PM Modi US Visit: ଗସ୍ତ ଅବସରରେ ପ୍ରମୁଖ US Companies CEO ଙ୍କ ସହ କଲେ ଆଲୋଚନା
Advertisement

PM Modi US Visit: ଗସ୍ତ ଅବସରରେ ପ୍ରମୁଖ US Companies CEO ଙ୍କ ସହ କଲେ ଆଲୋଚନା

ଆମେରିକା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଭାରତରେ ରହିଥିବା ଆର୍ଥିକ ସୁଯୋଗ ବାବଦରେ ଆମେରିକୀୟ କମ୍ପାନୀ ସିଇଓଙ୍କୁ ଅବଗତ କରାଇଛନ୍ତି। 

PM Modi US Visit: ଗସ୍ତ ଅବସରରେ ପ୍ରମୁଖ US Companies CEO ଙ୍କ ସହ କଲେ ଆଲୋଚନା

ୱାଶିଂଟନ: ଚାରି ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ସେଠାରେ ପହଞ୍ଚିବା ପରେ ବିଭିନ୍ନ ଆମେରିକୀୟ କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି। ଏହି ଗସ୍ତରେ ସେ ବିଭିନ୍ନ ଆମେରିକୀୟ କମ୍ପାନୀ ସିଇଓଙ୍କ ସହ ପ୍ରଯୁକ୍ତିବିଦ୍ୟା, ଆଇଟି, ଅର୍ଥ, ପ୍ରତିରକ୍ଷା, ଏବଂ ନବୀକରଣ ଶକ୍ତି କ୍ଷେତ୍ର ବାବଦରେ ଆଲୋଚନା କରିବା ସହ ଭାରତରେ ରହିଥିବା ଆର୍ଥିକ ସୁଯୋଗ ବାବଦରେ ଅବଗତ କରାଇଛନ୍ତି। 

ଆମେରିକା ଗସ୍ତ ଅବସରରେ (PM Modi US Tour) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଯେଉଁ ଆମେରିକୀୟ କମ୍ପାନୀ ସିଇଓଙ୍କ (US Company CEO) ଆଲୋଚନା କରିଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି କ୍ୱାଲକମ ସିଓଇ କ୍ରିଷ୍ଟିଆନୋ ଆର ଆମୋନ (Qualcomm CEO Cristiano Ramon), ଆଡୋବ ଚେୟାରମ୍ୟାନ ଶାନ୍ତନୁ ନାରାୟଣ (Adobe Chairman Shantanu Narayan), ଜେନେରାଲ୍ ଆଟୋମିକ୍ସ ସିଇଓ ବିବେକ ଲାଲ (General Atomics CEO Vivek Lall), ଫାଷ୍ଟ ସୋଲାର ସିଇଓ ମାର୍କ ୱିଡମର୍ (First Solar CEO Mark Widmar) ଏବଂ ବ୍ଲାକଷ୍ଟୋନ ସିଇଓ ଷ୍ଟିଫେନ ଏ ସ୍କ୍ୱାର୍ଜମ୍ୟାନ୍ (Blackstone CEO Stephen A Schwarzman)।

ଆମେରିକା ଗସ୍ତ ଅବସରରେ ରାଜଧାନୀ ୱାଶିଂଟନସ୍ଥିତ ବିଲାର୍ଡ ଇଣ୍ଟରକଣ୍ଟିନେଣ୍ଟାଲ ହୋଟେଲ ଠାରେ କ୍ୱାଲକମ ସିଓଇ କ୍ରିଷ୍ଟିଆନୋ ଆର ଆମୋନଙ୍କୁ ଭେଟିଛନ୍ତି ପିଏମ ମୋଦି। ଏହି ସାକ୍ଷାତକାର ସମୟରେ ପ୍ରଧାମନ୍ତ୍ରୀ ଭାରତରେ ରହିଥିବା ସୁଯୋଗ ବାବଦରେ କ୍ୱାଲକମ ସିଓଇଙ୍କ ଅବଗତ କରାଇଛନ୍ତି। ହାଇଟେକ ସେକ୍ଟର ସମେତ ଇଲେକଟ୍ରୋନିକ୍ସ, ଟେଲିକମ ମ୍ୟାନୁଫ୍ୟାକଚରିଂ, ୫ଜି ଟେକ୍ନୋଲୋଜି ପ୍ରଭୃତି କ୍ଷେତ୍ରରେ ନିବେଶ କରିବା ଲାଗି ଏହି ଆମେରିକୀୟ କମ୍ପାନୀକୁ ଆମନ୍ତ୍ରଣ କରିଛନ୍ତି ସେ।  

