• ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ଥିବା କଟକଣା ପ୍ରତ୍ୟାହାର
  • ଆବଶ୍ୟକ ନାହିଁ କୋରୋନା ଟେଷ୍ଟ ରିପୋର୍ଟ ଓ ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର
  • ଅଗଷ୍ଟ ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
  • ଶ୍ରେଣୀଗୃହ ଶିକ୍ଷାଦାନର ରେକର୍ଡିଂ ଅନୁପସ୍ଥିତ ଛାତ୍ରଙ୍କୁ ପଠାଯିବ
  • ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ SOP ଜାରି
  • ଅଲମ୍ପିକ ୨୦୨୦: ଆସାମର ୨୩ ବର୍ଷୀୟା ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ
  • ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ କ୍ରିକେଟ ଟକ୍କର
  • ଖୁବ୍‌ ଶୀଘ୍ର ବିରଞ୍ଚିଙ୍କ ବିରୋଧରେ ମାମଲା ରୁଜୁ କରିପାରେ ED
  • ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋରୋନାର ୪୨,୬୨୫ଟି ନୂଆ ମାମଲା ଚିହ୍ନଟ, ୫୬୨ ମୃତ
  • ରାଜ୍ୟରେ ଆଜି ୧୩୧୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ୬୬ ମୃତ

International Yoga Day 2021: ପ୍ରଧାନମନ୍ତ୍ରୀ ମୋଦି କହିଲେ ଏହି ବଡ଼ କଥା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ଚୁଆଲ ମଧ୍ୟମରେ ସମ୍ବୋଧନ କରିଛନ୍ତି। ସେ ଯୋଗକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିବା ସହ ଏକ ମୋବାଇଲ୍ ଆପ୍ ଆଣିବାକୁ ଘୋଷଣା କରିଛନ୍ତି।

International Yoga Day 2021: ପ୍ରଧାନମନ୍ତ୍ରୀ ମୋଦି କହିଲେ ଏହି ବଡ଼ କଥା
International Yoga Day 2021: ପ୍ରଧାନମନ୍ତ୍ରୀ ମୋଦି କହିଲେ ଏହି ବଡ଼ କଥା

ନୂଆଦିଲ୍ଲୀ: ଆଜି ବିଶ୍ୱର ୧୯୦ଟି ଦେଶରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ଏଲୋରା, ଶାନ୍ତିସ୍ତୁପ, ତାଜମହଲ ପରି ଦେଶର ୭୫ଟି ସାଂସ୍କୃତିକ ଐତିହ୍ୟରେ ବି ଯୋଗ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ଚୁଆଲ ମଧ୍ୟମରେ ସମ୍ବୋଧନ କରିଛନ୍ତି। ସେ ଯୋଗକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିବା ସହ ଏକ ମୋବାଇଲ୍ ଆପ୍ ଆଣିବାକୁ ଘୋଷଣା କରିଛନ୍ତି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାଷଣରେ କହିଛନ୍ତି, 'ଆଜି ଯେତେବେଳେ ସମଗ୍ର ବିଶ୍ୱ COVID-19 ବିରୋଧରେ ଲଢୁଛି। ମହାମାରୀ, ଯୋଗ ଆଶାର କିରଣ ପାଲଟିଛି। ଦୁଇ ବର୍ଷ ହେଲା ଭାରତ କିମ୍ବା ବିଶ୍ୱରେ କୌଣସି ସାଧାରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇନାହିଁ। କିନ୍ତୁ ଯୋଗ ପ୍ରତି ଉତ୍ସାହ ମଧ୍ୟ କମିନାହିଁ। ଏହି ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ‘Yoga For Wellness’ ଥିମ୍ ଲୋକମାନଙ୍କୁ ଯୋଗ କରିବା ପାଇଁ ଅଧିକ ଉତ୍ସାହିତ କରିଛି। ମୁଁ ପ୍ରାର୍ଥନା କରୁଛି ଯେ, ପ୍ରତ୍ୟେକ ଦେଶ, ଅଞ୍ଚଳ ଏବଂ ଲୋକମାନେ ସୁସ୍ଥ ରୁହନ୍ତୁ।'

Also Read: International Yoga Day 2021: କୋରୋନା କାଳରେ ବଢିଲା ଯୋଗର ମହତ୍ୱ, ଆଜି ବିଶ୍ୱର ୧୯୦ ଦେଶ କରୁଛନ୍ତି ପାଳନ

'ଆଜି ଚିକିତ୍ସା ବିଜ୍ଞାନ ମଧ୍ୟ ଯୋଗର ଆରୋଗ୍ୟ ପ୍ରକ୍ରିୟା ଉପରେ ବିଶ୍ୱସ କରିଛି। ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରମାନେ ଯୋଗକୁ ଅସ୍ତ୍ରଶସ୍ତ୍ର ଭାବରେ ବ୍ୟବହାର କରିଛନ୍ତି। ଡାକ୍ତର, ନର୍ସ ଏପରି କି ରୋଗୀମାନେ ମଧ୍ୟ ଅନୁଲମ ବିଲୋମ ପରି ପ୍ରାଣାୟାମ କରୁଥିବାର ଅନେକ ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ଆନ୍ତର୍ଜାତୀୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ବ୍ୟାୟାମଗୁଡିକ ଶ୍ୱାସକ୍ରିୟାକୁ ମଜବୁତ କରିଥାଏ।' ବୋଲି ପ୍ରଧାନମନ୍ତ୍ରୀ (PM Modi) ତାଙ୍କ ସମ୍ବୋଧନରେ କହିଛନ୍ତି। 

ଏହା ବ୍ୟତୀତ ସେ କହିଛନ୍ତି, 'WHOର ସହଯୋଗରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ବର୍ତ୍ତମାନ M-Yoga app ଉପଲବ୍ଧ ହେବ। ସେଠାରେ ସାରା ବିଶ୍ୱର ଲୋକଙ୍କ ପାଇଁ ବିଭିନ୍ନ ଭାଷାରେ ଯୋଗ ତାଲିମ ଭିଡିଓ ରହିବ। ଏହା ଆମ 'One World, One Health' ଉଦ୍ଦେଶ୍ୟ ପୂରଣ କରିବାରେ ଆମକୁ ସାହାଯ୍ୟ କରିବ।'