍ କିଷାନ ଟଙ୍କା

ଆଜି କୋଟି କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ପିଏମ୍ କିଷାନ ଓ କାଳିଆ ଟଙ୍କା ଯିବ। ଅପରାହ୍ଣରେ ଉଭୟ ଯୋଜାନର ଟଙ୍କା ଡିବିଟି ମାଧ୍ୟମରେ ପଠାଯିବ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଅକ୍ଷୟ ତୃତୀୟାରେ କୃଷକ (Farmer) ଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦେଉଛନ୍ତି ଉପହାର। ଆଜି କୋଟି କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ପିଏମ୍ କିଷାନ ଓ କାଳିଆ ଟଙ୍କା ଯିବ। ଅପରାହ୍ଣରେ ଉଭୟ ଯୋଜାନର ଟଙ୍କା ଡିବିଟି ମାଧ୍ୟମରେ ପଠାଯିବ।

ଆଜି କୃଷକଙ୍କ ମୁହଁରେ ହସ ଫୁଟାଇବେ କେନ୍ଦ୍ର ଓ ରାଜ୍ୟ ସରକାର। ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) , କାଳିଆ ଯୋଜନା (Kalia Yojona) ର ୪ର୍ଥ କିସ୍ତି ସହାୟତା ପଠାଇବେ।  ଡିବିଟି ଜରିଆରେ କାଳିଆ ଅର୍ଥ ଦିଆଯିବ। ଗତ ଫେବୃୟାରୀ ୧୨ ତାରିଖରେ କାଳିଆର ତୃତୀୟ କିସ୍ତି ଟଙ୍କା ଦିଆଯାଇଥିଲା। ଏଥିରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୨ ଶହ ୭୨ କୋଟିରୁ ଅଧିକ ଟଙ୍କା ଦିଆଯାଇଥିଲା।

Also Read: କୋରୋନା ଟିକାକରଣ: ଅଭାବ ପାଇଁ ଅବଧି ବଢିଲା !

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ମଧ୍ୟ କୃଷକଙ୍କ ଆକାଉଣ୍ଟକୁ ଭିଡିଓ କନଫରେନ୍ସିଂ ଜରିଆରେ କିଷାନ ସମ୍ମାନନିଧି (pm kishan samman nidhi)ଯୋଜନାରେ ଆର୍ଥିକ ସହାୟତାର ଅଷ୍ଟମ କିସ୍ତି ପଠାଇବେ। ଏଥିରେ ସାଢ଼େ ୯ କୋଟି ଚାଷୀଙ୍କ ଖାତାକୁ ପ୍ରଧାନମନ୍ତ୍ରୀ ପ୍ରାୟ ୧୯,୦୦୦ କୋଟି ଟଙ୍କା ସହାୟତା ପଠାଇବେ। ଏହି ଯୋଜନାରେ ଚାଷୀଙ୍କୁ ପ୍ରତି ୪ ମାସରେ ୨ ହଜାର ଲେଖାଏ ଟଙ୍କା ଦିଆଯାଉଛି।