Weiboକୁ ବାଏବାଏ କଲେ ମୋଦି
Advertisement
Article Detail0/zeeodisha/odisha704624

Weiboକୁ ବାଏବାଏ କଲେ ମୋଦି

 ଗତ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ଚାଇନା ଗସ୍ତରେ ଯାଇଥିବା ବେଳେ ୱିବୋ ଆକାଉଣ୍ଟ ଖୋଲିଥିଲେ । ଆଉ ଏବେ ଏଥିରୁ ଓହରି ଯାଇଛନ୍ତି । 

Weiboକୁ ବାଏବାଏ କଲେ ମୋଦି

ନୂଆଦିଲ୍ଲୀ: ଚାଇନିଜ ଆପ୍ ୱେବୋକୁ ବାଏବାଏ କଲେ ପ୍ରଧାନମନ୍ତ୍ରୀ ମୋଦି । ଟ୍ୱିଟର ପରି ଏକ ଆପ୍ ୱେବୋ । ଏଥିରେ ମୋଦିଙ୍କର ମଧ୍ୟ ଆକାଉଣ୍ଟ ରହିଥିଲା । ଚାଇନିଜ ଭାଷାରେ ମ୍ୟାସେଜ କରିବା ସହ ଫଟୋ ଓ ଭିଡିଓ ପୋଷ୍ଟ କରୁଥିଲେ ପ୍ରଧାନମନ୍ତ୍ରୀ । ତେବେ ଆଜି ନିଜର ଏହି ଆକାଉଣ୍ଟରୁ ମୋଦି ଓହରି ଯାଇଛନ୍ତି । କେବଳ ଏତିକି ନୁହେଁ, ୱି ଚାଟରେ ଥିବା ଭାରତୀୟ ଦୂତବାସ ଆକାଉଣ୍ଟରୁ ମଧ୍ୟ ମୋଦିଙ୍କ ଭାଷଣକୁ ହଟାଇ ଦିଆଯାଇଛି । 

ସୀମାରେ ଚୀନର ଉତ୍ପାତ ପରେ ଏବେ ଆକ୍ସନ ମୁଡରେ ଭାରତ । ନିକଟରେ ଟିକଟକ ଓ ହେଲୋ ସମେତ ୫୯ ଚାଇନିଜ ଆପକୁ କେନ୍ଦ୍ର ସରକାର ବ୍ୟାନ କରିଛନ୍ତି । ସେହିପରି ବିଭିନ୍ନ ପ୍ରକଳ୍ପ ପାଇଁ ମଧ୍ୟ ଚାଇନାର ନିବେଶକଙ୍କୁ ସାମିଲ କରାଯିବନାହିଁ ବୋଲି ନିଷ୍ପତ୍ତି ହୋଇଛି । ଅର୍ଥନୈତିକ ସ୍ତରରେ ଚାଇନାକୁ କଡ଼ା ଜବାବ ଦେବାକୁ ଭାରତ ବଡ଼ ଧରଣର ପ୍ରସ୍ତୁତି ନେଉଛି । ସୀମାରେ ଭାରତ ସହ ଚାଇନା ଯେଉଁ ପ୍ରକାରର ବିଶ୍ୱାସଘାତକତା କଲା, ତାର ପରିଣାମ ଏବେ ଗୋଟିଏ ପରେ ଗୋଟିଏ ଭୋଗୁଛି । 

ଭାରତର ପ୍ରଧାନମନ୍ତ୍ରୀ ଚାଇନାର ଲୋକପ୍ରିୟ Weibo ଆପରୁ ଦୂରେଇ ବଡ଼ ସନ୍ଦେଶ ଦେଇଥିବା କୁହାଯାଉଛି । ଗତ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ଚାଇନା ଗସ୍ତରେ ଯାଇଥିବା ବେଳେ ୱିବୋ ଆକାଉଣ୍ଟ ଖୋଲିଥିଲେ । ଆଉ ଏବେ ଏଥିରୁ ଓହରି ଯାଇଛନ୍ତି । 

;