• ଓଡ଼ିଆ ଅଫିସର୍ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଉପମୁଖ୍ୟ
  • ବାଣୀବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
  • ଦିନକ ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଛି କରୋନା ଟିକାକରଣ
  • ରାଜଧାନୀର କିଡନୀ କେଳେଙ୍କାରୀ ମାମଲାରେ ଘରୋଇ ହସ୍ପିଟାଲର କର୍ମଚାରୀ
  • କେନ୍ଦୁଝରରେ ଗାଡି ଉପରକୁ ଆକ୍ରମଣ ଘଟଣାରେ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି
  • କୋଲକାତାରେ ହଙ୍ଗାମା, ବିଜେପି ରାଲିରେ ପଥରମାଡ
  • ବ୍ରିସବେନ ଟେଷ୍ଟରେ ଭାରତକୁ ୩୨୮ ରନର ବିଜୟ ଲକ୍ଷ୍ୟ
  • ଚାଷୀଙ୍କ ଟ୍ରାକ୍ଟର ପରେଡ୍ ନେଇ ଆସନ୍ତା ବୁଧବାର ଶୁଣାଣି କରିବେ ସୁପ୍ରିମକୋର୍ଟ

ବାରଣାସୀରେ 'ଦେବ ଦିପାବଳୀ' ପାଳିବେ ପିଏମ ମୋଦି, ଜାଣନ୍ତୁ ଜଳିବ କେତେ ଦୀପ

ଦେବ ଦୀପାବଳୀ ଅବସରରେ ୧୫ ଲକ୍ଷ ଦୀପ ପ୍ରଜ୍ୱଳିତ କରିବାକୁ ନିଷ୍ପତ୍ତି ନେଇଛି ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ।

ବାରଣାସୀରେ 'ଦେବ ଦିପାବଳୀ' ପାଳିବେ ପିଏମ ମୋଦି, ଜାଣନ୍ତୁ ଜଳିବ କେତେ ଦୀପ

ପ୍ରକାଶ ପରିଡାନୂଆଦିଲ୍ଲୀ: ଆସନ୍ତା ସୋମବାର ପଡୁଥିବା କାର୍ତ୍ତିକ ପୂର୍ଣ୍ଣମୀରେ (Kartik Purnima)ଧାର୍ମିକ ନଗରୀ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ (PM Modi)ସଂସଦୀୟକ୍ଷେତ୍ର ବାରଣାସୀ (Varnasi)ଠାରେ ପାଳନ ହେବାକୁ ଯାଉଛି ଦେବ ଦିପାବଳୀ (Dev Deepawali)। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଖୋଦ ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi)। 

ଏନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦେବ ଦିପାବଳୀ ଅବସରରେ ବାରାଣସୀ ଘାଟରେ ୧୫ ଲକ୍ଷ ଦୀପ ପ୍ରଜ୍ୱଳନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାସହିତ ବାରାଣସୀର ୮୪ ଘାଟରେ ଆଲୋକୀକରଣ ସହରର ସୌନ୍ଦର୍ଯ୍ୟକୁ ବଢାଇଦେଇଛି।

ଦେବ ଦୀପାବଳୀରେ ୩୦ ନଭେମ୍ବରରେ ଆଲୋକିତ ହେବ ବାରାଣସୀର କୋଣ ଅନୁକୋଣ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦେବ ଦୀପାବଳୀ ଅବସରରେ ୧୫ ଲକ୍ଷ ଦୀପ ପ୍ରଜ୍ୱଳିତ କରାଯିବ। ଏହାବ୍ୟତୀତ ୧୫ ଘାଟରେ ଆୟୋଜନ ହେବାକୁ ଯାଉଛି ସାଂସ୍କୃତିକ କାର୍ଯ୍ୟକ୍ରମ। ନିଷାଦରାଜ ଘାଟରେ ଘୁମର ଓ ଚରୀ ଲୋକନୃତ୍ୟ ସହ ମହାନିର୍ବାଣୀ ଘାଟରେ ଦେଖିବାକୁ ମିଳିବ ଦାଣ୍ଡିଆ ନୃତ୍ୟର ଝଲକ। 

ସେହିପରି ପ୍ରାଚୀନ ହନୁମାନ ଘାଟରେ ମଧ୍ୟ ଲୋକନୃତ୍ୟ ପ୍ରଦର୍ଶିତ ହେବ। ପାଣ୍ଡେୟ ଘାଟରେ କଥକ ନୃତ୍ୟ ପ୍ରଦର୍ଶନ ପାଇଁ ମଧ୍ୟ ପ୍ରସ୍ତୁତି ହୋଇଛି। କାଶୀରେ ଦେବ ଦିପାବଳୀ ପାଳନ ନେଇ ରହିଛି ସ୍ୱତନ୍ତ୍ର ମାନ୍ୟତା। ଏହି ଦିନ ଭଗବାନ ଶିବ ଶଙ୍କର ତ୍ରିପୁରାସୁର ରାକ୍ଷସକୁ ବଦ୍ଧ କରିଥିଲେ ଏବଂ ଏହି ଦିବସରେ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଗ୍ରହଣ କରିଥିଲେ।

ଦେବ ଦିପାବଳୀ ପାଇଁ କାଶୀରେ ଭବ୍ୟ ଆୟୋଜନ ହୋଇଛି। କାର୍ଯ୍ୟକ୍ରମ ଆୟୋଜନ ସହ ସୁରକ୍ଷା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ସୋମବାର ପ୍ରଧାନମନ୍ତ୍ରୀ ମୋଦି କାଶୀର ଦୁଇଟି ସ୍ଥାନରେ ଜନସଭାକୁ ସମ୍ବୋଧନ କରିବା ସହ ଜାହ୍ନବୀ କୂଳରେ ଅର୍ଦ୍ଧ ଚନ୍ଦ୍ରାକାର ଘାଟରେ ଦୀପୋତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।