)
PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁର ଗସ୍ତରେ ଯାଉଛନ୍ତି। ଆଜିଠୁ ୨ ଦିନିଆ ଗସ୍ତରେ ପିଏମ ମଣିପୁର ସହ ମିଜୋରାମ, ଆସାମ, ପଶ୍ଚିମବଙ୍ଗ ଓ ବିହାରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ୨୦୨୩ କୁକି ମୈତେଇ ହିଂସା ପରେ ଏହା ମୋଦୀଙ୍କ ପ୍ରଥମ ଗସ୍ତ ଏହି ଅବସରରେ ସେ ରାଜ୍ୟକୁ ୮,୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଦେବେ। । ମେ ୨୦୨୩ ପରଠାରୁ ମଣିପୁରରେ ହିଂସାକାଣ୍ଡରେ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ।
ଏହାସହିତ ଇମ୍ପାଲ ପିସ୍ ଗ୍ରାଉଣ୍ଡରେ ସାଧାରଣ ସଭାକୁ ସମ୍ବୋଧନ କରିବେ ପିଏମ ମୋଦି । ସେହିପରି ପିଏମ ମୋଦି ମିଜୋରାମରେ ଭୈରବୀ-ସୈରଙ୍ଗ ରେଳ ପ୍ରକଳ୍ପର ଉଦଘାଟନ କରିବେ । ଏହି ଗୁରୁତ୍ବପୂର୍ଣ୍ଣ ୫୧ କିଲୋମିଟ ଦୀର୍ଘ ପ୍ରକଳ୍ପରେ ୪୫ଟି ଟନେଲ ଓ ୪୫ଟି ବ୍ରିଜ ନିର୍ମାଣ ହୋଇଛି । ଉଦଘାଟନ ପରେ ଆଜିଠାରୁ ଏହି ରେଳ ଲାଇନରେ ୩ଟି ରେଳ ଯାତାୟତ କରିବ ।ସେପଟେ ପିଏମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟର କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨ ଦିନ ପୂର୍ବରୁ ଇମ୍ପାଲରେ ପହଞ୍ଚି ନର୍ଥ-ଇଷ୍ଟ ବିଜେପି ପ୍ରଭାରୀ ସମ୍ବିତ ପାତ୍ର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଥିଲେ । ପ୍ରଧାନମନ୍ତ୍ରୀ ରାଜ୍ୟକୁ ବଡ଼ ଉପହାର ଦେବାକୁ ଯାଉଛନ୍ତି ବୋଲି କହିଛନ୍ତି ମଣିପୁର ବିଜେପି ସଭାପତି ଏ ସାରଦା ।