ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ । ଅକ୍ଟୋବର ୧୫ ତାରିଖ ପରେ ଏହାର ରିଲିଜ ତାରିଖ ଘୋଷଣା ହେବ ।
Trending Photos
)
ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ଆସିଲା ଖୁସି ଖବର । ବିଜେପି ସମର୍ଥକଙ୍କ ମଧ୍ୟରେ ଛାଇଯାଇଛି ଉଲ୍ଲାସର ମାହୋଲ । ଆସନ୍ତା ସପ୍ତାହରେ ସିନେମା ହଲରେ ରିଲିଜ ହେବ 'ପିଏମ୍ ନରେନ୍ଦ୍ର ମୋଦି' । ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ସିନେ କ୍ରିଟିକ ତରଣ ଆଦର୍ଶ ।
ଅନଲକ ୫ରେ ପୁଣି ଚଳଚଞ୍ଚଳ ହେବ ସିନେ ଜଗତ । ଆଠ ମାସ ପରେ ଖୋଲିବ ଦେଶର ସିନେମା ହଲର କବାଟ । ତରଣ ଆଦର୍ଶଙ୍କ କହିବାନୁସାରେ ଅକ୍ଟୋବର ୧୬ରୁ ଦେଶରେ ଥିଏଟର ଖୋଲିବ । କୋରୋନା କଟକଣା ସହ କେବଳ ୫୦ ପ୍ରତିଶତ ଦର୍ଶକଙ୍କୁ ଏଣ୍ଡ୍ରି ମିଳିବ ।
ଥିଏଟର ଖୋଲିଲେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ବାୟୋପିକ 'ପିଏମ୍ ନରେନ୍ଦ୍ର ମୋଦି' ରିଲିଜ ହେବ । ଏହା ଆସନ୍ତା ସପ୍ତାହରେ ଆସିବା ସମ୍ଭାବନା ରହିଛି । ଗତବର୍ଷ ମେ ୨୪ରେ 'ପିଏମ୍ ନରେନ୍ଦ୍ର ମୋଦି' ଫିଲ୍ମ ରିଲିଜ ହେବାର ଥିଲା । କିନ୍ତୁ ନିର୍ବାଚନ ସମୟ ଓ ବିରୋଧୀଙ୍କ ବିରୋଧ ଯୋଗୁଁ ଥିଏଟରରେ ଏହା ରିଲିଜ ହୋଇନଥିଲା ।
ଫଲ୍ମ 'ପିଏମ୍ ନରେନ୍ଦ୍ର ମୋଦି'ର ମୁଖ୍ୟ ଭୂମିକାରେ ଅଛନ୍ତି ବିବେକ ଓବରୟ । ସେ ମୋଦିଙ୍କ ଭଳି ଅବିକଳ ନକଲ କରିବାକୁ ଚେଷ୍ଟା କରିଛନ୍ତି । ଟ୍ରେଲର ଆସିବା ପରେ ବେବେକଙ୍କ ଅଭିନୟକୁ ଅନେକ ଅନେକ ଲୋକ ପ୍ରଶଂସା କରିଥିବା ବେଳେ କିଛି କଟାକ୍ଷ ବି କରିଛନ୍ତି । ତେବେ ଫିଲ୍ମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନେକ ଗୁଡାଏ ବିବାଦୀୟ କାହାଣୀ ଗାଏବ ଥିବା କୁହାଯାଉଛି ।