ସୋମବାର ସାଇକ୍ଲୋନ୍ 'ଅମ୍ଫାନ୍' ଅତ୍ୟନ୍ତ ଭୟଙ୍କର ରୂପ ନେଇସାରିଛି । ଏହି କାରଣରୁ ବର୍ତ୍ତମାନ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାାରେ । ଏହି ଚେତାବନୀ ପରେ ରାଜ୍ୟ ସରକାର ଏହି ଅଞ୍ଚଳରୁ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
Trending Photos
ନୂଆଦିଲ୍ଲୀ: ବାତ୍ୟା 'ଅମ୍ଫାନ'ର ସ୍ଥିତିର ଆକଳନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ସେ କହିଛନ୍ତି ଯେ, ମୁଁ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି । ୨ ଦିନ ମଧ୍ୟରେ ପଶ୍ଚିମବଙ୍ଗରେ ବାତ୍ୟା 'ଅମ୍ଫାନ୍' ଲ୍ୟାଣ୍ଡଫୋଲ ହେବେ । ଏହି ଉଚ୍ଚସ୍ତରୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, "ସାଇକ୍ଲୋନ ଅମ୍ଫାନ୍ ସହିତ ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯାଇଛି । ମୁଁ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି ଓ ସମସ୍ତ ସମ୍ଭାବ୍ୟ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଆଶ୍ୱାସନା ପ୍ରଦାନ କରୁଛି ।"
Reviewed the preparedness regarding the situation due to cyclone ‘Amphan.’ The response measures as well as evacuation plans were discussed. I pray for everyone's safety and assure all possible support from the Central Government. https://t.co/VJGCRE7jBO
— Narendra Modi (@narendramodi) May 18, 2020
ଏଠାରେ କହି ରଖୁଛୁ ଯେ, ସାଇକ୍ଲୋନ୍ ଅମ୍ଫନ୍ ଏକ ବୃହତ୍ ରୂପ ନେଇପାରେ । ଦିଲ୍ଲୀ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ୧୨ ଘଣ୍ଟା ମଧ୍ୟରେ ଅମ୍ଫାନ ଏକ ସୁପର ସାଇକ୍ଲୋନରେ ପରିଣତ ହେବ । ଏହା ବର୍ତ୍ତମାନ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ । ଆସନ୍ତା ୨୦ ତାରିଖ ଅପରାହ୍ନ କିମ୍ବା ସନ୍ଧ୍ୟାରେ ଏହା ପଶ୍ଚିମବଙ୍ଗର ଦିଘା ବା ବାଂଲାଦେଶର ହାତିଆ ଦ୍ୱୀପରେ ଲ୍ୟାଣ୍ଡଫଲ୍ କରିବ । ଏହି ସମୟ ମଧ୍ୟରେ ଏହାର ପବନର ଗତି ଘଣ୍ଟା ପ୍ରତି ୧୫୫-୧୬୫ କିଲୋମିଟର ରହିପାରେ । ଯଦି ଭୟଙ୍କର ହେବ ତେବେ ଘଣ୍ଟା ପ୍ରତି ୧୮୫ କିଲୋମିଟର ବେଗରେ ପବନ ବହିପାରେ ।
ସୋମବାର ସାଇକ୍ଲୋନ୍ 'ଅମ୍ଫାନ୍' ଅତ୍ୟନ୍ତ ଭୟଙ୍କର ରୂପ ନେଇସାରିଛି । ଏହି କାରଣରୁ ବର୍ତ୍ତମାନ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାାରେ । ଏହି ଚେତାବନୀ ପରେ ରାଜ୍ୟ ସରକାର ଏହି ଅଞ୍ଚଳରୁ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।