Advertisement
Article Detail0/zeeodisha/odisha776593
Zee OdishaOdisha National-Internationalଜାତୀୟ ଏକତା ଦିବସ: ରାଗି ଗଲେ ମୋଦି, ବିରୋଧିଙ୍କୁ କହିଲେ ଏପରି

ଜାତୀୟ ଏକତା ଦିବସ: ରାଗି ଗଲେ ମୋଦି, ବିରୋଧିଙ୍କୁ କହିଲେ ଏପରି

ପୁଲୱାମା ହମଲାକୁ ନେଇ ବିରୋଧିଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି। ଗୁଜୁରାଟ କେଭାଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ନିଜର ଉଗ୍ରରୂପ ଦେଖାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦି

ଗାନ୍ଧିନଗର: ପୁଲୱାମା ଘାଆରେ ଲୁଣ ଲଗାଇଛି ପାକିସ୍ତାନ। ଯାହା ବିରୋଧିଙ୍କ ଉପରେ ବର୍ଷିବାକୁ ମୋଦି ସରକାରଙ୍କୁ ଭରପୁର ମଉକା ଦେଇଛି। ଏହାର ସୁଯୋଗ ନେଇ ଆଜି ଗୁଜୁରାଟରୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ପୁଲୱାମା ଆକ୍ରମଣକୁ ନେଇ ରାଜନୀତି କରୁଥିବା ଲୋକଙ୍କୁ ଜୋରଦାର ହମଲା କରିଛନ୍ତି।

ଆଜି ଜାତୀୟ ଏକତା ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୫ତମ ଜୟନ୍ତୀ। ଏହି ଅବସରରେ ଷ୍ଟ୍ୟାଟୁ ଅଫ ୟୁନିଟି ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି, ପାକିସ୍ତାନର ବନ୍ଧୁକ ନଳୀକୁ ବିରୋଧିଙ୍କ ଅଡକୁ ମୋଡି ଦେଇଛନ୍ତି।

ପ୍ରଧାମନ୍ତ୍ରୀ କହିଛନ୍ତି ଯେ, ପୁଲୱାମା ହମଲାକୁ ନେଇ କିଛି ରାଜନୈତିକ ଦଳ ରାଜନୈତିକ ସ୍ୱାର୍ଥ୍ୟ ହାସଲ ପାଇଁ ହୀନ ରାଜନୀତି କରିଛନ୍ତି। ଅହଙ୍କାରୀ ମାନେ ସେତେବେଳେ କେମିତି କେମିତି ବୟାନ ଦେଇଥିଲେ। ଶହୀଦ ବୀର ଜବାନଙ୍କୁ ଦେଖି ମୁଁ ବିବାଦରୁ ବାହାରେ ଥିଲେ। କିନ୍ତୁ ପଡୋଶୀ ଦେଶର ସଂସଦ ସେମାନଙ୍କ ଅସଲ ମୁଖା ଖୋଲିଛି।

Add Zee News as a Preferred Source

ଏହି ଉଦ୍ଭୋଦନ ଦେଲା ବେଳେ ପ୍ରଧାମନ୍ତ୍ରୀଙ୍କ ମୁଖମଣ୍ଡଳରେ କ୍ରୋଧ ଦେଖିବାକୁ ମିଳିଥିଲା। ସେ କହିଥିଲେ, ଦେଶର ସ୍ୱାଭୀମାନ, ସୁରକ୍ଷା ଓ ଏକତାକୁ ରକ୍ଷା କରିବା ପାଇଁ ବିରୋଧି ଦୟାପୂର୍ବକ ଏଭଳି ହୀନ ରାଜନୀତି ନ କରନ୍ତୁ। ଜାଣତ ଅଜାଣତରେ ଦେଶ ବିରୋଧୀ ଶକ୍ତିର ମୋହରା ହୋଇ ନା ନିଜର ବିକାଶ କରିବା ପାରିବେ ନା ଦଳର।

ସୂଚନାଯୋଗ୍ୟ, ନିକଟରେ ପାକିସ୍ତାନ ସଂସଦରେ ପୁଲୱାମା ହମଲାକୁ ନେଇ ଏକ ବଡ ଖୁଲାସା ହୋଇଛି। ଆକ୍ରମଣ ପଛରେ ଇସ୍ଲାମାବାଦର ହାତ ଥିବା ପାକ୍ ମନ୍ତ୍ରୀ ଫୱାଦ ଚୈଧୂରୀ ସ୍ୱୀକାର କରିଛନ୍ତି। ସେ କହିଥିଲେ ଯେ, ଆମେ ଭାରତର ଘରେ ପଶି ଆକ୍ରମଣ କରିଛୁ। ପୁଲୱାମାରେ ଏହା ସଫଳ ହୋଇଛି।

 

 

 

 

 

 

 

About the Author