• ବିଜୁ ଜନତା ଦଳରେ ଯୋଗଦେଲେ ମହେଶ ହେମ୍ବ୍ରମ ଓ ରାମଚନ୍ଦ୍ର ମୁର୍ମୁ
  • JMMର ପୂର୍ବତନ ରାଜ୍ୟ ସଭାପତି ମହେଶ ଓ ରାଜ୍ୟ ଉପସଭାପତି ଥିଲେ ରାମଚନ୍ଦ୍ର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନିଙ୍କ ଶପଥ ଗ୍ରହଣ
  • ଚରଣଜିତ ହେଉଛନ୍ତି ପଞ୍ଜାବର ସର୍ବପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୨୯୫ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୨୫୬ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୫୧୦ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଭୁବନେଶ୍ବର: ୧୯ ଘଣ୍ଟା ପରେ ନାଳରେ ଭାସିଯାଇଥିବା ଜ୍ୟୋତିପ୍ରକାଶଙ୍କ ମୃତଦେହ ଠାବ
  • ପଞ୍ଚସଖା ନଗରରୁ ଜ୍ୟୋତିପ୍ରକାଶଙ୍କ ଶବ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା; OCCLର ଯନ୍ତ୍ରୀ ରଂଜନ ଡାଙ୍ଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କୋଭିଡ-୧୯ ରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ମୁଁ ମଧ୍ୟ ସେମାନଙ୍କ ଦୁଃଖରେ ସାମିଲ: ପିଏମ ମୋଦି

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ଏହି ଆହ୍ୱାନକୁ ଦୃଢ଼ ଭାବରେ ସାମ୍ନା କରୁଛି ଓ ଏଥିରେ ଟିକାକରଣର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ ଦଶନ୍ଧି ମଧ୍ୟରେ ମାନବଜାତି ସାମ୍ନା କରୁଥିବା କୋଭିଡ -୧୯ ହେଉଛି ସବୁଠାରୁ ଖରାପ ସଙ୍କଟ ।

କୋଭିଡ-୧୯ ରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ମୁଁ ମଧ୍ୟ ସେମାନଙ୍କ ଦୁଃଖରେ ସାମିଲ: ପିଏମ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି ଯେ କୋରୋନା ମହାମାରୀ ହେଉଛି ଦଶନ୍ଧି ମଧ୍ୟରେ ମାନବଜାତି ସାମ୍ନା କରୁଥିବା ସବୁଠାରୁ ଭୟଙ୍କର ସଙ୍କଟ ଯାହା ସମଗ୍ର ବିଶ୍ୱକୁ ବଦଳାଇ ଦେଇଛି । ସେ କହିଛନ୍ତି ଯେ ମହାମାରୀ ପ୍ରତ୍ୟେକ ଦେଶକୁ ପ୍ରଭାବିତ କରିଛି ଓ କୋରୋନା ପରେ ଆମ ଦୁନିଆ ସମାନ ହେବ ନାହିଁ ।

ଅଧିକ ପଢ଼ନ୍ତୁ:-ଆଉ ଏକ ରିଲିଫ ପ୍ୟାକେଜ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର! କୋରୋନା ପ୍ରଭାବିତ କ୍ଷେତ୍ରଗୁଡିକୁ ମିଳିବ ଆର୍ଥିକ ସହାୟତା?

'ପୀଡିତଙ୍କ ଦୁଃଖରେ ସାମିଲ'

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଭେସାକ ଗ୍ଲୋବାଲ ସମାରୋହକୁ ଭିଡିଓ କନଫେରନ୍ସ ମାଧ୍ୟମରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମହାମାରୀରେ ପ୍ରାଣ ହୋଇଥିବା ଲୋକଙ୍କୁ ସମବେଦନା ଜଣାଇବା ସହ କହିଛନ୍ତି ଯେ ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ଓ ଏହି ମହାମାରୀରେ ପୀଡିତ ଅଛନ୍ତି ସେ ମଧ୍ୟ ତାଙ୍କ ଦୁଃଖରେ ସାମିଲ ଅଛନ୍ତି । 

