ପୂର୍ବ ଅପେକ୍ଷା ଆମର ସମ୍ପର୍କ ହେବ ଆହୁରି ମଜବୁତ: PM Modi
X

ପୂର୍ବ ଅପେକ୍ଷା ଆମର ସମ୍ପର୍କ ହେବ ଆହୁରି ମଜବୁତ: PM Modi

ପାରସ୍ପରିକ ସହଯୋଗକୁ ବୃଦ୍ଧି କରିବା ଲାଗି ସହମତ ହୋଇଛନ୍ତି ଉଭୟ ଦେଶର ରାଷ୍ଟ୍ରମୁଖ୍ୟ। 

ପୂର୍ବ ଅପେକ୍ଷା ଆମର ସମ୍ପର୍କ ହେବ ଆହୁରି ମଜବୁତ: PM Modi

ୱାଶିଂଟନ: ଭାରତ-ଆମେରିକା ମଧ୍ୟରେ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କ ପୂର୍ବ ଅପେକ୍ଷା ହେବ ଆହୁରି ମଜବୁତ। ଆମେରିକା ଗସ୍ତ ଅବସରରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ପରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ହ୍ୱାଇଟ ହାଉସ ଠାରେ କ୍ୱାର୍ଡ ସମ୍ମେଳନ ବୈଠକରେ ଯୋଗଦେବା ଅବସରରେ ଜାପାନ ଏବଂ ଅଷ୍ଟ୍ରେଲୀୟ ରାଷ୍ଟ୍ରମୁଖ୍ୟଙ୍କୁ ଭେଟିଛନ୍ତି ପିଏମ ମୋଦି।   

ହ୍ୱାଇଟ ହାଉସ ଠାରେ ପିଏମ ମୋଦିଙ୍କୁ ଭେଟିବା ପରେ ଟ୍ୱିଟ କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଦେଶ ମଧ୍ୟରେ ରହିଥିବା ଗଭୀର ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ସହ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ସହଯୋଗ ବଜାୟ ରଖିବା ସହ କୋରୋନା ମହାମାରୀର ମୁକାବିଲା ଏବଂ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ପାରସ୍ପରିକ ଆଲୋଚନା ହୋଇଛି।   

ରାଷ୍ଟ୍ରପତି ବାଇଡେନଙ୍କୁ ଭେଟି ଅବସରରେ ପିଏମ ମୋଦି କହିଥିଲେ ଗତ ୨୦୧୬ ବର୍ଷରୁ ମୁଁ ଆପଣଙ୍କ ସହ ବିସ୍ତୃତ ଭାବରେ କଥାବାର୍ତ୍ତା କରିବାର ସୁଯୋଗ ପାଇଥିଲି ଏବଂ ସେହି ସମୟରେ ଭାରତ-ଆମେରିକା ମଧ୍ୟରେ ରହିଥିବା ସମ୍ପର୍କର ଲକ୍ଷ୍ୟ ବାବଦରେ ଜଣାଇଥିଲି। ଏହା ପ୍ରକୃତରେ ପ୍ରେରଣାଦାୟକ। ଉଭୟ ଦେଶର ସମ୍ପର୍କକୁ ମଜବୁତ କରିବା ପାଇଁ ଆପଣ କରୁଥିବା ପ୍ରୟାସକୁ ମୁଁ ସ୍ୱାଗତ କରୁଛି। ଟେକ୍ନୋଲୋଜି ମାଧ୍ୟମରେ ଭାରତ-ଆମେରିକା ମାନବିକତା ପାଇଁ ଅନେକ ସେବା କରିପାରିବେ। ଉଭୟ ଦେଶ ମଧ୍ୟରେ ହେଉଥିବା ବାଣିଜ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ।

Also Read: PM Modi US Visit: ଗସ୍ତ ଅବସରରେ ପ୍ରମୁଖ US Companies CEO ଙ୍କ ସହ କଲେ ଆଲୋଚନା

ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଶୁକ୍ରବାର ହ୍ୱାଇଟ ହାଉସ ଠାରେ ଆୟୋଜିତ ହୋଇଯାଇଥିବା  ଦ୍ୱିପାକ୍ଷିକ ସମ୍ମିଳନୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଏହି ଶତାବ୍ଦୀର ତୃତୀୟ ଦଶନ୍ଧିରେ ଆରମ୍ଭରେ ପରସ୍ପର ସହ ସାକ୍ଷାତ କରୁଛେ। ଆପଣଙ୍କ  ନେତୃତ୍ୱ ଏହି ଦଶନ୍ଧି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଏବଂ ଭାରତ-ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଏହା  ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଶକ୍ତିଶାଳୀ କରିବ। 

ହ୍ୱାଇଟ ହାଉସରେ ପିଏମ ମୋଦିଙ୍କୁ ସ୍ୱାଗତ କରି ରାଷ୍ଟ୍ରପତି ବାଇଡେନ କହିଛନ୍ତି ଆମେରିକାରେ ୪ ମିଲିୟନ ଭାରତୀୟ ବଂଶୋଦଦ୍ଭବ ବସବାସ କରୁଛନ୍ତି। ଦୁଇ ଦେଶ ମଧ୍ୟରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେଉଛି। ଭାରତ-ଆମେରିକା ବିଶ୍ୱରେ ରହିଥିବା ସମସ୍ୟାର ସମାଧାନ କରିପାରିବେ। ଏହା ସହିତ ରାଷ୍ଟ୍ରପତି ବାଇଡେନ କୋରୋନା ମହାମାରୀର ମୁକାବିଲା କରିବାକୁ ପ୍ରତିଶୃତି ଦେଇଥିଲେ। ଜଳବାୟୁ ପରିବର୍ତ୍ତନ ଏବଂ ଭାରତ-ପ୍ରଶାନ୍ତ କ୍ଷେତ୍ର ପ୍ରସଙ୍ଗରେ ଆଲୋଚନା କରିଥିଲେ ଉଭୟ ଦେଶର ରାଷ୍ଟ୍ରମୁଖ୍ୟ। 

ବିଶ୍ୱର ଏହି ଦୁଇ ପ୍ରମୁଖ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ବୈଠକ ଏପରି ଏକ ସମୟରେ ଆୟୋଜିତ ହୋଇଛି ଯେତେବେଳେ ପରବର୍ତ୍ତୀ କୋରୋନା ଯୁଗରେ ଏର ନୂତନ ବିଶ୍ୱ ଆରମ୍ଭ ହେବାକୁ ଯାଉଛି। ଏଥିରୁ ସ୍ପଷ୍ଟ ଯେ ଉଭୟ ନେତାଙ୍କ ସହାୟକ ପାରସ୍ପରିକ ଆଲୋଚନା ପାଇଁ ଏକ ଦୃଢ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି। ଏହି ବୈଠକରେ ବିଭିନ୍ନ ବିଷୟରେ ଭାବର ଆଦାନ ପ୍ରଦାନ, ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କରେ ରହିଥିବା ବାଧାକୁ ଦୂର କରିବା, ବିବାଦୀୟ ସମସ୍ୟାର ସମାଧାନ, ପାରସ୍ପରିକ ସହ ଆନ୍ତର୍ଜାତିକ ସ୍ତରରେ ସହଯୋଗ ବୃଦ୍ଧି କରିବା ଭଳି ପ୍ରସଙ୍ଗରେ ଆଲୋଚନ ହୋଇଥିଲା। 

Trending news