• ବଦଳିଲେ BMC କମିସନର ପ୍ରେମଚନ୍ଦ୍ର ଚୌଧୁରୀ
  • ୧୯୯୭ ବ୍ୟାଚ୍ IAS ସଞ୍ଜୟ କୁମାର ସିଂ ହେଲେ BMC କମିଶନର
  • ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ଦାୟିତ୍ବ
  • BMC ପକ୍ଷରୁ ଆରମ୍ଭ ହେଲା ଡ୍ରାଇଭ ଇନ୍ ଟେଷ୍ଟିଂ
  • ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ୪୮ ହଜାର ୪୨୧
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୦୫ ଜଣଙ୍କ ଜୀବନ
  • ରାଜ୍ୟରେ ଆଜି ୧୭ ଜଣଙ୍କ ମୁଣ୍ଡ ନେଲା କୋରୋନା
  • ରାଜ୍ୟରେ ଆଜି ୧୦ ହଜାର ୯୮୨ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଆଜିଠୁ ତେଲଙ୍ଗାନାରେ ୧୦ ଦିନିଆ ଲକ୍‌ଡାଉନ୍
  • ସାଧୁସନ୍ଥ, ଭିକାରୀ, କଏଦୀ ଓ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ହେବ ଟିକାକରଣ

'ମିଛ କହିବାରେ Rahul Gandhi Gold, Silver, Bronze ପଦକ ବିଜେତା'

ମତ୍ସ୍ୟପାଳନ ମନ୍ତ୍ରଣାଳୟ ଖୋଲିବା ନେଇ ରାହୁଲ ଗାନ୍ଧୀ ରଖିଥିବା ବୟାନ ଉପରେ ଜବାବ ରଖିଛନ୍ତି ପିଏମ ମୋଦି। 

'ମିଛ କହିବାରେ Rahul Gandhi Gold, Silver, Bronze ପଦକ ବିଜେତା'

ପୁଦୁଚେରୀ: ଗୁରୁବାର ଗସ୍ତ ଅବସରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ପୁଦୁଚେରୀ ଠାରେ ବିଭିନ୍ନ ବିକାଶ ପରିଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କର 'ଉତ୍ତର-ଦକ୍ଷିଣ ଭାରତ' ବୟାନକୁ ନେଇ ଟାର୍ଗେଟ କରିଛନ୍ତି। 
 
କଂଗ୍ରେସ ଉଦ୍ଦେଶ୍ୟରେ କଟାକ୍ଷ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ସେମାନଙ୍କ ନୀତି ହେଉଛି ବାଣ୍ଟିବା, ମିଛ କହି କ୍ଷମତା ହାସଲ କରିବା। କଂଗ୍ରେସ ଅନ୍ୟମାନଙ୍କୁ ସବୁ ବେଳେ ଗଣତନ୍ତ୍ର ବିରୋଧି ଭାବେ ଦର୍ଶାଇବା କେତେବେଳେ ସୁଯୋଗ ଛାଡିନଥାଏ। ତାଙ୍କୁ ସ୍ପଷ୍ଟ ଭାବେ ଦେଖିବାର ଆବଶ୍ୟକତା ରହିଛି। ସେମାନେ ସବୁ ପ୍ରକାରେ ଗଣତନ୍ତ୍ରର ଅପମାନ କରିଛନ୍ତି। ପୁଦୁଚେରୀରେ ପଞ୍ଚାୟତ ନିର୍ବାଚନ କରିବାକୁ ସେମାନେ ମନା କରିଥିଲେ। ଆମକୁ ଶାସନ କରିଥିବା ଉପନିବେଶ ଶାସକ ବିଭାଜନକାରୀ ନୀତି ଆପଣାଇଥିଲେ। ବର୍ତ୍ତମାନ କଂଗ୍ରେସ ମିଛ କହି ଲୋକଙ୍କ ମଧ୍ୟରେ ଫାଟ ସୃଷ୍ଟି କରି କ୍ଷମତା ହାସଲ କରିଛି। ସେମାନେ ମିଛ କହିବାରେ ସ୍ୱର୍ଣ୍ଣ, ରୌପ୍ୟ, ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।    