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ଏହି ଆହ୍ୱାନକୁ ଦୃଢ଼ ଭାବରେ ସାମ୍ନା କରୁଛି ଓ ଏଥିରେ ଟିକାକରଣର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି, କୋଭିଡ-୧୯ ଦଶନ୍ଧି ମଧ୍ୟରେ ମାନବିକତା ସାମ୍ନା କରୁଥିବା କୋଭିଡ ହେଉଛି ସବୁଠାରୁ ଭୟଙ୍କର ସଙ୍କଟ, ଗତ ଶତାବ୍ଦୀରେ ଆମେ ଏଭଳି ମହାମାରୀ ଦେଖିନାହୁଁ, କୋରୋନା ବିଶ୍ୱକୁ ବଦଳାଇ ଦେଇଛି । 

ଅଧିକ ପଢ଼ନ୍ତୁ:-କୋରୋନାର ଦ୍ୱିତୀୟ ଲହରରେ ଏପର୍ଯ୍ୟନ୍ତ ୫୧୩ ଡାକ୍ତରଙ୍କ ମୃତ୍ୟୁ, ଏହି ରାଜ୍ୟରେ ସର୍ବାଧିକ ମୃତ୍ୟୁ

'ଟିକା କୋରୋନାକୁ ପରାସ୍ତ କରିବ'

ସେ କହିଛନ୍ତି ଯେ କୋଭିଡ-୧୯ ପରେ ପୃଥିବୀ ପୂର୍ବ ପରି ସମାନ ରହିବ ନାହିଁ ଏବଂ ଆଗାମୀ ଘଟଣାଗୁଡ଼ିକରେ ଆମେ କୋରୋନା କିମ୍ବା କୋରୋନା ପରେ ସ୍ମରଣ କରିବୁ । 

ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଏହି ମହାମାରୀ ସହିତ ଏକ ଉତ୍ତମ ବୁଝାମଣା ବିକଶିତ ହୋଇଛି । ଆମ ପାଖରେ ଟିକା ଉପଲବ୍ଧ ଯାହାକି ଲୋକଙ୍କ ଜୀବନ ବଞ୍ଚାଇବା ଓ ମହାମାରୀକୁ ପରାସ୍ତ କରିବା ପାଇଁ ମହତ୍ତ୍ୱପୂର୍ଣ୍ଣ । ଭାରତ ନିଜର ବୈଜ୍ଞାନିକମାନଙ୍କ ପାଇଁ ଗର୍ବିତ ।

 ଏହି କାର୍ଯ୍ୟକ୍ରମକୁ ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର ଆନ୍ତର୍ଜାତୀୟ ବୌଦ୍ଧ ପରିସଂଘ (ଆଇବିସି) ସହଯୋଗରେ ଆୟୋଜନ କରିଛନ୍ତି । ଏହା ସମଗ୍ର ବିଶ୍ୱରେ ବୌଦ୍ଧ ସଙ୍ଗଠନର ସର୍ବୋଚ୍ଚ ମୁଖ୍ୟମାନଙ୍କୁ ନେଇ ଗଠିତ । ଏହି ସମାରୋହରେ ବିଶ୍ୱର ୫୦ ରୁ ଅଧିକ ବିଶିଷ୍ଟ ବୌଦ୍ଧ ଧର୍ମ ନେତାମାନେ ସମିଲେ ହେବେ ।

ଅଧିକ ପଢ଼ନ୍ତୁ:-କୋହଲି ଓ ଅନୁଷ୍କା ରକ୍ଷା କଲେ ଏକ ଶିଶୁର ଜୀବନ, ଦୁନିଆର ସବୁଠାରୁ ମହଙ୍ଗା ଔଷଧର ଥିଲା ଆବଶ୍ୟକ

ୱେସାକ-ବୁଦ୍ଧ ପୂର୍ଣ୍ଣିମା ଗୌତମ ବୁଦ୍ଧଙ୍କ ଜନ୍ମ, ଜ୍ଞାନ ପ୍ରାପ୍ତି ଓ ମହାପରି ନିର୍ବାଣ ଦିବସ ଭାବରେ ପାଳନ କରାଯାଏ ।