ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ଦେଶ
Advertisement

ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ଦେଶ

ଦେଶର ୧୧ତମ ରାଷ୍ଟ୍ରପତି ତଥା ମିଶାଇଲ ମ୍ୟାନ ଭାବେ ପରିଚିତ ଏପିଜେ ଅବ୍ଦୁଲ କଲାମଙ୍କ ଜନ୍ମବାର୍ଷିକୀ। ଅବଦୁଲ କଲାମ ୧୫ ଅକ୍ଟୋବର ୧୯୩୧ ମସିହାରେ ରମେଶ୍ୱରମରେ ଜନ୍ମଗ୍ରହଣ କରିଥିଲେ।

ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ଦେଶ

ନୂଆଦିଲ୍ଲୀ: ଦେଶର ୧୧ତମ ରାଷ୍ଟ୍ରପତି ତଥା ମିଶାଇଲ ମ୍ୟାନ ଭାବେ ପରିଚିତ ଏପିଜେ ଅବ୍ଦୁଲ କଲାମଙ୍କ ଜନ୍ମବାର୍ଷିକୀ। ଅବଦୁଲ କଲାମ ୧୫ ଅକ୍ଟୋବର ୧୯୩୧ ମସିହାରେ ରମେଶ୍ୱରମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମ ବାର୍ଷିକୀ ଅବସରରେ ଦେଶର କିଛି ତୁଙ୍ଗନେତା ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ମନେ ପକାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ରାଷ୍ଟ୍ରପତି ଡାକ୍ତର ଏପିଜେ ଅବ୍ଦୁଲ କଲାମଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି କି  ଭାରତ ପ୍ରତି ରାଷ୍ଟ୍ରପତି ଏପିଜେ ଅବ୍ଦୁଲ କଲାମଙ୍କ ଅବଦାନକୁ କଦାପି ଭୁଲି ହେବନାହିଁ। ରାଷ୍ଟ୍ର ଗଠନରେ ତାଙ୍କର ଅବଦାନ ଢେର ଅଧିକ ଓ ଉଲ୍ଲେଖନୀୟ ରହିଛି। ତାଙ୍କର ଜୀବନ ଶୈଳୀ ଅନେକଙ୍କୁ ପ୍ରେରଣା ମଧ୍ୟ ଯୋଗାଇ ଥାଏ। 

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି କି, ଅବ୍ଦୁଲ କଲାମ ଦେଶର ଜଣେ ଦୁରଦର୍ଶୀ ନେତା ରହିଥିଲେ। ଭାରତର ଅନ୍ତରୀକ୍ଷ ଓ ମିଶାଇଲ କାର୍ଯ୍ୟର ବାସ୍ତୁକାର ରହିଥିଲେ। ସେ ସବୁବେଳେ ଏକ ମଜବୁତ ଓ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ରଖିଥିଲେ। ବିଜ୍ଞାନ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଅନ୍ୟମାନଙ୍କ ପାଇଁ  ପ୍ରେରଣା ସାଜିଛି। 

ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ରକ୍ଷାମନ୍ତ୍ରୀ ରାଜନାଥ ସିଂହ, ପ୍ରକାଶ ଜାଭଡ଼େକର ମଧ୍ୟ ପୂର୍ବତନ ରାଷ୍ଟ୍ରପତିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।