ଆପଣଙ୍କୁ କହି ରଖୁଛୁ ଯେ, ଜୁନ୍ ୧୫-୧୬ ମଧ୍ୟ ରାତ୍ରିରେ ଲଦାଖର ଗଲୱାନ୍ ଘାଟିରେ ଭାରତ ଓ ଚୀନ ସୈନିକ ମୁହାଁମୁହିଁ ହୋଇଥିଲେ । ଏଥିରେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ ।
Trending Photos
)
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଆସନ୍ତାକାଲି ଅପରାହ୍ନ ୪ଟାରେ କୋରୋନା ଭାଇରସ ଓ ଚୀନ୍ ସହ ବିବାଦ ମଧ୍ୟରେ ଦେଶକୁ ସମ୍ବୋଧିନ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO) ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଲଦାଖର ଗଲୱାନ୍ ଭ୍ୟାଲିରେ ଚୀନ୍ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ୱୋଧନ ହେବାକୁ ଯାଉଛି ।
Prime Minister @narendramodi will address the nation at 4 PM tomorrow.
— PMO India (@PMOIndia) June 29, 2020
ଆପଣଙ୍କୁ କହି ରଖୁଛୁ ଯେ, ଜୁନ୍ ୧୫-୧୬ ମଧ୍ୟ ରାତ୍ରିରେ ଲଦାଖର ଗଲୱାନ୍ ଘାଟିରେ ଭାରତ ଓ ଚୀନ ସୈନିକ ମୁହାଁମୁହିଁ ହୋଇଥିଲେ । ଏଥିରେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । ଏହାସହ ଭାରତର ୭୦ରୁ ଅଧିକ ସୈନିକ ଆହତ ହୋଇଥିଲେ । ଅନ୍ୟପକ୍ଷେ ଚୀନର ମଧ୍ୟ ବହୁ କ୍ଷତି ହେବାର ସୂଚନା ମିଳିଥିଲା । ସେବେଠାରୁ ଦୁଇ ଦେଶ ମଧ୍ୟରେ ସୀମାରେ ଉତ୍ତେଜନା ଜାରି ରହିଛି ।