Also Read: ପିଏମ ମୋଦି ପହଞ୍ଚିଲେ ୱାଶିଂଟନ

ପିଏମ ମୋଦିଙ୍କ ସହ ହୋଇଥିବା ସାକ୍ଷାତକାର ବାବଦରେ ପ୍ରତିକ୍ରିୟ ରଖି କ୍ୱାଲକମ ସିଓଇ କହିଛନ୍ତି ଏହା ଏକ ଉତ୍ତମ ସାକ୍ଷାତକାର ରହିଥିଲା। ଭାରତ ସହ ଭାଗିଦାରୀ କରି ଆମେ ଗର୍ବିତ। ଆମେ ୫ଜି ଟେକ୍ନୋଲୋଜି  ବାବଦରେ ଉଭୟେ ଆଲୋଚନା କରିଛୁ। ଆମେ କେବଳ ଭାରତ ରହିଥିବା ଘରୋଇ ଶିଳ୍ପକୁ ଆଗକୁ ନେବା ପାଇଁ କଥା ହୋଇନାହୁଁ ବରଂ ଭାରତରୁ ଟେକ୍ନୋଲୋଜି ରପ୍ତାନି କରିବା ବାବଦରେ ଆଲୋଚନା କରିଛୁ।  

ଏହା ପରେ ଫାଷ୍ଟ ସୋଲାର ସିଇଓ ମାର୍କ ୱିଡମର୍ ଙ୍କ ସହ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ର ସମେତ ପିଏଲଆଇ (Production Linked Incentive) ଯୋଜନା ଅଧିନରେ ସୋଲାର ପ୍ଲାଣ୍ଟ ଉପକରଣ (Solar Plant Equipment) ନିର୍ମାଣ  କରିବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି।   

ଏହି ସାକ୍ଷାତକାର ବୈଠକ ଉପରେ ପ୍ରତିକ୍ରିୟା ରଖି ଫାଷ୍ଟ ସୋଲାର ସିଇଓ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆମେ ଶିଳ୍ପ ନୀତି ତଥା ବାଣିଜ୍ୟ ନୀତି ମଧ୍ୟରେ ଏକ ଦୃଢ ସନ୍ତୁଳନ ରକ୍ଷା କରିବାକୁ କାର୍ଯ୍ୟ କରିଛୁ। ଭାରତରେ ଉତ୍ପାଦନ ପ୍ରତିଷ୍ଠା ଲାଗି ଏହା ଫାଷ୍ଟ ସୋଲାର ପରି କମ୍ପାନୀ ପାଇଁ ଏକ ଆଦର୍ଶ ସୁଯୋଗ।

କ୍ୱାଲକମ ଏବଂ ଫାଷ୍ଟ ସୋଲାର ପରେ ଆଡୋବ ଚେୟାରମ୍ୟାନ୍ ଶାନ୍ତନୁ ନାରାୟଣଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଭାରତରେ ଚାଲିଥିବା କାର୍ଯ୍ୟକଳାପ ଏବଂ ଭବିଷ୍ୟତରେ ହେବାକୁ ଥିବା ପୁଞ୍ଜି ବିନିଯୋଗ ବାବଦରେ ନିଜର ମତାମତ ରଖିଥଲେ। ଭାରତର ଯୁବବର୍ଗଙ୍କୁ ସ୍ମାର୍ଟ ଶିକ୍ଷା ଯୋଗାଇବା ଏବଂ ଗବେଷଣା ବୃଦ୍ଧି ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ଗୁରୁତ୍ତ୍ୱ ବାବଦରେ ମଧ୍ୟ ଆଲୋଚନା ହୋଇଥିଲା। ସେ ଭାରତୀୟ ଯୁବକଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟ ଅପ୍ ସେକ୍ଟର ବାବଦରେ  ଆଡୋବ ଚେୟାରମ୍ୟାନ୍ ଙ୍କୁ ଜଣାଇଥିଲେ ସେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଆଡୋବ ଚେୟାରମ୍ୟାନ୍ କହିଛନ୍ତି ଭାରତରେ କିପରି ବିସ୍ତାର କରାଯିବ ସେନେଇ ପିଏମ ମୋଦିଙ୍କ ଦୃଷ୍ଟିକୋଣ ବିଷୟରେ ଜାଣିବା ସର୍ବଦା ଭଲ। ଆମେ ଆଲୋଚନା କରିଥିବା ଏକ ମୁଖ୍ୟ ବିଷୟ ହେଉଛି ନବସୃଜନ ପାଇଁ ବିନିଯୋଗ। ସେ କହିଛନ୍ତି ଆଗକୁ ବଢିବା ପାଇଁ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେବାକୁ ହେବ। 

