Advertisement
Article Detail0/zeeodisha/odisha676025
Zee OdishaOdisha National-InternationalHandawa Encounter: ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପିଏମ ମୋଦି

Handawa Encounter: ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପିଏମ ମୋଦି

ଜମ୍ମୁ କାଶ୍ମୀରର ହନ୍ଦୱାରା ଠାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏକ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ ଜଣେ ସେନା କର୍ଣ୍ଣେଲ, ଜଣେ ମେଜର ସମେତ ୪ ଜଣ ଯବାନ ଶହୀଦ ହୋଇଛନ୍ତି । ଏହାସହ ଜମ୍ମୁ କଶ୍ମୀର ପୋଲିସର ଜଣେ ଅଧିକାରୀ ଶହୀଦ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/Twitter/ PM Modi
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/Twitter/ PM Modi

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ହନ୍ଦୱାରା ଠାରେ ସୁରକ୍ଷା ବାହିନୀ ଏବଂ ଆତଙ୍କୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୨ ସେନା ଅଧିକାରୀଙ୍କ ସମେତ ୫ ଜଣ ଯବାନ ଶହୀଦ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଟ୍ୱିଟ୍ କରି ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତ,  "ହନ୍ଦୱାରାରେ ଶହୀଦ ହୋଇଥିବା ଆମର ସୈନିକ ତଥା ସୁରକ୍ଷା କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି । ସେମାନଙ୍କର ବୀରତ୍ୱ ଏବଂ ବଳିଦାନ କେବେ ଭୁଲି ହେବନାହିଁ । ସେମାନେ ବହୁତ ସମର୍ପଣ ଭାବରେ ଦେଶର ସେବା କରିଛନ୍ତି । ଆମ ନାଗରିକଙ୍କ ସୁରକ୍ଷା ପାଇଁ ନିରନ୍ତର କାର୍ଯ୍ୟ କରିଥିଲେ । ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ମୋର ସମବେଦନା । "

ଜମ୍ମୁ କାଶ୍ମୀରର ହନ୍ଦୱାରା ଠାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏକ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ ଜଣେ ସେନା କର୍ଣ୍ଣେଲ, ଜଣେ ମେଜର ସମେତ ୪ ଜଣ ଯବାନ ଶହୀଦ ହୋଇଛନ୍ତି । ଏହାସହ ଜମ୍ମୁ କଶ୍ମୀର ପୋଲିସର ଜଣେ ଅଧିକାରୀ ଶହୀଦ ହୋଇଛନ୍ତି । ଶହୀଦ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରାଷ୍ଟ୍ରୀୟ ରାଇଫଲ୍ସର କର୍ଣ୍ଣେଲ ଆଶୁତୋଷ ଶର୍ମା, ମେଜର ଅନୁଜ ସୁଦ ଏବଂ ପୋଲିସର ସବ-ଇନ୍ସପେକ୍ଟର ଶକିଲ କାଜୀ ସାମିଲ ଅଛନ୍ତି । ଏଥିସହ ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ଟ୍ୱିଟରେ ଲେଖିଛନ୍ତି- ହନ୍ଦୱାରାରେ ସୈନିକ ଏବଂ ସୁରକ୍ଷା କର୍ମୀଙ୍କ ଶହୀଦ ଦୁଃଖଦାୟକ ଏବଂ ବିବ୍ରତ କରୁଛି । ଆତଙ୍କବାଦୀଙ୍କ ମୁକାବିଲାରେ ସେମାନେ ଅଦମ୍ୟ ସାହସ ଦେଖାଇ ବହୁତ ବଡ଼ ବଳିଦାନ ଦେଇଛନ୍ତି । ସେମାନଙ୍କର ବଳିଦାନ ଏବଂ ସାହସ କେବେବି ଭୁଲି ହେବନାହିଁ ।

About the Author