କୋରୋନା ସଙ୍କଟ: ସୋନିଆ, ମମତା, ମନମୋହନ ସିଂହଙ୍କୁ ଫୋନ କଲେ ପିଏମ ମୋଦି
Advertisement

କୋରୋନା ସଙ୍କଟ: ସୋନିଆ, ମମତା, ମନମୋହନ ସିଂହଙ୍କୁ ଫୋନ କଲେ ପିଏମ ମୋଦି

ଦେଶରେ କୋରୋନା ମହାମାରୀ ଉପରେ ସରକାରଙ୍କ ପ୍ରସ୍ତୁତିକୁ ନେଇ ପ୍ରଧାନମନ୍ତ୍ରୀ କ୍ରମାଗତ ଭାବରେ ବିଭିନ୍ନ ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି । ଏହି କ୍ରମରେ ରବିବାର ସେ ପୂର୍ବତନ ରାଷ୍ଟ୍ରପତି, ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି । ଦେଶ ବର୍ତ୍ତମାନ କୋରୋନା ଭାଇରସ ମହାମାରୀ ସହ କିପରି ମୁକାବିଲା କରୁଛି ଏବଂ ଏହା ବିରୋଧରେ ସରକାରଙ୍କ ପ୍ରସ୍ତୁତି କ’ଣ ରହିଛି ତାହା ଉପରେ ଆଲୋଚନା କରାଯାଇଥିଲା ।

କୋରୋନା ସଙ୍କଟ: ସୋନିଆ, ମମତା, ମନମୋହନ ସିଂହଙ୍କୁ ଫୋନ କଲେ ପିଏମ ମୋଦି

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ ବୃଦ୍ଧି ପାଉଥିବାର ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପ୍ରତିଭା ପାଟିଲଙ୍କ ସହ କଥା ହୋଇଛନ୍ତି । ଏହା ସହିତ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଏଚଡି ଦେବଗୌଡାଙ୍କ ସହ ମଧ୍ୟ ଏହି ବିଷୟରେ ଆଲୋଚନା କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ନରେନ୍ଦ୍ର ମୋଦି ବିଭିନ୍ନ ଦଳର ନେତାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଏହି ନେତାଙ୍କ ମଧ୍ୟରେ ସୋନିଆ ଗାନ୍ଧୀ, ମୁଲାୟମ ସିଂ ଯାଦବ, ଅଖିଳେଶ ଯାଦବ, ମମତା ବାନାର୍ଜୀ, ନବୀନ ପଟ୍ଟନାୟକ, କେ ଚନ୍ଦ୍ରଶେଖର ରାଓ, ଷ୍ଟାଲିନ ଏବଂ ପ୍ରକାଶ ସିଂ ବାଦଲ ସାମିଲ ଅଛନ୍ତି ।

ଦେଶରେ କୋରୋନା ମହାମାରୀ ଉପରେ ସରକାରଙ୍କ ପ୍ରସ୍ତୁତିକୁ ନେଇ ପ୍ରଧାନମନ୍ତ୍ରୀ କ୍ରମାଗତ ଭାବରେ ବିଭିନ୍ନ ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି । ଏହି କ୍ରମରେ ରବିବାର ସେ ପୂର୍ବତନ ରାଷ୍ଟ୍ରପତି, ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି । ଦେଶ ବର୍ତ୍ତମାନ କୋରୋନା ଭାଇରସ ମହାମାରୀ ସହ କିପରି ମୁକାବିଲା କରୁଛି ଏବଂ ଏହା ବିରୋଧରେ ସରକାରଙ୍କ ପ୍ରସ୍ତୁତି କ’ଣ ରହିଛି ତାହା ଉପରେ ଆଲୋଚନା କରାଯାଇଥିଲା ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୨ ଏପ୍ରିଲରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ଏହି ସମୟ ମଧ୍ୟରେ ରାଜ୍ୟଗୁଡିକ ମେଡିକାଲ କିଟ୍, ବକେୟା ଟଙ୍କା ତଥା କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତା ଦାବି କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆମେ ରାଜ୍ୟ ସରକାରଙ୍କ ସହ ସର୍ବୋତ୍ତମ ସମନ୍ୱୟ ସ୍ଥାପନ କରିବାକୁ ଚେଷ୍ଟା କରୁଛୁ । କାରଣ କୋରୋନା ମୁକାବିଲାରେ ଆମ ସମସ୍ତଙ୍କୁ ଏକାଠି ଲଢିବାକୁ ପଡ଼ିବ। କେନ୍ଦ୍ର ସରକାର ପ୍ରତ୍ୟେକ ପଦକ୍ଷେପରେ ରାଜ୍ୟ ସରକାରଙ୍କୁ ସମର୍ଥନ କରିବେ। ଏଥିସହ ସେ ରାଜ୍ୟଗୁଡିକର ଚିକିତ୍ସା ସୁବିଧା ବିଷୟରେ ପଚାରି ବୁଝିଥିଲେ । ଏହା ସହିତ କ୍ୱାରାଣ୍ଟିନ୍ କେନ୍ଦ୍ରର ଅବସ୍ଥା ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ନିଆଯାଇଥିଲା ।