ଜେନେରାଲ୍ ଆଟୋମିକ୍ସ ସିଇଓ ବିବେକ ଲାଲଙ୍କ ସହ ପ୍ରଧାନମନ୍ତ୍ରୀ ଡ୍ରୋନ୍, ଆଧୁନିକ ଜ୍ଞାନକୌଶଳର ବ୍ୟବହାର, ଭାରତରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ବୃଦ୍ଧି କରିବା ନେଇ ଆଲୋଚନା କରିଛନ୍ତି। ସେହପରି ବ୍ଲାକଷ୍ଟୋନ ସିଇଓ ଷ୍ଟିଫେନ ଏ ସ୍କ୍ୱାର୍ଜମ୍ୟାନ୍ ଙ୍କ ସହ ପ୍ରଧାନମନ୍ତ୍ରୀ ଭାରତରେ ପୁଞ୍ଜି ନିବେଶ କରିବା ଉପରେ ଆଲୋଚନା କରିଥିଲେ। 

Also Read: ସୋମବାର ଦିନ ଦେଶବାସୀଙ୍କୁ ପିଏମ ମୋଦି ଦେବାକୁ ଯାଉଛନ୍ତି ଏକ ବଡ଼ ଉପହାର, ଆପଣ ମଧ୍ୟ ହେବେ ଉପକୃତ

ଭାରତର ସାମରିକ କ୍ଷମତା ବୃଦ୍ଧି କରିବା ଲାଗି ଆମେରିକା ଠାରୁ ୩୦ଟି ପ୍ରିଡେଟର ଡ୍ରୋନ (Predator Drone) କ୍ରୟ କରିବା ପ୍ରସଙ୍ଗରେ ରାଜଧାନୀ ୱାଶିଂଟନ ଠାରେ ଚାରୋଟି ପ୍ରମୁଖ ଆମେରିକୀୟ କମ୍ପାନୀ ସିଇଓଙ୍କ ସମେତ ସଶସ୍ତ୍ର ଡ୍ରୋନ ନିର୍ମାତା ଜେନେରାଲ ଏଟୋମିକ୍ସ (General Atomics) ମୁଖ୍ୟଙ୍କ ସହ ଆଲୋଚନା କରିବେ ପିଏମ ମୋଦି।

  • ୭୫୨୩ କୋଟି ଟଙ୍କା ବ୍ୟୟରେ ୧୧୮ଟି ନୂତନ ଅର୍ଜୁନ ମାର୍କ-୧ଏ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ପାଇଁ ଅର୍ଡର ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ 
  • ଏହି ଟ୍ୟାଙ୍କ ମଧ୍ୟରୁ ୭୨ଟି ଅପଗ୍ରେଡ ସହ ଏହାର ଗତିଶୀଳତା, ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା  
  • ତାମିଲନାଡୁସ୍ଥିତ ଅଭାଦୀ ଠାରେ ଅବସ୍ଥିତ ହେଭି ଭେଇକିଲ୍ସ ଫ୍ୟାକ୍ଟ୍ରି-ଏଚଭିଏଫ (Heavy Vehicles Factory- HVF) ଦ୍ୱାରା ଅର୍ଜୁନ ମାର୍କ-୧ଏ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଉତ୍ପାଦନ ହେବ
  • ଏଚଭିଏଫ ୩୦ ମାସ ମଧ୍ୟରେ ପ୍ରଥମ ୫ଟି ଅର୍ଜୁନ ମାର୍କ-୧ଏ ଟ୍ୟାଙ୍କ ଉତ୍ପାଦନ କରିବ 
  • ଥରେ ଭାରତୀୟ ସେନା ଦ୍ୱାରା ଏହା ଅନୁମୋଦିତ ହେଲେ ବର୍ଷକୁ ୩୦ଟି ଟ୍ୟାଙ୍କ ବିତରଣ କରିବ ଏଚଭିଏଫ
  • ଏହି ଉନ୍ନତ ୧୧୮ ଅର୍ଜୁନ ଏକ ଦଶନ୍ଧି ପୂର୍ବରୁ ସେନାର ପ୍ରଥମ ୧୨୪ ଟ୍ୟାଙ୍କରେ ଯୋଗ କରାଯିବ