ସର୍ଭେରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକପ୍ରିୟତା ଦୃଷ୍ଟିରୁ ବିଶ୍ୱର ଅନ୍ୟ ନେତାଙ୍କ ଉପରେ ଭାରି ପଡିଛନ୍ତି। ସର୍ଭେ କରାଯାଇଥିବା ୭୦ ପ୍ରତିଶତ ଲୋକ ତାଙ୍କୁ ପସନ୍ଦ କରିଥିଲେ।
Trending Photos
)
ନୂଆଦିଲ୍ଲୀ: ବିଶ୍ୱର ନେତାଙ୍କ ଲୋକପ୍ରିୟତା ଉପରେ କରାଯାଇଥିବା ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ନେତା ଭାବେ ବିବେଚନା କରାଯାଇଛି। ସର୍ଭେ କରାଯାଇଥିବା ୭୦ ପ୍ରତିଶତ ଲୋକ ତାଙ୍କୁ ପସନ୍ଦ କରିଥିଲେ। ଲୋକପ୍ରିୟତା ଦୃଷ୍ଟିରୁ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କଠାରୁ ଆଗରେ ଥିବା ପ୍ରମାଣିତ କରିଛନ୍ତି।
Morning Consult ଦ୍ୱାରା କରାଯାଇଥିବା ସର୍ଭେରେ ୧୩ ଜଣ ବିଶ୍ୱ ସ୍ତରୀୟ ନେତା ଅନ୍ତର୍ଭୁକ୍ତ ହୋଇଥିଲେ। ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi), ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ, ମେକ୍ସିକୋର ରାଷ୍ଟ୍ରପତି ଲୋପେଜ ଓବ୍ରାଡୋର, ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏବଂ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଅଛନ୍ତି। ଏହି ସର୍ଭେର ଫଳାଫଳ ୨ ସେପ୍ଟେମ୍ବରରେ ପ୍ରକାଶିତ କରାଯାଇଥିଲା।
ସର୍ଭେରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକପ୍ରିୟତା ଦୃଷ୍ଟିରୁ ବିଶ୍ୱର ଅନ୍ୟ ନେତାଙ୍କ ଉପରେ ଭାରି ପଡିଛନ୍ତି। ସର୍ଭେ କରାଯାଇଥିବା ୭୦ ପ୍ରତିଶତ ଲୋକ ତାଙ୍କୁ ପସନ୍ଦ କରିଥିଲେ। ଏହି ଲୋକପ୍ରିୟତା ସର୍ଭେରେ ସେ ପ୍ରଥମ ସ୍ଥାନରେ ଆସିଥିଲେ। ଯେତେବେଳେ ବିଡେନ-ଜନସନଙ୍କ ପରି ବିଶ୍ୱର ବଡ ନେତାମାନେ ପଛରେ ପଡିଯାଇଛନ୍ତି। ଏହି ସର୍ଭେରେ ଜାପାନର ପ୍ରଧାନମନ୍ତ୍ରୀ ୟୋଶିଦେ ସୁଗା ସବୁଠୁ ନିମ୍ନରେ ଅଛନ୍ତି। ତାଙ୍କୁ କେବଳ ୨୫ ପ୍ରତିଶତ ଲୋକ ପସନ୍ଦ କରିଥିଲେ। ଅନଲାଇନରେ କରାଯାଇଥିବା ଏହି ସର୍ଭେରେ ଭାରତର ୨୧୨୬ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା।
Also Read: Cvoter Survey: ଯୋଗୀଙ୍କ ହାତରୁ ଯିବ କି ଉତ୍ତର ପ୍ରଦେଶ? BJP ପାଇଁ ଚ୍ୟାଲେଞ୍ଜ
ନେତାଙ୍କ ଲୋକପ୍ରିୟତାର ଚାର୍ଟ:
ନରେନ୍ଦ୍ର ମୋଦି - ୭୦ 0%
ଲୋପେଜ୍ ଓବ୍ରାଡୋର - ୬୪%
ମାରିଓ ଡ୍ରାଗି - ୬୩%
