)
ନୂଆଦିଲ୍ଲୀ: ପୁଣିଥରେ ଦେଶକୁ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ସକାଳ ୯ଟାରେ ଏକ ଛୋଟ ଭିଡିଓ ମାଧ୍ୟମରେ ଦେଶବାସୀଙ୍କୁ ସମ୍ୱୋଧନ କରିବେ ବୋଲି କହିଛନ୍ତି ପିଏମ ମୋଦି । ଏହାର ସୂଚନା ସେ ଟ୍ୱିଟର ମାଧ୍ୟମରେ ଦେଇଛନ୍ତି । ଦେଶରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ଭିଡିଓ ମେସେଜଟା ହୋଇପାରେ ବୋଲି ଅନୁମାନ କରାଯାଉଛି ।
At 9 AM tomorrow morning, I’ll share a small video message with my fellow Indians.
कल सुबह 9 बजे देशवासियों के साथ मैं एक वीडियो संदेश साझा करूंगा।
— Narendra Modi (@narendramodi) April 2, 2020
ଅନ୍ୟପକ୍ଷେ ଆଜି ଅର୍ଥାତ ଗୁରୁବାର ପିଏମ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋରୋନା ମୁକାବିଲାକୁ ନେଇ ବୈଠକ କରିଥିଲେ । ଏହା ବ୍ୟତୀତ ସେ ଉଦ୍ୟୋଗପତି, ମିଡିଆ ଜଗତର ପ୍ରମୁଖଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କାୟା ନାୟଡୁ ସମସ୍ତ ରାଜ୍ୟର ରାଜ୍ୟପାଳ, ଉପରାଜ୍ୟପାଳ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋରୋନା ଉପରେ ଆଲୋଚନା କରିବେ ।
ଏହାପୂର୍ବରୁ ପ୍ରଧାମମନ୍ତ୍ରୀ ଦେଶବାସୀଙ୍କୁ ସମ୍ୱୋଧିତ କରି କୋରୋନା ମୁକାବିଲା ପାଇଁ ଦେଶରେ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଥିଲେ । ଏହାସହ ସେ ଲୋକଙ୍କୁ ଘରରୁ ନ ବାହାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ୧୪ ତାରିଖରେ ଲକ୍ ଡାଉନର ଅବଧି ଶେଷ ହେଉଛି ।