Also Read: ପୁଡୁଚେରୀରେ ରାହୁଲ-ମୋଦି: ମତ୍ସ୍ୟପାଳନ ବିଭାଗ ପାଇଁ କହିଲେ ରାହୁଲ, ମୁଁ ଅବିଭୁତ କହି ମୋଦିଙ୍କ କଟାକ୍ଷ

ମତ୍ସ୍ୟପାଳନ ମନ୍ତ୍ରଣାଳୟ ଖୋଲିବା ନେଇ ରାହୁଲ ଗାନ୍ଧୀ (Rahul Gandhi) ରଖିଥିବା ବୟାନ ଉପରେ ଜବାବ ରଖିଛନ୍ତି ପିଏମ ମୋଦି। ଏକଥା ଶୁଣି ମୁଁ ଆଶ୍ଚର୍ଯ୍ୟ ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାର ୨୦୧୯ ମେ ମାସରେ ପୁନର୍ବାର କେନ୍ଦ୍ରରେ ସରକାର ଗଠନ କରିବା ପରେ ସ୍ୱତନ୍ତ୍ର ଭାବେ ମତ୍ସ୍ୟପାଳନ ମନ୍ତ୍ରଣାଳୟ ଖୋଲିଥିଲା। 

Also Read: ହାତରୁ ଖସିଗଲା ପୁଡୁଚେରୀ, ଏହା ପରେ କିଏ?

ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ପୁଦୁଚେରୀ ଆତ୍ମା ହେଉଛି ଏଠାକାର ସମୁଦ୍ରକୂଳ। ସାଗରମାଲା ଯୋଜନା ଅଧିନରେ ପୁଦୁଚେରୀ ବନ୍ଦର ବିକାଶର ମୂଳଦୁଆ ପକାଇବାକୁ ନେଇ ମୁଁ ଗୌରବାନ୍ୱିତ। ଏଠାକାର ଶିଳ୍ପ ଏବଂ ପର୍ଯ୍ୟଟନ ବିକାଶ ପାଇଁ ଅନେକ ସମ୍ଭାବନା ରହିଛି ଯାହା ଅନେକ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଗ୍ରାମାଞ୍ଚଳ ଏବଂ ଉପକୂଳ ଯୋଗଯୋଗକୁ ସୁଦୃଋ କରିବା ପାଇଁ ଭାରତ ସରକାର ଅନେକ ଉଦ୍ୟମ କରିଛନ୍ତି। ଏହା ମାଧ୍ୟମରେ କୃଷି କ୍ଷେତ୍ର ଉପକୃତ ହେବ। କୃଷକମାନେ ସେମାନଙ୍କ ଉତ୍ପାଦ ପାଇଁ ଭଲ ବଜାର ପାଇବେ।

Also Read: Fish Farming: ରାହୁଲ ଗାନ୍ଧୀଙ୍କୁ ବିଦେଶୀ ଭାଷାରେ ଜବାବ ଦେଲେ ଗିରିରାଜ ସିଂହ

ଭାରତର ବିକାଶ ଆବଶ୍ୟକତା ପୂରଣ କରିବା ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଆବଶ୍ୟକ। ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ୪୫ନଂ ଜାତୀୟ ରାଜପଥକୁ ୪ ଲେନ କରିବା ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଯାହା ଦ୍ୱାରା ଆର୍ଥିକ କାର୍ଯ୍ୟକଳାପର ଗତି ବୃଦ୍ଧି ହେବ। ଆମେ ଉଦଘାଟନ କରୁଥିବା ବିଭିନ୍ନ କାର୍ଯ୍ୟ ପୁଦୁଚେରୀ ଲୋକଙ୍କ ଜୀବନରେ ଉନ୍ନତି ଆଣିବ।