ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।
Trending Photos
)
ନୂଆଦିଲ୍ଲୀ: ଆଜି ମୋଦିଙ୍କ 'ମନ କି ବାତ' । ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଗତ ଜୁନ ୧୪ରେ ନିଜ ରେଡ଼ିଓ କାର୍ଯ୍ୟକ୍ରମ ପାଇଁ ଦେଶବାସୀଙ୍କ ପରାମର୍ଶ ଲୋଡ଼ିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
ମୋଦି ନିଜ ଟ୍ୱିଟରରେ ଲେଖିଥିଲେ, ଏହି ମାସ #MannKiBaat କାର୍ଯ୍ୟକ୍ରମ ଜୁନ ୨୮ରେ ହେବ । ଏବେ ଏହାକୁ ୨ ସପ୍ତାହ ବାକିରହିଛି । ତେଣୁ ଆପଣମାନେ ପରାମର୍ଶ ଦିଅନ୍ତୁ । ପ୍ରଧାନମନ୍ତ୍ରୀ କହିଥିଲେ, ଏହାରି ମାଧ୍ୟମରେ ମୁଁ ଅଧିକରୁ ଅଧିକ ଲୋକଙ୍କ ମତାମତ ଜାଣିପାରିବି । ଏପରିକି ଟେଲିଫୋନ କଲ ମାଧ୍ୟମରେ ସେମାନଙ୍କ ସହ ଯୋଗାଯୋଗ କରିପାରିବି । ମୁଁ ନିଶ୍ଚିତ ଭାବେ କହିପାରିବି ଯେ, ଆପଣମାନଙ୍କ ନିକଟରେ କୋଭିଡ-19 ଏବଂ ଅନ୍ୟ ମୁଦ୍ଦାରେ ବହୁତ କିଛି କହିବାକୁ ରହିଛି ବୋଲି କହିଥିଲେ ମୋଦି ।
ତେବେ ଏହି ସମୟରେ ମୋଦି ଏକ ନମ୍ବର ମଧ୍ୟ ଦେଇଥିଲେ, ଯାହାରି ମାଧ୍ୟମରେ ନିଜ ମ୍ୟାସେଜକୁ ରେକର୍ଡ କରି ପଠାଯାଇପାରିବ । କେବଳ ଏତିକି ନୁହେଁ, ନମୋ ଆପ୍, MyGov ଏବଂ ଅନ୍ୟ ସରକାରୀ ଫୋରମରେ ମଧ୍ୟ ପରାମର୍ଶ ଦେବାକୁ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ ।