ଦେଶରେ ୨ ମାସରୁ ଅଧିକ ସମୟ ଧରି ଜାରି ରହିଥିବା ଏହି ଲକଡାଉନକୁ ବର୍ତ୍ତମାନ କୋହଳ କରାଯାଉଛି । ଅନ୍ୟପଟେ କୋରୋନା ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ଘଟୁଛି ।
Trending Photos
)
ନୂଆଦିଲ୍ଲୀ: କୋରୋନା ଭାଇରସ କ୍ରମାଗତ ଦ୍ରୁତଗତିରେ କାୟା ବିସ୍ତାର କରି ଚାଲିଛି । ସମଗ୍ର ବିଶ୍ୱ ସମେତ ଭାରତରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ କୋରୋନା ସଂକ୍ରମିତଙ୍କ ମାମଲା ସାମ୍ନାକୁ ଆସୁଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଦେଶର କୋରୋନା ଭାଇରସ ସଙ୍କଟ ବିଷୟରେ ଆଲୋଚନା କରିବେ ।
ଦେଶରେ ୨ ମାସରୁ ଅଧିକ ସମୟ ଧରି ଜାରି ରହିଥିବା ଏହି ଲକଡାଉନକୁ ବର୍ତ୍ତମାନ କୋହଳ କରାଯାଉଛି । ଅନ୍ୟପଟେ କୋରୋନା ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ଘଟୁଛି । ଯାହା ମୋଦି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସୂଚନାନୁସାରେ, ଏହି ବୈଠକ ଜୁନ୍ ୧୬ ଓ ୧୭ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ ।
ଅନ୍ୟପକ୍ଷେ ଦେଶରେ ପ୍ରତିଦିନ ପ୍ରାୟ ୧୦,୦୦୦ ନୂଆ କୋରୋନା ଭାଇରସ୍ ମାମଲା ସାମ୍ନାକୁ ଆସୁଛି । ଯାହା ଫଳରେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଛି । ଏହି ମହାମାରୀ ଭୂତାଣୁ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ସରକାରୀ ଆକଳନ ଅନୁଯାୟୀ ଏହି ଭୂତାଣୁ ସଂକ୍ରମଣ ହେତୁ ଦେଶରେ ପ୍ରାୟ ୮୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ।