ଦୀର୍ଘ ୮୩ ଦିନ ପରେ ପ୍ରଥମ ଥର ପାଇଁ ଦିଲ୍ଲୀରୁ ବାହାରକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ।
Trending Photos
ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗ ଓ ଓଡ଼ିଶା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା 'ଅମ୍ଫାନ' ଦ୍ୱାରା ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରୁ ବୁଲି ଦେଖିବେ । ଏହାସହ ରାଜ୍ୟ ସରକାରଙ୍କ ସହ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା କରିବେ । ଦୀର୍ଘ ୮୩ ଦିନ ପରେ ପ୍ରଥମ ଥର ପାଇଁ ଦିଲ୍ଲୀରୁ ବାହାରକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ।
Prime Minister Narendra Modi leaves from Delhi for West Bengal to take stock of the situation in the wake of #CycloneAmphan. He will conduct aerial surveys and take part in review meetings later today. PM Modi will also visit Odisha later today. pic.twitter.com/J6GC7vrMJP
— ANI (@ANI) May 22, 2020
ବାତ୍ୟାଞ୍ଚଳ ସମୀକ୍ଷା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ହେବେ ସାମିଲ
'ଅମ୍ଫାନ' ପ୍ରଭାବରେ ପଶ୍ଚିମବଙ୍ଗରେ ୧୬୦ରୁ ୧୮୦ କିଲୋମିଟର ବେଗରେ ପବନ ବହିଥିଲା । ଫଳରେ ପଶ୍ଚିମବଙ୍ଗର ବହୁ ଧନଜୀବନ ହାନି ହୋଇଛି । ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେହିପରି ୧ଲକ୍ଷ କୋଟିରୁ ଅଧିକ ଟଙ୍କାର ସମ୍ପତି ନଷ୍ଠ ହୋଇଛି । କୁହାଯାଉଛି, ୨୮୩ ବର୍ଷ ପରେ ପଶ୍ଚିମବଙ୍ଗ ସାମ୍ନା କରିଛି ଏପ୍ରକାର ବାତ୍ୟା । ତେବେ ଆଜି ବାତ୍ୟାଞ୍ଚଳ ପରିଦର୍ଶନ ପାଇଁ ସକାଳ ୧୦.୩୦ରେ କୋଲକତା ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଆଉ ଏହା ପରେ ମୋଦି-ମମତା ହେଲିକପ୍ଟର ଯୋଗେ କୋଲକତା ସମେତ ଉତ୍ତର ଓ ଦକ୍ଷିଣ ୨୪ ପରଗନାର ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ । ପରେ ଓଡ଼ିଶା ଆସିବେ ।
ମୋଦିଙ୍କୁ ଆସିବାକୁ ଅପିଲ କରିଥିଲେ ମମତା
ଗତକାଲି(ଗୁରୁବାର) ସମ୍ବାଦିକ ସମ୍ମିଳନୀରେ ବାତ୍ୟାଞ୍ଚଳ ପରିଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଅସନ୍ତୁ ବୋଲି ଅପିଲ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଆଉ ଏହାର କିଛି ସମୟ ପରେ ହିଁ ମମତାଙ୍କ ଅପିଲକୁ ଗ୍ରହଣ କରି ଗସ୍ତ ନେଇ ନିଷ୍ପତ୍ତି ନେଇଥିଲେ ପ୍ରଧାନମନ୍ତ୍ରୀ ।