Advertisement
Article Detail0/zeeodisha/odisha715761
Zee OdishaOdisha National-Internationalଇଣ୍ଡିଆ ଆଇଡିଆଜ ସମିଟକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଇଣ୍ଡିଆ ଆଇଡିଆଜ ସମିଟକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Narendra Modi) ଆଜି ଇଣ୍ଡିଆ ଆଇଡିଆଜ ସମିଟକୁ ସମ୍ବୋଦ୍ଧିତ କରିବେ। ଭାରତୀୟ ସମୟ ରାତି ପ୍ରାୟ ସାଢେ ୮ଟା ସମୟରେ ଏହି ଅନ୍ତର୍ଜାତୀୟ ମଞ୍ଚକୁ ସମ୍ବୋଧିତ କରିବେ। ତେବେ ଏହି ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ବୋଧନକୁ ସମଗ୍ର ବିଶ୍ୱର ନଜର ରହିଛି। 

ଇଣ୍ଡିଆ ଆଇଡିଆଜ ସମିଟକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Narendra Modi) ଆଜି ଇଣ୍ଡିଆ ଆଇଡିଆଜ ସମିଟକୁ ସମ୍ବୋଦ୍ଧିତ କରିବେ। ଭାରତୀୟ ସମୟ ରାତି ପ୍ରାୟ ସାଢେ ୮ଟା ସମୟରେ ଏହି ଅନ୍ତର୍ଜାତୀୟ ମଞ୍ଚକୁ ସମ୍ବୋଧିତ କରିବେ। ତେବେ ଏହି ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ବୋଧନକୁ ସମଗ୍ର ବିଶ୍ୱର ନଜର ରହିଛି। ଏହି ସମ୍ମିଳନୀକୁ ଆମେରିକା-ଭାରତ ବ୍ୟବସାୟ କାରବାର ପରିଷଦ(USIBC) ଆୟୋଜନ କରୁଛି। ଏକ ଉନ୍ନତ ଭବିଷ୍ୟତ ନିର୍ମାଣ ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ରହିଛି। ଏହି ସମ୍ମିଳନୀରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟ ଓ ସହଯୋଗ ଉପରେ ଆଲୋଚନା ହେବାର ଯୋଜନା ରହିଛି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ଼-୧୯ ପରେ ଏହି ଦୁଇ ରାଷ୍ଟ୍ରର ସମ୍ପର୍କକୁ ନେଇ ବିଶ୍ୱର ପ୍ରମୁଖ ରାଷ୍ଟ୍ରର ପ୍ରତିନିଧିମାନେ ସମ୍ବୋଦ୍ଧିତ କରିବେ। ସେମାନଙ୍କର ସମ୍ବୋଧନ ଭାରତୀୟ ସମୟ ସନ୍ଧ୍ୟା ସାଢେ ୮ ସମୟରେ ହେବ। ଏଠାରେ କହି ରଖୁ କି, ଏହି ସମ୍ମିଳନୀର ପ୍ରମୁଖ ଭାଗୀଦାରୀ ହେଉଛନ୍ତି ଆମେରିକା ଓ ଭାରତ। USIBC କହିଛି ଯେ, ଦୁଇ ରାଷ୍ଟ୍ରର ପ୍ରମୁଥ ନେତୃବୃନ୍ଦ ଓ ଶୀର୍ଷ ଅଧିକାରୀ ଏକ ସଙ୍ଗେ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି। 

ଏହି ସମ୍ମିଳନୀରେ ଆମେରିକାର ବରିଷ୍ଠ ଏବଂ ଭାରତୀୟ କମ୍ପାନୀର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗଦେବେ। ଏହି କାର୍ଯ୍ୟନିର୍ବାହୀମାନଙ୍କ ମଧ୍ୟରେ 'ଲକହିଡ଼ ମାର୍ଟିନ୍ କର୍ପୋରେସନ୍'ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏବଂ USIBC ର ୨୦୨୦ ଗ୍ଲୋବାଲ୍ ଲିଡରସିପ୍ ପୁରସ୍କାର ପ୍ରାପ୍ତ ଟାଟା ସନ୍ସର ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ ଅନ୍ତର୍ଭୁକ୍ତ।

Add Zee News as a Preferred Source

ଚଳିତ ବର୍ଷର ଏହି ସମ୍ମିଳନୀକୁ ସମ୍ବୋଧିତ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ, ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ, ଆମେରିକାର ସ୍ୱାସ୍ଥ୍ୟ ଏବଂ ମାନବ ସେବା ବିଭାଗର ଉପମନ୍ତ୍ରୀ ଏରିକ ହେଗେନ ଅଛନ୍ତି। ହାଗାନ୍, ଭର୍ଜିନିଆ ସିନେଟର ମାର୍କ ୱାର୍ନର, କାଲିଫର୍ନିଆର ଆମେରିକାର ପ୍ରତିନିଧି ଆମି ବେରା, ରାଷ୍ଟ୍ରଦୂତ କେନେଥ ଜଷ୍ଟର ଏବଂ ଅନ୍ୟମାନେ। USIBC କହିଛି, ଆମେରିକା-ଭାରତ ସହଭାଗୀତା ବୃଦ୍ଧି ପାଇଁ USIBC ୪୫ ବର୍ଷର କାର୍ଯ୍ୟକୁ ପାଳନ କରୁଛି।

About the Author