ଏହି ଆର୍ଥିକ ପ୍ୟାକେଜ ଆମର କୁଟୀର ଶିଳ୍ପ, କ୍ଷୁଦ୍ର ଶିଳ୍ପ ଏବଂ ମଧ୍ୟମ ଶିଳ୍ପ ପାଇଁ କରାଯାଇଛି । ଯାହା ଆତ୍ମନିର୍ଭରଶୀଳ ଭାରତ ପାଇଁ ଆମର ସଂକଳ୍ପର ମଜଭୁତ ଆଧାର ହେବ ।
Trending Photos
)
ନୂଆଦିଲ୍ଲୀ: ରାଷ୍ଟ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟି କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ୨୦୨୦ରେ ଦେଶର ବିକାଶ ଯାତ୍ରା ପାଇଁ ଆତ୍ମନିର୍ଭର ଭାରତ ପାଇଁ ଏକ ନୂତନ ଗତି ପ୍ରଦାନ କରିବ । ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପ ପୂରଣ କରିବା ପାଇଁ ଏଥିରେ ସମସ୍ତଙ୍କୁ ଗୁରୁତ୍ୱ ଦିଆଯାଇଛି । ଏହି ଆର୍ଥିକ ପ୍ୟାକେଜ ଆମର କୁଟୀର ଶିଳ୍ପ, କ୍ଷୁଦ୍ର ଶିଳ୍ପ ଏବଂ ମଧ୍ୟମ ଶିଳ୍ପ ପାଇଁ କରାଯାଇଛି । ଯାହା ଆତ୍ମନିର୍ଭରଶୀଳ ଭାରତ ପାଇଁ ଆମର ସଂକଳ୍ପର ମଜଭୁତ ଆଧାର ହେବ ।
हाल में सरकार ने कोरोना संकट से जुड़ी जो आर्थिक घोषणाएं की थीं,
जो रिजर्व बैंक के फैसले थे,
और आज जिस आर्थिक पैकेज का ऐलान हो रहा है,
उसे जोड़ दें तो ये
करीब-करीब
20 लाख करोड़ रुपए का है।ये पैकेज भारत की
GDP का
करीब-करीब
10 प्रतिशत है: PM @narendramodi #AatmanirbharBharat— PMO India (@PMOIndia) May 12, 2020
ଏହି ଆର୍ଥିକ ପ୍ୟାକେଜ୍ ଆମର କୁଟୀର ଶିଳ୍ପ, ଘର ଶିଳ୍ପ, କ୍ଷୁଦ୍ର ମଧ୍ୟମ ଶିଳ୍ପ, MSME ପାଇଁ ଜାରି କରାଯାଇଛି । ଯାହା କୋଟି କୋଟି ଲୋକଙ୍କ ଜୀବିକାର ମାଧ୍ୟମ । ଯାହା ଆମର ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପର ମଜଭୁତ ଆଧାର ଅଟେ । ସେ କହିଛନ୍ତି ଯେ ଏହି ଆର୍ଥିକ ପ୍ୟାକେଜ୍ ଦେଶର ସେହି ଶ୍ରମିକଙ୍କ ପାଇଁ କରାଯାଇଛି । ଦେଶର ସେହି କୃଷକଙ୍କ ପାଇଁ, ଯିଏ ପ୍ରତ୍ୟେକ ପରିସ୍ଥିତିରେ, ପ୍ରତ୍ୟେକ ଋତୁରେ ଦେଶବାସୀଙ୍କ ପାଇଁ କଠିନ ପରିଶ୍ରମ କରୁଛନ୍ତି । ଏହି ଆର୍ଥିକ ପ୍ୟାକେଜ୍ ଆମ ଦେଶର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ, ଯିଏ ସଚ୍ଚୋଟ ଭାବରେ ଟିକସ ଦେଇଥାଏ । ଦେଶର ବିକାଶରେ ଯୋଗଦାନ ଦେଇଥାଏ ।