ଆଞ୍ଜେଲା ମର୍କେଲ - ୫୨%
ଜୋ ବାଇଡେନ - ୪୮%
ସ୍କଟ୍ ମୋରିସନ୍ - ୪୮%
ଜଷ୍ଟିନ ଟ୍ରୁଡୋ - ୪୫%
ବୋରିସ୍ ଜନସନ - ୪୧%
ଜାୟର ବୋଲସନାରୋ - ୩୯%
ମୁନ ଜାଇ-ଇନ୍ - ୩୮%
ପେଡ୍ରୋ ସାନଚେଜ୍: ୩୫%
ଇମାନୁଏଲ୍ ମାକ୍ରନ୍ - ୩୪%
ୟୋଶିଦେ ସୁଗା - ୨୫%
ବିଶେଷ କଥା ହେଉଛି ଏହି ସର୍ଭେରେ ପିଏମ ମୋଦିଙ୍କ ଡିସ୍-ଆପ୍ରୁଭାଲ ରେଟିଂ ମଧ୍ୟ ୨୫ ପ୍ରତିଶତ ହ୍ରାସ ପାଇଛି। ଏହି ତାଲିକାରେ ଅନ୍ତର୍ଭୁକ୍ତ ନେତାଙ୍କ ମଧ୍ୟରେ ତାଙ୍କର ସର୍ବନିମ୍ନ ଡିସ୍-ଆପ୍ରୁଭାଲ ରେଟିଂ ରହିଥିଲା। Morning Consult ଗ୍ରାଫ୍ ଅନୁଯାୟୀ, କୋରୋନା ମହାମାରୀର ଦ୍ୱିତୀୟ ଲହର ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିସ୍-ଆପ୍ରୁଭାଲ ରେଟିଂ ଶିଖରରେ ପହଞ୍ଚିଥିଲା। ତେବେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପିଏମ ମୋଦିଙ୍କ ଲୋକପ୍ରିୟତା ପୁଣି ବୃଦ୍ଧି ପାଇଛି।
Also Read: WB Politics: ପୁଣି BJP ପାଇଁ ଝଟକା, ଦଳ ଛାଡି TMC ହାତ ଧରିଲେ ଆଉଜଣେ ବିଧାୟକ
ସର୍ଭେ ଅନୁଯାୟୀ, ମେ ୨୦୨୦ରେ ପିଏମ ମୋଦିଙ୍କ ସର୍ବାଧିକ ଲୋକପ୍ରିୟତା ଥିଲା। ସେହି ସମୟରେ ଦେଶରେ କୋରୋନା ମହାମାରୀର ବିପଦ ଆରମ୍ଭ ହୋଇଥିଲା ଏବଂ ଏହାର ମୁକାବିଲା ପାଇଁ ମୋଦି ସରକାର ଲକଡାଉନ କରିବା ସହ ଅନେକ ପଦକ୍ଷେପ ନେଇଥିଲେ। ଏହି ପଦକ୍ଷେପଗୁଡିକରେ ସାଧାରଣ ଜନତା ମଧ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ। ଯେଉଁଥିପାଇଁ ତାଙ୍କର ଲୋକପ୍ରିୟତା ମୂଲ୍ୟାୟନ ୮୪ ପ୍ରତିଶତରେ ପହଞ୍ଚିଥିଲା।
ସୂଚନାଯୋଗ୍ୟ, ଗତମାସରେ India Todayର “Mood of the Nation” ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲା। ଯେଉଁଠି ବର୍ଷକରେ ଅର୍ଥାତ ୨୦୨୦ ଅଗଷ୍ଟରୁ ୨୦୨୧ ଅଗଷ୍ଟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ୬୬%ରୁ ୨୪%କୁ ଖସି ଆସିଥିବା କୁହାଯାଇଥିଲା। ଏଥିପାଇଁ ଦର ଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ଦାୟୀ କରାଯାଇଥିଲା। ଉପରୋକ୍ତ ସମୟ ସୀମା ମଧ୍ୟରେ ଯୋଗୀ ଆଦିତ୍ୟନାଥ (Yogi Adityanath) ଙ୍କ ଲୋକପ୍ରିୟତା ଆଠ ପ୍ରତିଶତ ଓ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ଲୋକପ୍ରିୟତା ଦୁଇ ପ୍ରତିଶତ ବୃଦ୍ଧି ପାଇଛି।