ଗୃହମନ୍ତ୍ରୀ-ଅର୍ଥମନ୍ତ୍ରୀଙ୍କ ସହ ଗୁରୁତୂପୂର୍ଣ୍ଣ ବୈଠକ କଲେ ପିଏମ ମୋଦି
Advertisement
Article Detail0/zeeodisha/odisha674897

ଗୃହମନ୍ତ୍ରୀ-ଅର୍ଥମନ୍ତ୍ରୀଙ୍କ ସହ ଗୁରୁତୂପୂର୍ଣ୍ଣ ବୈଠକ କଲେ ପିଏମ ମୋଦି

ଏକ ଆଧିକାରୀକ ବୟାନରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦି ଏ ବାବଦରେ ଏକ ବୈଠକ କରିଛନ୍ତି । ବୈଠକରେ ଆଲୋଚନା କରାଯାଇଥିଲା ଯେ ଦେଶରେ ଥିବା ଶିଳ୍ପ ଜମି, ପ୍ଲଟ୍, କମ୍ପ୍ଲେକ୍ସ ଇତ୍ୟାଦିରେ ପ୍ରସ୍ତୁତ ଭିତ୍ତିଭୂମି କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯିବା ଉଚିତ । ସେମାନଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବା ଉଚିତ ।

ଗୃହମନ୍ତ୍ରୀ-ଅର୍ଥମନ୍ତ୍ରୀଙ୍କ ସହ ଗୁରୁତୂପୂର୍ଣ୍ଣ ବୈଠକ କଲେ ପିଏମ ମୋଦି

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ସାରା ଦେଶରେ ଲାଗୁ ରହିଛି ଲକଡାଉନ । ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ଅନ୍ୟାନ୍ୟ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  କୋଭିଡ-19 ମହାମାରୀ ସଙ୍କଟକୁ ନେଇ ଏକ ବୈଠକ କରିଛନ୍ତି । ଗୁରୁବାର ଏହି ବୈଠକରେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଅର୍ଥ ବ୍ୟବସ୍ଥାକୁ ଗତିଶୀଳତା ପ୍ରଦାନ କରିବା ପାଇଁ ସ୍ଥାନୀୟ ନିବେଶ ବୃଦ୍ଧି ସହ ଅଧିକ ବିଦେଶ ନିବେଶକଙ୍କୁ ଆକର୍ଷିତ କରିବାର ବିଭିନ୍ନ ଉପାୟକୁ ନେଇ ବିସ୍ତାର ଚର୍ଚ୍ଚା କରାଯାଇଛି । 

ଏକ ଆଧିକାରୀକ ବୟାନରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦି ଏ ବାବଦରେ ଏକ ବୈଠକ କରିଛନ୍ତି । ବୈଠକରେ ଆଲୋଚନା କରାଯାଇଥିଲା ଯେ ଦେଶରେ ଥିବା ଶିଳ୍ପ ଜମି, ପ୍ଲଟ୍, କମ୍ପ୍ଲେକ୍ସ ଇତ୍ୟାଦିରେ ପ୍ରସ୍ତୁତ ଭିତ୍ତିଭୂମି କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯିବା ଉଚିତ । ସେମାନଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବା ଉଚିତ ।

ଏହି ବୈଠକରେ ମୋଦି ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ନିବେଶକଙ୍କୁ ବଜାୟ ରଖିବା, ସେମାନଙ୍କ ସମସ୍ୟାର ଯତ୍ନ ନେବା ଏବଂ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମସ୍ତ ଆବଶ୍ୟକୀୟ କେନ୍ଦ୍ରୀୟ ଏବଂ ରାଜ୍ୟ ଅନୁମୋଦନ ପାଇବାରେ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯିବା ଉଚିତ । ଏହି ବୈଠକରେ ଦେଶରେ ଶୀଘ୍ର ପୁଞ୍ଜି ନିବେଶ ଆଣିବା ଏବଂ ଭାରତୀୟ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ରଣନୀତି ମଧ୍ୟ ଆଲୋଚନା କରାଯାଇଥିଲା । ବୈଠକରେ ସାମାଜିକ ଦୂରତାର ମଧ୍ୟ ଧ୍ୟାନ ନିଆଯାଇଥିଲା ।

ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, ଉଭୟ ଅନ୍ତର୍ଜାତୀୟ ତଥା ଘରୋଇ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରିବାର ଉପାୟ ଉପରେ ଆଲୋଚନା କରିବାକୁ ଏକ ଉଚ୍ଚ ସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି ।

;